ଉତ୍ସବ ଋତୁରେ ଇ-କମର୍ସରେ ଓଡ଼ିଶାର ବିକ୍ରେତାଙ୍କ ଅଭିବୃଦ୍ଧି ସୁଦୃଢ଼ କରିବାକୁ ଆମାଜନ ପ୍ରତିବଦ୍ଧ

- ବିକ୍ରେତାଙ୍କ ପାଇଁ ବ୍ୟବସାୟ ଅଭିବୃଦ୍ଧିକୁ ସୁଦୃଢ଼ କରିବା ଲାଗି ବିବିଧ ଉତ୍ପାଦ ବର୍ଗରେ ବିକ୍ରୟ ଶୁଳ୍କ’ରେ ଉଲ୍ଲେଖନୀୟ ହ୍ରାସ ଘୋଷଣା - ଆମାଜନ୍ ଡଟ୍ ଇନ୍‌ରେ ଉତ୍ପାଦକୁ ସମ୍ପ୍ରସାରଣ କରିବାରେ ବିକ୍ରେତାଙ୍କୁ ସହାୟକ ହେବା ଲାଗି ନୂଆ ସୁବିଧା ଓ ସମାଧାନର ଶୁଭାରମ୍ଭ - ଆମାଜନ ଡଟ୍ ଇନ୍‌ରେ ଓଡ଼ିଶାର ୧୬,୦୦୦ରୁ ଅଧିକ ବିକ୍ରେତା ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି


ଭୁବନେଶ୍ୱର: ୨୦୨୪ର ପାର୍ବଣ ଋତୁକୁ ଓଡ଼ିଶା ତଥା ସମଗ୍ର ଭାରତରେ ବିକ୍ରେତାମାନଙ୍କ ପାଇଁ ଏକ ବଡ଼ ସଫଳତା କରିବା ଲାଗି ଆମାଜନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଆରମ୍ଭ କରାଯାଇଛି। ବିକ୍ରେତାମାନଙ୍କୁ ସେମାନଙ୍କ ରୋଜଗାର ବୃଦ୍ଧି କରିବାରେ ସାହାଯ୍ୟ କରିବା ଏବଂ ଗ୍ରାହକମାନଙ୍କୁ ଉତମ ମୂଲ୍ୟ ପ୍ରଦାନ କରିବା ପାଇଁ ଗ୍ରୋସରୀ, ଫ୍ୟାସନ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ବର୍ଗରେ ବିକ୍ରୟ ଶୁଳ୍କରେ ୩% ରୁ ୧୨% ପର୍ଯ୍ୟନ୍ତ ଉଲ୍ଲେଖନୀୟ ହ୍ରାସ ଘୋଷଣା କରାଯାଇଛି।

ଆଗାମୀ ପାର୍ବଣ ଋତୁରେ ଓଡ଼ିଶାର ଏସଏମବିଗୁଡ଼ିକ ପାଇଁ ଇ-କମର୍ସ ଜରିଆରେ ଅନଲାଇନ୍ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ସୁଯୋଗ ଏବଂ ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ରାଜ୍ୟର ୧୬,୦୦୦ରୁ ଅଧିକ ବିକ୍ରେତା ଆମାଜନ ଡଟ୍ ଇନ୍‌ରେ ସେମାନଙ୍କ ଉତ୍ପାଦଗୁଡ଼ିକୁ ତାଲିକାଭୁକ୍ତ କରି ପ୍ରଦର୍ଶିତ କରିବେ ଏବଂ ଭାରତର ଶତ ପ୍ରତିଶତ ସେବାଯୋଗ୍ୟ ପିନକୋଡରେ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଂଚିପାରିବେ। ବର୍ଦ୍ଧିତ ଚାହିଦା, ଟ୍ରାଫିକ୍ ଏବଂ ସ୍ୱତନ୍ତ୍ର ଅଫରର ଫାଇଦା ଉଠାଇ ଏହି ବିକ୍ରେତାମାନେ ନିଜର ବିକ୍ରି ବୃଦ୍ଧି କରି ନୂତନ ଗ୍ରାହକଙ୍କ ନିକଟରେ ପହଂଚିପାରିବେ।

ଆମାଜନ ଇଣ୍ଡିଆର ବିକ୍ରୟ ନିର୍ଦ୍ଦେଶକ ଗୌରବ ଭଟ୍ଟନାଗର କହିଛନ୍ତି ଯେ, “ଆମାଜନରେ ଓଡ଼ିଶାର ଏସଏମବିମାନଙ୍କୁ ଇ-କମର୍ସର ଲାଭ ଉଠାଇବାରେ ସାହାଯ୍ୟ କରି ସେମାନଙ୍କୁ ସଶକ୍ତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ପ୍ରତିବର୍ଷ ଆମେ ଉତମ ଉତ୍ପାଦ ତାଲିକା ଏବଂ ଚୟନ ମାଧ୍ୟମରେ ସେମାନଙ୍କୁ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ ଯାହା ସେମାନଙ୍କୁ ସେମାନଙ୍କର ବିକ୍ରି ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଆମର ବିଶ୍ୱାସ ଯେ ବିକ୍ରୟ ଶୁଳ୍କ ହ୍ରାସ ସହିତ ଆମେ ପ୍ରଦାନ କରୁଥିବା ଅନ୍ୟାନ୍ୟ ସମାଧାନ ଏବଂ ବୈଶିଷ୍ଟ୍ୟ ବିକ୍ରେତାମାନଙ୍କୁ ପାର୍ବଣ ଋତୁ ଏବଂ ଏହା ପରେ ଅଭୂତପୂର୍ବ ସଫଳତା ହାସଲ କରିବାରେ ସକ୍ଷମ କରିବ।’’

ଆମାଜନ୍ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଏବଂ ମେସିନ୍ ଲର୍ଣ୍ଣିଂ (ଏମଏଲ)ର ଶକ୍ତିର ଉପଯୋଗ କରି ବିକ୍ରେତାଙ୍କୁ ପଞ୍ଜୀକରଣ, ତାଲିକାଭୁକ୍ତ ଏବଂ ବିଜ୍ଞାପନ, ପୂର୍ବାନୁମାନ ଚାହିଦା, କ୍ୟାଟାଲଗ୍ ଗୁଣବତା ଏବଂ ଉତ୍ପାଦ ତାଲିକାରେ ଉନ୍ନତି ଆଣିବା ଏବଂ ଡିଲ୍ ଏବଂ ପ୍ରମୋସନ ସୁପାରିଶ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରୁଛି । ଆମାଜନର ଉତ୍ପାଦ କ୍ୟାଟାଲଗ ଏବଂ ୱେବରୁ ମିଳିଥିବା ସୂଚନା ଉପରେ ତାଲିମ ପ୍ରାପ୍ତ ଜେନେରେଟିଭ୍ ଏଆଇ ଭିତିକ ସପିଂ ଆସିଷ୍ଟାଂଟ୍ “ରୁଫସ’ର ବିଟା ଭର୍ସନକୁ ନିକଟରେ ଶୁଭାରମ୍ଭ କରାଯାଇଛି। ରୁଫସ୍ ସପିଂ ଆବଶ୍ୟକତା, ଉତ୍ପାଦ ଏବଂ ତୁଳନା ଉପରେ ଗ୍ରାହକଙ୍କ ପ୍ରଶ୍ନର ଉତର ଦେବା, ଏହି ପରିପ୍ରେକ୍ଷୀରେ ସୁପାରିଶ କରିବା ଏବଂ ଉତ୍ପାଦ ଆବିଷ୍କାରକୁ ସହଜ କରୁଛି। ଏହା ଦ୍ୱାରା ଗ୍ରାହକମାନେ ଆମାଜନ ଡଟ୍ ଇନ୍‌ରେ ବିକ୍ରେତାଙ୍କ ଠାରୁ ଉତ୍ପାଦ ଖୋଜିବା ଏବଂ ଆବିଷ୍କାର କରିବା, ଗବେଷଣା କରିବା ଏବଂ କିଣିବା ସହଜ ହେବ।

ବିକ୍ରେତାଙ୍କୁ ସମର୍ଥନ କରିବା ପାଇଁ ଆମାଜନ ସେଲ୍ ଇଭେଂଟ ପ୍ଲାନର୍ ଭଳି ଅନେକ ନୂତନ ଉପକରଣ ଏବଂ ଇମେଜିଂ ସେବା ଏବଂ ଲିଷ୍ଟିଂ ଆସିଷ୍ଟାଂଟ୍ ଭଳି ଏଆଇ-ଚାଳିତ ଉଦ୍ଭାବନ ବୈଶିଷ୍ଟ୍ୟ ଆଣିଛି ଯାହା ବିକ୍ରେତାଙ୍କୁ ପ୍ରମୁଖ ବିକ୍ରୟ କାର୍ଯ୍ୟକ୍ରମଗୁଡିକ ପରିଚାଳନା ଏବଂ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ। ସେଲଫ୍‌-ସର୍ଭିସ୍ ରେଜିଷ୍ଟ୍ରେସନ୍ (ଏସ୍‌ଏସ୍‌ଆର୍ ୨.୦) ବହୁ-ଭାଷା ସମର୍ଥନ ସହିତ ଅନ୍ତର୍ଭୁକ୍ତ ହେବାକୁ ସରଳ କରିଛି ଏବଂ ପଞ୍ଜୀକରଣ ଓ ଇନଭଏସିଂ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିଛି। ଏହାବ୍ୟତୀତ, ବିକ୍ରି କାର୍ଯ୍ୟକ୍ରମ ପ୍ଲାନର୍ ବିକ୍ରେତାଙ୍କୁ ଆକର୍ଷଣୀୟ ଡିଲ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି ଏବଂ ପ୍ରଭାବଶାଳୀ ଉତ୍ପାଦ ଷ୍ଟକ୍ ଯୋଜନା ପାଇଁ ମୂଲ୍ୟବାନ ବୁଝାମଣା ପ୍ରଦାନ କରୁଛି। ନୂତନ ବିକ୍ରେତା ସଫଳତା କେନ୍ଦ୍ର ଅନଲାଇନ୍ ସପ୍ ସ୍ଥାପନ ଏବଂ ବିଜ୍ଞାପନ, ପ୍ରାଇମ୍ ଏବଂ ଡିଲ୍ ଭଳି ବୈଶିଷ୍ଟ୍ୟଗୁଡିକ ବ୍ୟବହାର କରିବା ଉପରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରୁଛି।। ମଲ୍ଟି-ଚ୍ୟାନେଲ ପରିପୂର୍ଣ୍ଣତା (ଏମସିଏଫ) ଆମାଜନର ଡେଲିଭରି ନେଟୱାର୍କ ବ୍ୟବହାର କରି ବିକ୍ରେତାଙ୍କ ପାଇଁ ଅଧିକ ଗ୍ରାହକଙ୍କ ନିକଟରେ ପହଂଚିବା ସହଜ କରିବ।

ଭିତିଭୂମି କ୍ଷେତ୍ରରେ ଆମାଜନର ପୁଞ୍ଜିନିବେଶ ଗ୍ରାହକଙ୍କ ପାଇଁ ଦ୍ରୁତ ଏବଂ ବିଶ୍ୱସନୀୟ ବିତରଣ ଅନୁଭୂତିକୁ ସକ୍ଷମ କରୁଛି:
ଆମାଜନ ଗତ କିଛି ବର୍ଷ ମଧ୍ୟରେ ସମଗ୍ର ଭାରତ ଏବଂ ଓଡ଼ିଶାରେ ଏକ ସୁଦୃଢ଼ ଭୌତିକ ଭିତିିଭୂମି ସୃଷ୍ଟି କରିବାରେ ନିବେଶ କରିଛି। ଆଜି ଓଡ଼ିଶାରେ ଏହାର ୧ଟି ସର୍ଟେସନ୍ ସେଂଟର ସହିତ ପ୍ରାୟ ୫୦ଟି ଆମାଜନ୍ ମାଲିକାନାରେ ଏବଂ ପାର୍ଟନର ଡେଲିଭରି ଷ୍ଟେସନ୍ ଏବଂ ୩୦୦ରୁ ଅଧିକ “ଆଇ ହେଭ୍ ସ୍ପେସ୍‌’ ଷ୍ଟୋର୍ ରହିଛି। ଭିତିଭୂମି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ଓଡ଼ିଶାର ବିକ୍ରେତାମାନଙ୍କୁ ଶତ ପ୍ରତିଶତ ସେବାଯୋଗ୍ୟ ପିନ୍ କୋଡ୍ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଂଚାଂଇବାରେ ସହାୟକ ହେବା ସହ ରାଜ୍ୟରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ବ୍ୟବସାୟ ଅଭିବୃଦ୍ଧି ପାଇଁ ଓଡ଼ିଶାର ଏସ୍‌ଏମ୍‌ବିଗୁଡ଼ିକ ଇ-କମର୍ସକୁ ଆପଣାଉଛନ୍ତି
ଓଡ଼ିଶାର ଖୋର୍ଦ୍ଧା ସହରରେ ଥିବା ପ୍ରସିଦ୍ଧ ହୋମ୍ ଡେକୋର ଷ୍ଟୋର୍ “ସ୍ମାଇଲ୍ ସେଲର’ର ଗର୍ବିତ ମାଲିକ ହେଉଛନ୍ତି ଦେବେନ୍ଦ୍ର ବେହେରା। ତାଙ୍କ ଯାତ୍ରା ୨୦୨୦ ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଜଣେ ଦକ୍ଷ ଇଂଟେରିୟର ଡିଜାଇନର ଭାବରେ ଗୃହ ସାଜସଜ୍ଜା ସାମଗ୍ରୀ ବିକ୍ରି କରିବା ଆରମ୍ଭ କରିଥିଲେ। ନିଜେ ଜଣେ ଦକ୍ଷ ଇଂଟେରିୟର ଡିଜାଇନର ଭାବରେ ସେ ତାଙ୍କ ଛୋଟ ସହରରେ ସାଜସଜ୍ଜା ଉତ୍ପାଦର ଅଭାବକୁ ସ୍ୱୀକାର କରିଥିଲେ। ଫଳରେ ସେ ନିଜର ଷ୍ଟୋର୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ। ଅଢ଼େଇ ବର୍ଷ ମଧ୍ୟରେ ଦେବେନ୍ଦ୍ର ତାଙ୍କ ବ୍ୟବସାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି ଯାହାର ମୁଖ୍ୟ କାରଣ ହେଉଛି ଦିନିକିଆ ଡେଲିଭରି ସୁବିଧା। ଏହା ଦ୍ୱାରା ପ୍ରତିବର୍ଷ ୧୫୦୦ରୁ ଅଧିକ ବରାଦ ମିଳୁଛି ଯେଉଁଥିରେ ମୁଖ୍ୟତଃ ଏଲଇଡି ଲାଇଟ୍ ଏବଂ ଦର୍ପଣ, ଚେୟାର, ପରଦା, ଶୋପିସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି।


Share It

Comments are closed.