ଜିକିତ୍ସା ଓଡ଼ିଶା ସ୍କଲାରସିପ ୨୦୨୦ କାର୍ଯ୍ୟକ୍ରମ ଆୟୋଜିତ


ଭୁୂବନେଶ୍ୱର : ଓଡ଼ିଶାରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିମିଟେଡର ‘ଜିକିତ୍ସା ଓଡ଼ିଶା ସ୍କଲାରସିପ ୨୦୨୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାରେ କାର୍ଯ୍ୟରତ କର୍ମୀଙ୍କ ପିଲାମାନଙ୍କ ମଧ୍ୟରୁ ଚଳିତବର୍ଷ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ସାତଜଣ ପିଲାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି । ଏହାବାଦ୍ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ୧୯ ଜଣ ଆମ୍ବୁଲାନ୍ସ କର୍ମଚାରୀ, ଯାହା ମଧ୍ୟରେ ରହିଛନ୍ତି ୭ଜଣ କ୍ଲଷ୍ଟର ଲିଡର ଏବଂ ୫ ଜଣ ମେଂଟେନାନ୍ସ ଏକ୍ସିକ୍ୟୁଟିଭ (ଏମଇ) ଏବଂ ୭ଜଣ କ୍ରିୟୁ ମେମ୍ବର ପୁରସ୍କୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ଅମିତାଭ ଜୟପୁରିଆ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ, ଶ୍ରୀଯୁକ୍ତ ମନିଷ କୁମାର, ଜେଡ଼ଏଚଏଲ ଓଡ଼ିଶା ମୁଖ୍ୟ ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ କରାଯାଇଛି ।
ଏହି ଅବସରରେ ସୂଚନା ଦେଇ ଶ୍ରୀ ସବ୍ୟସାଚୀ ବିଶ୍ୱାଳ, ଓଡ଼ିଶା ମୁଖ୍ୟ କହିଛନ୍ତି ଯେ, \”\” ଜିକିତ୍ସା ହେଲଥ କେୟାର ଲିମିଟେଡ ଏବଂ ଏହାର କର୍ମଚାରୀ ସର୍ବଦା ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବାକୁ ଲୋକଙ୍କ ଆଶାରୁ ଅଧିକ ପ୍ରଦାନ କରିବା ପାଇଁ ପ୍ରୟାସରତ । ଏହାର କର୍ମଚାରୀମାନେ ଅନେକ ସମୟରେ ନିଜ କାର୍ଯ୍ୟ ପରିସୀମା ଠାରୁ ଉର୍ଦ୍ଧ୍ୱକୁ ଉଠି ବିଭିନ୍ନ କାର୍ଯ୍ୟ କରି ଲୋକଙ୍କ ଜୀବନ ବଂଚାଉଛନ୍ତି । ଯାହା ମଧ୍ୟରେ ବିଭିନ୍ନ ଦୁର୍ଗମ ଅଂଚଳ ଯେଉଁଠାରେ ରାସ୍ତା ନଥାଏ ଆବଶ୍ୟକସ୍ଥଳେ ଭାରରେ ରୋଗୀଙ୍କୁ ବୋହି ଆଣିଛନ୍ତି । ଗୁରୁତର ରୋଗୀଙ୍କୁ ରକ୍ତଦେଇ ଜୀବନ ବଂଚାଇଛନ୍ତି । ଫନି, ଫାଇଲିନ ପରି ପ୍ରଳୟଙ୍କାରୀ ପ୍ରାକୃତିକ ଦୁର୍ବିପାକରେ ନିଜ କର୍ତବ୍ୟଠୁ ଉର୍ଦ୍ଧ୍ୱରେ ରହି କାମ କରିଛନ୍ତି । ରୋଗୀମାନଙ୍କର ମୂଲ୍ୟବାନ ଜିନିଷପତ୍ରକୁ ଫେରାଇ ନିଜର ସାଧୁତାର ପରିଚୟ ଦେଇଛନ୍ତି । ଏହିସବୁ ବିଭିନ୍ନ କାର୍ଯ୍ୟକୁ ଭିତିକରି ସାତଜଣ କର୍ମଚାରୀ, ଛଅଜଣ କ୍ଲଷ୍ଟର ଲିଡର ଏବଂ ପାଂଚ ଜଣ ମେଂଟେନାନ୍ସ ଏକ୍ସିକ୍ୟୁଟିଭ (ଏମଇ)ଙ୍କୁ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ଆମ କର୍ମଚାରୀମାନଙ୍କ ଉତ୍ସାହ ବଢାଇବା ସହ ଅନ୍ୟ କର୍ମଚାରୀମାନଙ୍କୁ ଏପରି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।\’\’
ସେ ଆହୁରି ମଧ୍ୟ କହିଛନ୍ତିଯେ, “ଆମ୍ଭେମାନେ ଆମ କର୍ମଚାରୀ ମାନଙ୍କ ପିଲା ମାନଙ୍କୁ ମଧ୍ୟ ପୁରସ୍କୃତ କରିଛୁ । ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଶିଷ କୁମାର ସାହୁଙ୍କୁ ୫୦,୦୦୦ଟଙ୍କା ଛାତ୍ରବୃତି ସହିତ ଟ୍ରଫିରେ ସମ୍ମାନିତ କରାଯାଇଥିବାବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା, ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ୩୦,୦୦୦ଟଙ୍କାର ଛାତ୍ରବୃତି ସହିତ ଟ୍ରଫିରେ ପୁରସ୍କୃତ କରାଯାଇଛି । ଏହି ପୁରସ୍କାର ଆମର କର୍ମଚାରୀ ତଥା ସେମାନଙ୍କ ପିଲା ମାନଙ୍କୁ ଉତ୍ସାହିତ କରିବବୋଲି ଆମର ଆଶା ।”
ଏହି ଅବସରରେ ପୁରସ୍କୃତ କରାଯାଇଥିବା କ୍ରିୟୁ କର୍ମଚାରୀମାନଙ୍କ ମଧ୍ୟରେ ରହିଛନ୍ତି ଶ୍ରୀ ଦୁଃଖନାଶନ ବେସନ, ଶ୍ରୀ ଯୁଗୋଳ କିଶୋର ଶବର, ଶ୍ରୀ ଅନିଲ କୁମାର ମହନ୍ତ, ଶ୍ରୀ ଆଶିଷ କୁମାର ସିହ୍ନା, ଶ୍ରୀ ହରିହର ଦେହୁରୀ, ଶ୍ରୀ ଦେବାଶିଷ ବେହେରା, ଶ୍ରୀ ନରେନ୍ଦ୍ର ପ୍ରଧାନ । ପୁରସ୍କୃତ ହୋଇଥିବା ଏମ.ଇ ମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀ ନିରଂଜନ ପରିଡ଼ା, ଶ୍ରୀ ଅଗସ୍ତି ବାଗ୍‌, ଶ୍ରୀ ଆଶିଷ କୁମାର ପଣ୍ଡା, ଶ୍ରୀ ଦୀନବନ୍ଧୁ ମହାକୁଡ଼, ଶ୍ରୀ ଶଙ୍କର କୁମାର ମଲ୍ଲିକ । ଏହାବାଦ ଛଅଜଣ କ୍ଲଷ୍ଟର ଲିଡର ଯେପରିକି ସଚିଦାନନ୍ଦ ସାମଲ, ଅଚ୍ୟୁତାନନ୍ଦ ପଟ୍ଟନାୟକ, ଜୟଗୋପାଲ ଦାସ, ଚନ୍ଦ୍ରକାନ ପାତ୍ର, ସଂଜୟ ତ୍ରିପାଠୀ, ସୁଭ୍ରାଂଶୁ ସେନାପତି ଏବଂ ବାଳକୃଷ୍ଣ ଚୌଧୂରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି ।
ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସମ୍ପ୍ରତି ଓଡିଶାର ୩୦ଟି ଜିଲ୍ଲାରେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଏବଂ ୫୦୦ ଟି ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ଜରୁରୀକାଳୀନ ସେବାର ପ୍ରଚଳନ କରାଯାଉଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୭ବର୍ଷ ମଧ୍ୟରେ ୩୨ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଏବଂ ୨୯ଲକ୍ଷରୁ ଉର୍ଦ୍ଧ ଗର୍ଭବତୀ ଏବଂ ଶିଶୁଙ୍କୁ ୧୦୨ ଆମ୍ବଲାନ୍ସ ସେବା ପ୍ରଦାନ କରିସାରିଲେଣି । ଆଗାମୀ ଭବିଷ୍ୟତରେ ଓଡ଼ିଶାରେ ଆହୁରି ୮୪ଟି ନୂତନ ୧୦୮ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏପରିକି ରାଜ୍ୟର ବିଭିନ୍ନ ବିଛିନ୍ନାଂଚଳରେ ୧୦୮ ବୋଟ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇଦିଆଯାଇଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି ।


Share It

Comments are closed.