ଆମାଜନ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ୫୦,୦୦୦ ନିଯୁକ୍ତି ସୃଷ୍ଟି


ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଭାରତ ସାମାଜିକ ଦୂରତା ବଜାୟ ରଖିଥିବା ବେଳେ ଆମାଜନ୍ ଇଣ୍ଡିଆ ପରିବାର ଲୋକମାନଙ୍କୁ ନିଜ ଘରେ ସୁରକ୍ଷିତ ରହି ସେମାନେ ଆବଶ୍ୟକ କରୁଥିବା ସାମଗ୍ରୀ ପାଇବାରେ ସହଯୋଗ କରିବା ଦିଗରେ ଏକ ସ୍ୱତନ୍ତ୍ର ଭୂମିକା ତୁଲାଉଛି । ତେଣୁ ଗ୍ରାହକଙ୍କ ସୁବିଧା ଏବଂ ସୁରକ୍ଷା ଦୃଷ୍ଟିରୁ ଆମାଜନ୍ ଇଣ୍ଡିଆ, ଏହାର ଫୁଲଫିଲମେଂଟ ଓ ଡେଲିଭରୀ ନେଟୱର୍କରେ ପ୍ରାୟ ୫୦,୦୦୦ ରୁତୁକାଳୀନ ନିଯୁକ୍ତି ସୃଷ୍ଟି କରିଛି । ଏହି ନିଯୁକ୍ତି ଆମାଜନ୍ ଫ୍ଲେକ୍ସ ସହିତ ସ୍ୱାଧୀନ କଂଟ୍ରାକ୍ଟର ଭାବେ କାର୍ଯ୍ୟ କରିବା ପାଇଁ ପାର୍ଟ-ଟାଇମ୍ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରୁଛି ।
ଏହି ନୂତନ ସହଯୋଗୀମାନେ ଦେଶବ୍ୟାପୀ ଆମାଜନ୍ ଇଣ୍ଡିଆର ଫୁଲ୍‌ଫିଲ୍‌ମେଂଟ୍ ଓ ଡେଲିଭରି ନେଟ୍‌ୱର୍କର ଅନ୍ୟ ହଜାର ହଜାର ସହଯୋଗୀଙ୍କ ସହ ମିଶି ସେମାନଙ୍କୁ ପିକ୍‌, ପ୍ୟାକ୍ ସିପ୍ ଓ ଗ୍ରାହକଙ୍କୁ ଅର୍ଡର୍ ଡେଲିଭରି କରିବାରେ ସହଯୋଗ କରିବେ । ଏସମ୍ପର୍କରେ ଆମାଜନ୍‌ର କଷ୍ଟମର ଫୁଲ୍‌ଫିଲମେଂଟ୍ ଅପରେସନ୍ସ, ଏପିଏସି, ଏମ୍‌ଇଏନ୍‌ଏ ଓ ଏଲ୍‌ଏଟିଏଏମ୍ ବିଭାଗ ଭିପି ଅଖିଲ ସକ୍ସେନା କହିଛନ୍ତି ଯେ, “କୋଭିଡ୍‌-୧୯ ମହାମାରୀରୁ ଆମେ ଗୋଟିଏ କଥା ଶିଖିବାକୁ ପାଇଛୁ ଯେ, ଆମାଜନ୍ ଓ ଇକମର୍ସ ଆମର ଗ୍ରାହକଙ୍କ ପାଇଁ ତଥା କ୍ଷୁଦ୍ର ବ୍ୟବସାୟ ଓ ଅର୍ଥନୀତି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମେ ଆମର ଦାୟୀତ୍ୱକୁ ଗୁରୁତ୍ୱର ସହ ଗ୍ରହଣ କରିଛୁ ଏବଂ ଏହି କଷ୍ଟ ସମୟରେ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ଆମ ଟିମର କାର୍ଯ୍ୟକୁ ନେଇ ଆମେ ବେଶ ଗର୍ବିତ ।”
କମ୍ପାନୀ ପକ୍ଷରୁ ଏହାର ପରିଚାଳନାରେ ପ୍ରାୟ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପରିବର୍ତନ କରାଯାଇଛି ଯେଉଁଥିରେ ବାଧ୍ୟତାମୂଳକ ଫେସ୍ କଭରିଙ୍ଗ୍‌, କମ୍ପାନୀ ବିଲ୍ଡିଂରେ ଦୈନିକ ତାପମାତ୍ରା ଯାଂଚ, ସମସ୍ତ ସାଇଟ୍‌ରେ ସ୍ୱଚ୍ଛତାର ଆବୃତି ଓ ତୀବ୍ରତାକୁ ବୃଦ୍ଧି କରାଯିବା, ବାରମ୍ବାର ସ୍ପର୍ଶ କରାଯାଉଥିବା ଅଂଚଳଗୁଡିକୁ ନିୟମିତ ସାନିଟାଇଜ୍ କରିବା ଆଦି ସାମିଲ ରହିଛି । ଏଥିସହିତ ସୁରକ୍ଷା ଆବଶ୍ୟକତା, ହାତ ଧୋଇବା ଓ ହାତର ସ୍ୱଚ୍ଛତା ଉପରେ ସହଯୋଗୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ସିଜ୍‌ନାଲ ନିଯୁକ୍ତି ସୁଯୋଗ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ୧୮୦୦-୨୨୦୮-୯୯୦୦କୁ କଲ୍ କରିପାରିବେ କିମ୍ବା seasonalhiringindia@amazon.com ରେ ଇମେଲ୍ କରିପାରିବେ ।


Share It

Comments are closed.