୧୮ ବର୍ଷ ମଧ୍ୟରେ ୪ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଏହି ଅଭିନେତା


ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡରେ ମାନସିକ ସ୍ୱାସ୍ଥ୍ୟ ଉପରେ ଚର୍ଚ୍ଚା ହେଉଛି। ଅନେକ କଳାକାର ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରୁଛନ୍ତି । ଏସବୁ ଭିତରେ କାଇ ପୋ ଚେ ଅଭିନେତା ଅମିତ ସାଧ କହିଛନ୍ତି ଯେ, ସେ ଚାରିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଛନ୍ତି। ଅମିତ ସାଧ କହିଛନ୍ତି ଯେ, ୧୬ ରୁ ୧୮ ବର୍ଷ ବୟସରେ ସେ ଚାରିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଛନ୍ତି। ଅମିତଙ୍କ ମୁତାବିକ, ସେ ଆତ୍ମହତ୍ୟା କରୁନାହାଁନ୍ତି, କିନ୍ତୁ ସେ ଅନେକ ଥର ନିଜକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଅମିତ ସାଧ ଆହୁରି କହିଛନ୍ତି ଯେ, ଚତୁର୍ଥ ଚେଷ୍ଟା ପରେ ସେ ନିର୍ଣ୍ଣୟ ନେଇଥିଲେ କି, ଏପରି ଚିନ୍ତାଧାରାକୁ ସେ ଶେଷ କରିଦେବେ ବୋଲି । ଏହା ପରେ ତାଙ୍କ ଭିତରେ ଏକ ଜିଦ୍‌ ଆସିଲା, ସେ ଆଉ କେବେ ବି ହାର୍‌ ମାନିବେ ନାହିଁ ବୋଲି ତାଙ୍କ ମନରେ ଏକ ଜିଦ୍‌ ଆସିଥିଲା। ସେବେଠାରୁ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି। ଏକ ସାକ୍ଷାତକାରରେ ଅମିତ ସାଧ କହିଛନ୍ତି କି, ତାଙ୍କୁ ଏତେ ଜଲଦୀ ଲୋକମାନେ ଯେମିତି ଭାବୁଥିଲେ ମୁଁ ସେତେ ଶୀଘ୍ର ସଫଳ ହୋଇନାହିଁ।ଏଥିରୁ ବାହାରିବା ପାଇଁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା ​​। ଏହା ଶେଷ ନୁହେଁ ବୋଲି ମୁଁ ଶେଷରେ ଅନୁଭବ କଲି। ଅମିତ ଆହୁରି କହିଛନ୍ତି କି, ମୋତେ ବୁଝା ପଡ଼ିସାରିଥିଲା କି, ଲାଇଫ୍‌ ଗୋଟିଏ ଗିଫ୍‌। ମୁଁ ଭାଗ୍ୟଶାଳୀ, ମୋତେ ଆଲୋକ ମିଳିଛି ବୋଲି ଅମିତ ଜାଣି ସାରିଥିଲେ।


Share It

Comments are closed.