ଥଗସ୍ ଅଫ ହିନ୍ଦୁସ୍ତାନରେ ଆମିର ଏବଂ ଅମିତାବଙ୍କ ନୂଆ ଲୁକ


ଯୁବ ସମୟ -୨୦୧୮ରେ ରିଲିଜ ହେବାକୁ ଯାଉଥିବା ଆକ୍ସନ- ଆଡଭେନଚର ଫିଲ୍ମ ଥଗସ୍ ଅଫ ହିନ୍ଦୁସ୍ତାନର ନୂତନ ପେଷ୍ଟର ରିଲିଜ ହୋଇଛି । ଏଥିରେ ସୁପରଷ୍ଟାର ଆମିତାବ ବଚ୍ଚନ ଏବଂ ଆମୀର ଖାନଙ୍କୁ ସମ୍ପୂର୍ଣ୍ଣ ଏକ ନୂତନ ଲୁକରେ ଦେଖିବାକୁ ମିଳିବ । ଅମିତାବଙ୍କ ଏହି ଭିନ୍ନ ଲୁକ ସୋସିଆଲ ମିଡିଆରେ ଶୁବ ଶୀଘ୍ର ଭାଇରାଲ ହୋଇଥିଲା । ଏହି ଫିଲ୍ମଟିର ଲେଖକ ଏବଂ ନିର୍ଦ୍ଦେଶକ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ହୋଇଥିବା ବେଳେ ଏହା ୟଶ ରାଜ ବ୍ୟାନରରେ ପ୍ରସ୍ତୁତ ହେଉଛି । ଫିଲ୍ମଟି ଚଳିତ ଦିପାବଳୀ ସମୟରେ ରିଲିଜ ହେବାର ଯୋଜନା ରହିଛି ।
ଏହି ଫିଲ୍ମ ଫିଲିପ ମ୍ୟାଡୋ ଟେଲରଙ୍କ ୧୮୩୯ର ଫିକ୍ସନ ନୋବେଲ କନଫେସନ ଅଫ ଏ ଥଗର କାହାଣୀ ଉପରେ ଚିତ୍ରିତ । ଏଥିରେ ଆମୀର ଏବଂ ଅମିତାବଙ୍କ ବ୍ୟତୀତ କାଟ୍ରିନା କୈଫ, ଫତିମା ସନା ସୈଖ ଏବଂ ଜ୍ୟାକି ସାର୍ଫ ପ୍ରମୁଖ ରହିଛନ୍ତି । ଏହା ୨୧୦ କୋଟି ବଜେଟର ଫିଲ୍ମ ହୋଇଥିବା ବେଳେ ଏହା ବକ୍ସ ଅଫିସ ଭଲ ଉପାର୍ଜନ କରିବ ବୋଲି ଆଶା କରାଯାଉଛି ।


Share It

Comments are closed.