‘ଅମିତଭା ବଚ୍ଚନ’ଙ୍କ ଟ୍ୱିଟର ଆକାଉଣ୍ଟ ହେଲା ହ୍ୟାକ


ଗତ କାଲି ବଲିଉଡର ମହାନାୟକ ‘ଅମିତଭା ବଚ୍ଚନ’ଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ, ତାଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରିବା ସହ ତାଙ୍କ ଟ୍ୱିଟର ହ୍ୟାଣ୍ଡଲର ପ୍ରୋଫାଇଲ ଫଟୋ ବଦଳାଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଦେଇ ଦେଇଥିଲେ ।
କେବଳ ଏତିକି ନୁହେଁ, ପ୍ରୋଫାଇଲ ଫଟୋ ସହ ଆକାଉଣ୍ଟର ବାୟୋ ମଧ୍ୟ ବଦଳାଇଦିଆଯାଇଥିଲା, ଯେଉଁଥିରେ ଲଭ ପାକିସ୍ତାନ ମଧ୍ୟ ଲେଖାହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ପଛରେ କାହାର ହାତ ଅଛି ସ୍ପଷ୍ଟ ଭାବରେ ଜଣାପଡିନଥିବାବେଳେ ଅନ୍ୟପଟେ ଏହା କଳ୍ପନା କରାଯାଉଛି ଯେ, ଏହା ପଛରେ ନିଶ୍ଚିତ ପାକିସ୍ତାନୀ ସମର୍ଥିତ ହ୍ୟାକର୍ସଙ୍କ ହାତ ରହିଥାଇପାରେ ବୋଲି ।
ଏହି ଘଟଣାଟି ଗତ କାଲି ପ୍ରାୟ ୧.୩୦ରେ ଘଟିଛି । ଅଭିନେତା ବଚ୍ଚନଙ୍କ ପ୍ରୋଫାଇଲରେ ଯେତେବେଳେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଆସିଲା ତେବେ ସଙ୍ଗେ ସଙ୍ଗେ ତାଙ୍କ ପ୍ରଶଂସକମାନେ ଟ୍ୱିଟ ପରେ ଟ୍ୱିଟ କରିବା ଆରମ୍ଭ କରିଦେଇଥିଲେ । ଏହା ପରେ ଅମିତାଭଙ୍କ ଆକାଉଣ୍ଟରେ ଟ୍ୱିଟର ଝଡ ସୃଷ୍ଟି ହୋଇଥିଲା ।


Share It

Comments are closed.