କରୋନାକୁ ହରାଇବା ପରେ ପୁଣି ଥରେ ‘କେବିସି’ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ବିଗ ବି
କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିବା ପରେ ଲୋକପ୍ରିୟ କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ୍ପତି (କେବିସି)’ର ଅପ୍କମିଙ୍ଗ ସିଜନ୍ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ନିଜ ବ୍ଲଗ୍ରେ ଏ ବିଷୟରେ ସୂଚନା ଦେଇଛନ୍ତି । ଟିଭି ଶୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ସୁଟିଂବେଳେ ସର୍ବାଧିକ ସୁରକ୍ଷାମୂଳକ ସତର୍କତା ନିଆଯିବ ବୋଲି ମଧ୍ୟ ବିଗ୍ ବି ସୂଚନା ଦେଇଛନ୍ତି ।
‘କେବିସି’ର ପ୍ରମୋ ସହିତ ଶୋ’ର ସୁଟିଂ ଆରମ୍ଭ ନିମନ୍ତେ ଢେର ସାରା ପ୍ରସ୍ତୁତି ଓ ଉପସ୍ଥାପନା ହେବ । ସର୍ବାଧିକ ସୁରକ୍ଷାତ୍ମକ ସତର୍କତା ସହିତ କିଭଳି ଭାବେ ଏ ସବୁ ହେବ, ସେ ବିଷୟରେ ବିସ୍ତୃତ ପ୍ରୋଟୋକଲ ରହିବ । ଅମିତାଭ ଉଲ୍ଲେଖ କରିଛନ୍ତି। ‘ଜୀବନ କେବେ ବି ପୁଣି ଥରେ ସମାନ ହେବ ନାହିଁ… ମହାମାରୀ ସମୟରେ କିଭଳି ଭାବେ ଆମେ ନିଜ ଜୀବନର ପରିଚାଳନା କରିବା, ତାହା ଜରୁରୀ ।’
ଚଳିତ ବର୍ଷ ମେ ମାସରେ କୋଭିଡ୍-୧୯ ଲକ୍ଡାଉନ୍ ମଧ୍ୟରେ ବିଗ୍ ବି ‘କେବିସି’ର ଅପ୍କମିଙ୍ଗ ସିଜନ୍ ପାଇଁ ସୁଟିଂ ଆରମ୍ଭ କରିଥିଲେ । ମହାମାରୀ ସମୟରେ ସୁଟିଂ କରିବା ନିରାପଦ କି ବୋଲି ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ସେ ଜବାବ ଦେଇଥିଲେ । ଯଥେଷ୍ଟ ସତର୍କତା ସହିତ କାମ ଆରମ୍ଭ କରିଥିଲେ ବୋଲି ଉତ୍ତର ଦେଇଥିଲେ । ଦୁଇ ଦିନର କାମ ଦିନକ ମଧ୍ୟରେ ଶେଷ କରିଥିବା କଥା ସ୍ପଷ୍ଟ କରିଥିଲେ । ଯେଉଁମାନଙ୍କୁ ଏ ନେଇ ସମସ୍ୟା ହେଉଛି, ସେମାନେ ନିଜ ଉପରେ ଏହା ଲାଗୁ କରନ୍ତୁ ବୋଲି ବିଗ୍ ବି ସ୍ପଷ୍ଟ ଉଲ୍ଲେଖ କରିଥିଲେ ।
Comments are closed.