ପାର୍ସଲ ପହଂଚାଇବା ପାଇଁ ଘୋଡ଼ା ଚଢ଼ି ଆସିଲେ ଆମାଜନ ଡେଲିଭରୀ ବଏ, ବେଶ ହୃଦୟସ୍ପର୍ଶୀ ଅଟେ ଏହା ପଛର କାହାଣୀ, ଦେଖନ୍ତୁ ଭିଡିଓ


ଆଜିକାଲି ସଭିଏଁ ଅନଲାଇନ ଅର୍ଡର କରିବା ପସନ୍ଦ କରୁଛନ୍ତି । ଆମେ ତ ଘରେ ବସି ଜିନିଷ ଅର୍ଡର କରିଦେଉ । କିନ୍ତୁ ଥରେ ଚିନ୍ତାକଲେ ଆମ ପାଖରେ ପହଂଚିବା ପାଇଁ ଡେଲିଭରୀ ବଏଙ୍କୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆମାଜନର ଜଣେ ଡେଲିଭରୀ ବଏ ଘୋଡ଼ା ଚଢ଼ି ପାର୍ସଲ ଡେଲିଭରୀ କରିବା ପାଇଁ ଆସିଥିବା ଦେଖିବାକୁ ମିଳୁଛି । ତେବେ ଏହି ଭିଡିଓ ନେଟିଜେନଙ୍କୁ ଯେତିକି ପସନ୍ଦ ଆସୁଛି, ଏହା ପଛର କାହାଣୀ ମଧ୍ୟ ସମାନ ରୂପେ ହୃଦୟସ୍ପର୍ଶୀ ।

ଏହି ଭିଡିଓଟି ହେଉଛି ୨୨ ବର୍ଷାୟ ବୟସ୍କ ଡେଲିଭରି ବଏ ଶିରାଜ ଅଲି ଖାନଙ୍କର । ସେ ଜଣେ ଗ୍ରାହକଙ୍କ ପାର୍ସଲ ପହଂଚାଇବା ପାଇଁ ଭୀଷଣ ତୁଷାରପାତ ସତ୍ବେ ମଧ୍ୟ ଘୋଡ଼ା ନେଇ ଗ୍ରାହକଙ୍କ ନୀକଟରେ ପହଂଚିଛନ୍ତି ।

“ଆମେ ଏହି ଗ୍ରାହକଙ୍କ ଠାରୁ କ୍ରମାଗତ କଲ ପାଇଥିଲୁ। ପାର୍ସଲଗୁଡିକ ମେଡିକାଲ୍ ଉପକରଣ, ଶିଶୁ ଖାଦ୍ୟ ଏବଂ ଷ୍ଟଡି ସାମଗ୍ରୀର ଥିଲା। ଆମର ୨ ଚକିଆ ଯାନରେ ଆମେ ସେଠାରେ ପହଞ୍ଚିବା ପାଇଁ କୌଣସି ଉପାୟ ନଥିଲା ତେଣୁ ମୁଁ ମୋ ଘୋଡାକୁ ବାହାରକୁ ଆଣିବାକୁ ଚିନ୍ତା କଲି। ମୁଁ ମୋର ସୁପରଭାଇଜରଙ୍କ ସହ କଥା ହେଲି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ବିଚାରକୁ ନେବା ପରେ ମୋତେ ଏହା କରିବାକୁ ଅନୁମତି ଦିଆଯାଇଛି ବୋଲି ପୁରାତନ ସହର ଶ୍ରୀନଗରର ବାସିନ୍ଦା ଶିରାଜ ଅଲି ଖାନ ଇଣ୍ଡିଆ ଟୁଡେ.ଇନ୍ କୁ କହିଛନ୍ତି।


ଶିରାଜ ଘୋଡା ଚଢ଼ିବାକୁ ଭଲ ପାଆନ୍ତି ଏବଂ କୁହନ୍ତି ଯେ ସେ ଏହି ଘୋଡାକୁ କିଛି ମାସ ପୂର୍ବରୁ କିଣିଥିଲେ। ବିଏ (ଅନ୍ତିମ ବର୍ଷ) ଛାତ୍ର କହିଛନ୍ତି ଯେ ପିଲାଦିନରୁ ଘୋଡା ଚଢ଼ିବା ନେଇ ତାଙ୍କର ଉତ୍ସାହ ଥିଲା | ସେ ନିଜ ସାଙ୍ଗମାନଙ୍କ ସହିତ ଘୋଡା ସବାରି ପାଇଁ ଛୁଟିଦିନରେ ବାହାରକୁ ଯାଆନ୍ତି |

ତେବେ ଏହିଥର ଚାରିଆଡେ଼ ବରଫର ବହଳା ଆସ୍ତରଣ ଯୋଗୁଁ ଯାନବାହନ ନେଇ ଯିବା ସମ୍ଭବ ହୋଇନଥିଲା । ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ଘୋଡ଼ା କାମରେ ଆସିପାରିଛି ବୋଲି ସେ କହିଛନ୍ତି ।
ତାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି। ଶିରାଜ କହିଛନ୍ତି, “ମୁଁ କେବେ ଭାବି ନଥିଲି ଯେ ଏହା ଏପରି ପ୍ରଶଂସା ପାଇବ। ସେଦିନ ଏହା ମୋ ପାଇଁ ଜଣେ ବ୍ୟଗ୍ର ଗ୍ରାହକଙ୍କ କଲ୍ ଜବାବ ଦେବା ପରି ଥିଲା।”

ଶିରାଜଙ୍କ ପିତା ଜଣେ ଦୋକାନୀ ଅଟନ୍ତି| ସେ କାଶ୍ମୀରର ଏକ କଲେଜର ଛାତ୍ର। ଅବଶ୍ୟ, ସେ ନିଜ ଖର୍ଚ କରିବା ପାଇଁ ପାର୍ଟ ଟାଇମ୍ ଭାବେ ପାର୍ସଲ ପହଂଚାଇବାର କାର୍ଯ୍ୟ କରୁଛନ୍ତି |


Share It

Comments are closed.