ଆମାଜନ୍ ଇଣ୍ଡିଆ ପକ୍ଷରୁ ବିଶ୍ୱ ସ୍ୱେଚ୍ଛାସେବୀ ମାସ ପାଳନ ଅବସରରେ ରେକର୍ଡ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ


ଭୁବନେଶ୍ୱର: ଆମାଜନ୍ ଡଟ୍ ଇନ୍ ପକ୍ଷରୁ ୨୦୨୪ ମେ’ରେ ବିଶ୍ୱ ସ୍ୱେଚ୍ଛାସେବୀ ମାସ ଭାବରେ ପାଳନ କରିବାକୁ ଘୋଷଣା କେରାଯାଇଥିବା ବେଳେ ସେଥିରେ ରେକର୍ଡ ୧.୧ ଲକ୍ଷରୁ ଅଧିକ ଆମାଜନ କର୍ମଚାରୀ ଅଂଶଗ୍ରହଣ କରିଥିଲେ ଯାହା ବାର୍ଷିକଭିତିରେ ୧୦୦% ଅଧିକ । ସକରାତ୍ମକ ପ୍ରଭାବ ସୃଷ୍ଟି କରିବା ଓ ଗୋଷ୍ଠୀ ସହ ଯୋଡ଼ି ହେବାରେ କମ୍ପାନିର ଗଭୀର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି । ସ୍ୱେଚ୍ଛାସେବୀ ଉଦ୍ୟମ ଜରିଆରେ ଆମାଜନ ପକ୍ଷରୁ ମହିଳା ସଶକ୍ତୀକରଣ, ସ୍ଥାୟିତ୍ୱ, ଖାଦ୍ୟ ନିରାପତା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି । ସଚେତନ, ଅନୁପ୍ରାଣିତ କରିବା ଏବଂ ଯୋଡ଼ି ହେବା ଲାଗି ଆମାଜନ ପକ୍ଷରୁ ସାରା ଭାରତରେ ୫୫ ଅଣଲାଭକାରୀ ସଂଗଠନ ସହ ସହଯୋଗିତାରେ ୪୦୦ ସ୍ୱେଚ୍ଛାସେବୀ ସୁଯୋଗ ସୃୃଷ୍ଟି କରାଯାଇଛି ଯେଉଁଥିରେ କର୍ମଚାରୀମାନେ ବିଭିନ୍ନ ପ୍ରକାର କାର୍ଯ୍ୟାଳୟ ଭିତର ଓ ବାହାର ଏବଂ ଭର୍ଚୁଆଲ ସ୍ୱେଚ୍ଛାସେବୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିଛନ୍ତି ।
ଆମାଜନ ଇଣ୍ଡିଆର ଉପସଭାପତି ଓ କଂଟ୍ରି ମ୍ୟାନେଜର ମନିଷ ତିୱାରୀ କହିଛନ୍ତି ଯେ, “ଆମାଜନରେ ଆମ ସଫଳତାର ମୂଳରେ ରହିଛି ଆମେ ସେବା ପ୍ରଦାନ କରୁଥିବା ଗୋଷ୍ଠୀର କଲ୍ୟାଣ । ଆମର ବିଶ୍ୱ ସ୍ୱେଚ୍ଛାସେବୀ ମାସ କର୍ମଚାରୀମାନଙ୍କୁ ଏକଜୁଟ କରିଛି ଏବଂ ବାସ୍ତବ ପରିବର୍ତନ ଆଣିବା ଲାଗି ସେମାନଙ୍କୁ ସଶକ୍ତ କରିଛି । ବର୍ଷତମାମ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଲାଗି ଆମେ ପ୍ରତିବଦ୍ଧ ଏବଂ ବୃହତ ସ୍ୱାର୍ଥ ପାଇଁ ଆମର ସମ୍ବଳକୁ ଆମେ ବ୍ୟବହାର କରିବା ଜାରି ରଖିବୁ ଏବଂ ଆମେ ବଂଚୁଥିବା ଏବଂ କାର୍ଯ୍ୟ କରୁଥିବା ଗୋଷ୍ଠୀ ଏକ ଉତମ ପଡ଼ୋଶୀ ହେବାକୁ ଉଦ୍ୟମ କରୁଛୁ ।”
ଆମାଜନ ପକ୍ଷରୁ ସ୍ଥାୟୀ ଜୀବନଜୀବିକା ସକ୍ଷମ କରିବା ଲାଗି ସ୍ୱଦେଶୀ ଉତ୍ପାଦର ପ୍ରସାର କରିବା ପାଇଁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ସମୃଦ୍ଧ କରିବା, ଅଣ ଲାଭଜନକ ସହଯୋଗିତା ଜରିଆରେ ଏସ୍‌ଟିଇଏମ୍ ଶିକ୍ଷାରେ ଛାତ୍ରୀମାନଙ୍କୁ ସାହାଯ୍ୟ କରିବା, ବର୍ଜ୍ୟ କପଡ଼ାକୁ ବ୍ୟବହାରଯୋଗ୍ୟ ବ୍ୟାଗ୍‌ରେ ପରିଣତ କରିବା, ଚାରା ରୋପଣ କରିବା, ଅନଗ୍ରସର ଲୋକମାନଙ୍କ ମଧ୍ୟରେ ରାସନ କିଟ୍‌, ରେଡି ଟୁ ଇଟ୍ ମିଲ୍ ଏବଂ ଡାଲି ଓ ଚାଉଳ ଭଳି ଅତ୍ୟାବଶ୍ୟକ ଗ୍ରୋସରି ପ୍ରଦାନ କରିବା ଏବଂ ଭାବ ବିନିମୟ କ୍ଲାସ୍‌, ପୁସ୍ତକଭରା ପାଠାଗାର ଏବଂ ସ୍କୁଲକୁ ଜୀବନ୍ତ ସ୍ଥାନରେ ପରିଣତ କରିବାରେ ସାହାଯ୍ୟ କରିବା ଲାଗି ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଉଛି ।
ଆମାଜନ ବିଭିନ୍ନ ପ୍ରଭାବଶାଳୀ ପଦକ୍ଷେପ ମାଧ୍ୟମରେ ସମୁଦାୟକୁ ସଶକ୍ତ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଜାରି ରଖିଛି । ଆମାଜନ୍ ସମଗ୍ର ଦେଶରେ ୭.୮ ନିୟୁତରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି । ଏହାର ବିଶାଳ ସମ୍ବଳ ଏବଂ ଅଭିନବ ସାମର୍ଥ୍ୟର ଉପଯୋଗ କରି ଆମାଜନ ଅବହେଳିତ ଜନସଂଖ୍ୟାକୁ ଅତ୍ୟାବଶ୍ୟକ ଶିକ୍ଷା ଏବଂ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛି । ଆମାଜନ୍ ଫ୍ୟୁଚର୍ ଇଞ୍ଜିନିୟର ଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ କମ୍ପ୍ୟୁଟର ବିଜ୍ଞାନ ଶିକ୍ଷାର ବ୍ୟବଧାନକୁ ଦୂର କରିବା, ଯାହା ବିଭିନ୍ନ ପୃଷ୍ଠଭୂମିର ଯୁବ ଛାତ୍ରମାନଙ୍କୁ ସେମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ହାସଲ କରିବାର ସୁଯୋଗ ପ୍ରଦାନ କରିବ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ଆର୍ôଥକ ପ୍ରତିବନ୍ଧକ ଯେପରି ଏକ ଚ୍ୟାଲେଞ୍ଜରେ ପରିଣତ ନହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଅନେକ ବୃତି କାର୍ଯ୍ୟକ୍ରମ ଦ୍ୱାରା ଏହି ଶିକ୍ଷାଗତ ପ୍ରୟାସଗୁଡିକ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ଆମାଜନ ଟାର୍ଗେଟେଡ୍ କ୍ୟାମ୍ପେନ ଜରିଆରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତାକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ବର୍ତମାନ ସୁଦ୍ଧା ଆମାଜନ ୨୦,୦୦୦ରୁ ଅଧିକ ମହିଳା ଓ ବାଳିକାଙ୍କ ଜୀବନକୁ ସକରାତ୍ମକ ଭାବେ ପ୍ରଭାବିତ କରିଛି । ଏହାବ୍ୟତୀତ କୋଲକାତା, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ସାନିଟାରୀ ନାପକିନ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଆମେ ଏହି କ୍ଷେତ୍ରରେ ଉଦ୍ୟୋଗୀଙ୍କୁ ସକ୍ଷମ କରୁଛୁ । ଏହି ୟୁନିଟ୍‌ଗୁଡ଼ିକ ୬୦ ଗ୍ରାମୀଣ ମହିଳାଙ୍କୁ ରୋଜଗାର ପ୍ରଦାନ କରିଥିବା ବେଳେ ୨୦୦୦ରୁ ଅଧିକ ଗ୍ରାମୀଣ ମହିଳା ଓ ଯୁବତୀଙ୍କ ପାଖରେ ପରିବେଶ ଦାୟିତ୍ୱବାନ ଉତ୍ପାଦ ପହଂଚାଉଛି ।


Share It

Comments are closed.