ଆମାଜନ ପେ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ସହଯୋଗିତାର ନବୀକରଣ

Share It

 

– ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ଫୋରେକ୍ସ ଫି ହ୍ରାସ; ସପିଂ ଓ ଭ୍ରମଣ ବୁକିଂ ଉପରେ ୫% ଅସୀମିତ ରିୱାର୍ଡ ଜାରି

ଭୁବନେଶ୍ୱର: ଆମାଜନ ପେ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ପାଇଁ ସେମାନଙ୍କ ଦୀର୍ଘକାଳୀନ ସହଯୋଗିତାର ନବୀକରଣ ଘୋଷଣା କରିଛନ୍ତି। ଏହା ହେଉଛି ଭାରତର ସବୁଠୁ ଅଧିକ ଗ୍ରହଣୀୟ ହୋଇଥିବା କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଯାହାର ୫ ନିୟୁତରୁ ଅଧିକ ଗ୍ରାହକ ରହିଛନ୍ତି। ୨୦୧୮ରେ ଶୁଭାରମ୍ଭ ହେବା ପରଠାରୁ ଏହି କାର୍ଡ ସରଳ, ସ୍ୱଚ୍ଛ ରିୱାର୍ଡ ଓ ନିରବଚ୍ଛିନ୍ନ ସୁବିଧା ଜରିଆରେ ଡିଜିଟାଲ ପେମେଂଟକୁ ବଦଳାଇଛି।
୨୦୨୫ ଅକ୍ଟୋବର ୧୧ରୁ ଲାଗୁ ହେଉଥିବା ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ଅନ୍ତର୍ଜାତୀୟ କାରବାରରେ ଫୋରେକ୍ସ ଫି ହ୍ରାସ ପାଇବ। ଏଥିରେ ଆମାଜନ ପ୍ରାଇମ ସଦସ୍ୟମାନେ ସପିଂ ଓ ଭ୍ରମଣ ବୁକିଂ ଉପରେ ୫%ର ଅସୀମିତ କ୍ୟାସବ୍ୟାକ ସୁବିଧା ପୂର୍ବଭଳି ପାଇପାରିବେ ଏବଂ ଅଣ ପ୍ରାଇମ ସଦସ୍ୟଙ୍କୁ ୩% ଅସୀମିତ ରିୱାର୍ଡ ମିଳିବ। ଏହି ସୁବିଧାଗୁଡ଼ିକ ସହିତ ଏହି କାର୍ଡ ଭାରତର ସବୁଠୁ ଭଲ ରିୱାର୍ଡ ପ୍ରଦାନ କରୁଥିବା ସବୁଦିନିଆ କ୍ରେଡିଟ କାର୍ଡରେ ପରିଣତ ହୋଇଛି।
ଏ ସମ୍ପର୍କରେ ଆମାଜନ ପେ ଇଣ୍ଡିଆର କ୍ରେଡିଟ ଓ ଲେଣ୍ଡିଂ ଡାଇରେକ୍ଟର ଶ୍ରୀ ମୟଙ୍କ ଜୈନ କହିଛନ୍ତି ଯେ, ‘ଏହି ସୁବିଧାଗୁଡ଼ିକ ସହିତ ଆମେ ଭାରତର ସବୁଠୁ ବିଶ୍ୱସନୀୟ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡକୁ ନୂଆ ଶିଖରରେ ପହଂଚାଇଛୁ। ୫ ନିୟୁତରୁ ଅଧିକ ଗ୍ରାହକ ନିରନ୍ତର ଭାବେ ଅସୀମିତ କ୍ୟାସବ୍ୟାକ, ଶୂନ ସାମିଲ ହେବା ଏବଂ ବାର୍ଷିକ ଫି ଏବଂ ନିରବଚ୍ଛିନ୍ନ ରିଡେମ୍ପସନ ସୁବିଧା ଉପଯୋଗ କରୁଛନ୍ତି। ଗ୍ରାହକଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ରଖୁଥିବା ସବୁଦିନିଆ ଅତ୍ୟାବଶ୍ୟକ ଜିନିଷ ଏବଂ ଏବେ ଭ୍ରମଣ ଭଳି ବର୍ଗରେ ଗ୍ରାହକଙ୍କ ତରଫରୁ ନବସୃଜନ ଜାରି ରଖିବା ଏବଂ ରିୱାର୍ଡକୁ ସୁଦୃଢ଼ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଏହି ଉନ୍ନତି ଗ୍ରାହକଙ୍କ ପ୍ରତି ଆମର ରହିଥିବା ଆଗ୍ରହ ଏବଂ ଲୋକଙ୍କ ନିତିଦିନିଆ ଜୀବରେ ଋଣକୁ ସହଜରେ ସାମିଲ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।’’
ଆଇସିଆଇସିଆଇ ବ୍ୟାଙ୍କର କାର୍ଡସ ଓ ପେମେଂଟ ସମାଧାନର ମୁଖ୍ୟ ଶ୍ରୀ ବିପୁଳ ଅଗ୍ରୱାଲ କହିଛନ୍ତି ଯେ, ‘ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ହେଉଛି ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ। ଆମାଜନ ପେ ସହିତ ଆମ ସହଯୋଗିତାର ନବୀକରଣ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେଉଥିବାରୁ ଆମେ ଉଲ୍ଲସିତ। ଉତମ ରିୱାର୍ଡ ଓ ନମନୀୟତ ରିଡିମ ବିକଳ୍ପକୁ ନେଇ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଭ୍ରମଣ ବଢ଼ିବାର ଆଗ୍ରହକୁ ଆମେ ଦେଖିପାରୁଛୁ। ଫୋରେକ୍ସ ଫି କମ କରି ଆମେ ଡିଜିଟାଲ ଅଭ୍ୟସ୍ତ ଗ୍ରାହକଙ୍କ ପାଇଁ କାର୍ଡକୁ ଆହୁରି ଆକର୍ଷଣୀୟ କରିପାରିଛୁ ଯେଉଁମାନେ ପେମେଂଟରେ ସ୍ମାର୍ଟ ଉପାୟ ଖୋଜୁଛନ୍ତି।’’
ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କୋ ବ୍ରାଣ୍ଡେଡ କ୍ରେଡିଟ କାର୍ଡରେ ଫୋରେକ୍ସ ମାର୍କ ଅପ ମାତ୍ର ୧.୯୯%କୁ ହ୍ରାସ ପାଇଛି। ପ୍ରାଇମ ସଦସ୍ୟମାନେ ଆମାଜନ ପେ ଜରିଆରେ ଭ୍ରମଣ ବୁକିଂ ଉପରେ ୫% ଅସୀମିତ କ୍ୟାସବ୍ୟାକ ପାଇପାରିବେ। ଅଣ ପ୍ରାଇମ ସଦସ୍ୟମାନଙ୍କୁ ୩ ପ୍ରତିଶତ ଅସୀମିତ କ୍ୟାସବ୍ୟାକ ମିଳିବ। କୌଣସିି ବାର୍ଷିକ କିମ୍ବା ପ୍ରବେଶ ଶୁଳ୍କ ନାହିଁ। ଆମାଜନ ପ୍ରାଇମ ସଦସ୍ୟମାନେ ଆମାଜନରେ ସପିଂ ଉପରେ ୫% ଅସୀମିତ କ୍ୟାସବ୍ୟାକ ଏବଂ ଅଣ ପ୍ରାଇମ ସଦସ୍ୟମାନେ ୩% ଅସୀମିତ କ୍ୟାସବ୍ୟାକ ପାଇପାରିବେ। ଆମାଜନ ଡଟ ଇନରେ କିଣାକିଣି ଉପରେ ୩ ମାସିଆ ନୋ କଷ୍ଟ ଇଏମଆଇ ସୁବିଧା। ଆମାଜନ ପେର ବିଭିନ୍ନ ବର୍ଗରେ ପେମେଂଟ ଉପରେ ୨ ପ୍ରତିଶତ ଅସୀମିତ କାସବ୍ୟାକ ଏବଂ ଆମାଜନ ବାହାରେ ପେମେଂଟ ଉପରେ ୧ ପ୍ରତିଶତ ଅସୀମିତ କ୍ୟାସବ୍ୟାକ ମିଳିବ।


Share It

Comments are closed.