ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଜମ୍ମୁ କଶ୍ମୀରରେ ପହଞ୍ଚିଲେ ଗୃହମନ୍ତ୍ରୀ ଅମିତ୍ ଶାହ


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନିଆ ଗସ୍ତରେ ଶନିବାର ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଗତ କିଛି ଦିନ ହେବ ଘାଟିରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି କିପରି ଆକ୍ରମଣ କରାଯାଉଛି ତାହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଆତଙ୍କବାଦୀମାନେ ଚଳିତ ମାସରେ ୧୧ ଜଣ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି । ଗୃହମନ୍ତ୍ରୀ ତାଙ୍କର ତିନି ଦିନିଆ ଗସ୍ତ ସମୟରେ ଘାଟିରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଏହି ସମୟରେ ସେ ବିଭିନ୍ନ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ବୈଠକ କରିବେ ।

ଜାମ୍ମୁ କାଶ୍ମୀର ବିଜେପି ନେତା ସୁନୀଲ ଶର୍ମା କହିଛନ୍ତି ଯେ ଶାହା ଶନିବାର ଦିନ ଶ୍ରୀନଗରରେ ପହଞ୍ଚି ପ୍ରଥମେ ଜାମ୍ମୁ ଯିବେ ବୋଲି ଦଳକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂଆଦିଲ୍ଲୀ ଯିବା ପୂର୍ବରୁ ସେ କାଶ୍ମୀର ଗସ୍ତ କରିବେ । ବିଜେପି ନେତା କହିଛନ୍ତି ଯେ ସେ ସମସ୍ତ ଜିଲ୍ଲା ସଭାପତିଙ୍କୁ ମଧ୍ୟ ଶାହାଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଛନ୍ତି । ସୂଚନା ରହିଛି କି ଅମିତ ଶାହା ଏଠାରେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ କରିବେ ।

ତେବେ ଗୃହମନ୍ତ୍ରୀ ଅମିତ ଶାହା ୨୩ ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି । ଅଗଷ୍ଟ ୫, ୨୦୧୯ ରେ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏହା ହେଉଛି ପ୍ରଥମ ଗସ୍ତ ।

ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀର ଗସ୍ତ ପୂର୍ବରୁ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘାଟିର ସୁରକ୍ଷା ସମୀକ୍ଷା ପରେ ଜାମ୍ମୁ କାଶ୍ମୀରରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସୂଚନାନୁସାରେ, କେବଳ ଶ୍ରୀନଗରରେ ୨୦ ରୁ ୨୫ ଅତିରିକ୍ତ ସାମରିକ ବାହିନୀର ଅତିରିକ୍ତ ପ୍ଲାଟୁନ୍ ନିୟୋଜିତ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ସମୀକ୍ଷା କରାଯାଇଛି, ଏହା ପରେ ଶ୍ରୀନଗରରେ ଅଧିକ ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗୁଇନ୍ଦା ଇନ୍‌ପୁଟ୍‌ରୁ ଜଣାପଡିଛି ଯେ ଗୃହମନ୍ତ୍ରୀ ଶାହାଙ୍କ ଗସ୍ତକୁ ବନ୍ଦ କରିବା ପାଇଁ ଆତଙ୍କବାଦୀମାନେ କୌଣସି ବଡ଼ ଘଟଣା କରିପାରନ୍ତି ।


Share It

Comments are closed.