ସାମନାକୁ ଆସିଲା ଅମିତାଭଙ୍କ ଆଗାମୀ ଫିଲ୍ମର ନୂଆ ଲୁକ


ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’ର ସୁଟିଙ୍ଗକୁ ନେଇ ଖୁବ ବ୍ୟସ୍ତ ଥିବାବେଳେ ଏହି ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ଲକ୍ଷେ୍ନø ଚାଲିଛି । ତେବେ ଏହି ଫିଲ୍ମରେ ଅମିତାଭଙ୍କ ଲୁକକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ କିଛି ଦିନ ପୂର୍ବରୁ ଫିଲ୍ମ ପାଇଁ ଯେତେବେଳେ ତାଙ୍କର ନୂଆ ଲୁକ ସାମନାକୁ ଆସିଲା, ତାହା ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଥିଲା । ବର୍ତ୍ତମାନ ଅମିତାଭ ସୋସିଆଲ ମିଡିଆରେ ଏଭଳି ଆହୁରୀ କିଛି ଫଟୋକୁ ସେୟାର କରିବା ସହ ତାଙ୍କର ଲୁକ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ।


ପ୍ରକାଶ ଥାଉକି, ଅମିତାଭ ଟ୍ୱିଟରେ ତାଙ୍କର ନୂଆ ଲୁକକୁ ନେଇ କେତେକ ଫଟୋ ସେୟାର କରିବା ସହ କହିଛନ୍ତି ଏହିଭଳି ଗେଟଅଫ ପାଇବା ନିମନ୍ତେ ତାଙ୍କୁ ୩ ଘଣ୍ଟା ଲାଗିଥିଲା ।


Share It

Comments are closed.