ଆମାଜନ ପକ୍ଷରୁ ୩ଟି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତିରେ ଆମାଜନ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌, ଗୌହାଟୀ ଓ ପାଟ୍‌ନାଠାରେ ୩ଟି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଆମାଜନର ବିଦ୍ୟମାନ ଫୁଲ୍‌ଫିଲମେଂଟ୍ ନେଟ୍‌ୱର୍କର ସମ୍ପ୍ରସାରଣ ସମେତ ଏହି ନୂଆ ଫୁଲ୍‌ଫିଲମେଂଟ ସେଂଟରଗୁଡିକ ଉତର ଓ ପୂର୍ବ ଭାରତରେ ଗ୍ରାହକଙ୍କ ପାଇଁ ଡେଲିଭରି ବେଗକୁ ବହୁମାତ୍ରାରେ ବୃଦ୍ଧି କରିବ । ଏହି ବିନିଯୋଗ, ଏଭଳି ରାଜ୍ୟଗୁଡିକରେ ସେଲରମାନଙ୍କୁ ନିଜର ଗ୍ରାହକଙ୍କୁ ଅଧିକ ଉତମ ଭାବେ ସେବା ପ୍ରଦାନ କରିବାରେ ସାହାଯ୍ୟ କରିବ ଏବଂ ହଜାର ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ନିଯୁକ୍ତିଗୁଡିକରେ ଫୁଲ୍ ଟାଇମ୍ ଓ ପାର୍ଟ ଟାଇମ୍ ନିଯୁକ୍ତି ସୁଯୋଗ ସମେତ ଆମାଜନର ପରିଚାଳନା ନେଟ୍‌ୱର୍କରେ ବିଭିନ୍ନ ପ୍ରକାରର ଭୂମିକା ସାମିଲ ରହିଛି । ପାର୍ବଣ ଋତୁ ପୂର୍ବରୁ ଏହି ସମସ୍ତ ବିଲ୍ଡିଙ୍ଗ୍‌ଗୁଡିକ ପ୍ରସ୍ତୁତ ଓ କାର୍ଯ୍ୟକ୍ଷମ ରହିଛି ଏବଂ ଏହା ଦିଲ୍ଲୀ ଏନ୍‌ସିଆର୍‌, ବିହାର ଓ ଆସାମରେ ୨.୫ ଲକ୍ଷରୁ ଅଧିକ ସେଲର୍‌ଙ୍କୁ ସାମଗ୍ରିକ ଭାବେ ସହଯୋଗ କରିବ । ଶକ୍ତି ଉପଯୋଗକୁ ହ୍ରାସ କରିବା ପାଇଁ ଆମାଜନର ପରିଚାଳନା ନେଟ୍‌ୱର୍କରେ ଅଧିକାଂଶ ବିଲ୍ଡିଙ୍ଗ୍‌ଗୁଡିକୁ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଟେକ୍ନୋଲୋଜି ଓ ଦକ୍ଷ ବିଲ୍ଡିଙ୍ଗ୍ ସିଷ୍ଟମ ସହ ଡିଜାଇନ କରାଯାଇଛି । ସେଗୁଡିକୁ ବର୍ଷାଜଳ ସଂଗ୍ରହକାରୀ ଟ୍ୟାଙ୍କ, ଆକ୍ୱିଫର୍‌ଗୁଡିକରେ ଜଳ ଭରିବା ପାଇଁ ରିଚାର୍ଜ ୱେଲ୍‌, ସିୱେଜ ଟ୍ରିଟ୍‌ମେଂଟ୍ ପ୍ଲାଂଟ୍ ଭଳି ପଦକ୍ଷେପଗୁଡିକ ସହ ନେଟ୍ ୱାଟର ଜିରୋ ହେବା ପାଇଁ ଡିଜାଇନ କରାଯାଇଛି । କାର୍ଯ୍ୟ କରିବା ପାଇଁ ଏକ ସମାବେଶୀ କାର୍ଯ୍ୟକ୍ଷେତ୍ର ଭାବେ ଆମାଜନ ଏଫ୍‌ସିଗୁଡିକୁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସହଜରେ ପହଂଚଯୋଗ୍ୟ ହେବା ଲାଗି ଡିଜାଇନ କରାଯାଇଛି ।

ଏହି ଘୋଷଣା ଉପରେ ନିଜର ମତବ୍ୟକ୍ତ କରି ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଡା.ହିମନ୍ତ ବିଶ୍ୱଶର୍ମା କହିଛନ୍ତିଯେ, “ମୁଁ ବୁଝିପାରୁଛି ଯେ ଆମାଜନ ଇଣ୍ଡିଆ ଆସାମରେ ଷ୍ଟୋରେଜ୍ ଏବଂ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି, ଭିତିଭୂମି ବୃଦ୍ଧି ଏବଂ ନିଯୁକ୍ତି ବୃଦ୍ଧି କରି ଏହାର କ୍ଷମତା ବୃଦ୍ଧି କରୁଛି । ମୁଁ ଆଶା କରୁଛି ଯେ ଏହି ଦକ୍ଷତା ବୃଦ୍ଧି ସହିତ ଆମାଜନ ବର୍ତମାନ ଲକ୍ଷ ଲକ୍ଷ ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କୁ ଉପକୃତ କରିବା ପାଇଁ ଉତମ ଭାବେ ସଜ୍ଜିତ ହେବ, ଯାହା ଭାରତୀୟ ଅର୍ଥନୀତିରେ ଯୋଗଦାନ କରିବ । ଏସମ୍ପର୍କରେ ଆମାଜନ ଇଣ୍ଡିଆର ଅପରେଶନ୍‌ସ ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି, “ଆମେ ଭାରତର ପ୍ରତ୍ୟେକ ପିନ୍‌କୋଡରେ ଆମର ଗ୍ରାହକଙ୍କୁ ସେବା ଯୋଗାଇବା ଏବଂ ସେମାନଙ୍କ ପାଇଁ ବିଶେଷ କରି ପାର୍ବଣ ଋତୁ ସମୟରେ ନିଜ ପସନ୍ଦର ଉତ୍ପାଦଗୁଡିକୁ ଶୀଘ୍ର ଓ ନିର୍ଭରଯୋଗ୍ୟ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ । ଏହାର ଅଂଶ ଭାବେ ଆମେ ଆମର ବିଦ୍ୟମାନ ସର୍ବଭାରତୀୟ ସ୍ତରର ଅପରେଶନ୍ସ ନେଟ୍‌ୱର୍କରେ ୩ଟି ନୂଆ ଫୁଲଫିଲମେଂଟ ସେଂଟର୍‌ର ଶୁଭାରମ୍ଭ କରିଛୁ ଯେଉଁଥିରେ ୪୩ ମିଲିୟନରୁ ଅଧିକ ଫୁଟ୍‌ର ଷ୍ଟୋରେଜ ସ୍ପେଶ, ୧୯ଟି ରାଜ୍ୟରେ ସର୍ଟ ସେଂଟର୍‌, ୨୦୦୦ରୁ ଅଧିକ ଡେଲିଭରି ଷ୍ଟେସନ, ଆମାଜନ ଏୟାର, ଭାରତୀୟ ରେଳ ବିଭାଗ , ଇଣ୍ଡିଆ ପୋଷ୍ଟ ସହ ଆମର ସହଭାଗିତା ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ନୂଆ ଫୁଲ୍‌ଫିଲମେଂଟ ସେଂଟରଗୁଡିକ ଉକ୍ତ ଅଂଚଳର ସେଲରମାନଙ୍କୁ ଗ୍ରାହକଙ୍କ ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିବା ପାଇଁ ସକ୍ଷମ କରିବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଯାହା ସ୍ଥାନୀୟ ସମୁଦାୟଗୁଡିକରେ ଅର୍ଥନୈତିକ ଅଭିବୃଦ୍ଧିକୁ ବିକଶିତ କରିବ ।”

ନିକଟରେ ଆମାଜନ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଏହା ଆଗାମୀ ପାର୍ବଣ ଋତୁ ସମୟରେ ଅତ୍ୟଧିକ ଗ୍ରାହକ ଚାହିଦାକୁ ପୂରଣ କରିବା ପାଇଁ ନିଜର ପରିଚାଳନା ନେଟ୍‌ୱର୍କରେ ୧୦୦,୦୦୦ରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ନିଯୁକ୍ତି ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ପୁନେ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲ୍‌କାତା, ଲକ୍ଷ୍ନୌ ଓ ଚେନ୍ନାଇ ଭଳି ଭାରତର ବିଭିନ୍ନ ସହରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନଯୁକ୍ତି ସାମିଲ ଯହିଛି । କମ୍ପାନୀ ପକ୍ଷରୁ ଦେଶବ୍ୟାପୀ ଗ୍ରାହକଙ୍କ ପ୍ୟାକେଜଗୁଡିକର ଶୀଘ୍ର ଡେଲିଭରି ପାଇଁ ରେଳ ନେଟ୍‌ୱର୍କର ବ୍ୟବହାରକୁ ବ୍ୟାପକ କରିବା ଲାଗି ଭାରତୀୟ ରେଳ ବିଭାଗ ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ୨୦୧୯ରୁ ଏହି ସହଭାଗିତା ଭାରତବ୍ୟାପୀ ଗ୍ରାହକଙ୍କୁ କୋଟି କୋଟି ଉତ୍ପାଦଗୁଡିକ ଉପରେ ୧-ଡେ’ ଓ ୨-ଡେ’ ଡେଲିଭରି ସୁବିଧା ପ୍ରଦାନ କରିବା ପାଇଁ ଆମାଜନ ଇଣ୍ଡିଆ ଲାଗି ଅନ୍ୟତମ ପ୍ରମୁଖ ସକ୍ଷମକାରୀ ରହିଆସିଛି ଏବଂ ଏହା ଚଳିତ ପାର୍ବଣ ଋତୁରେ ଗ୍ରାହକଙ୍କୁ ଖୁସି କରିବାରେ ସାହାଯ୍ୟ କରିବା ଜାରି ରଖିବ । ବିଗତ ୫ ବର୍ଷରେ ଆମାଜନ ଭାରତୀୟ ରେଳ ବିଭାଗ ସହ କାର୍ଯ୍ୟ ଆରମ୍ଭ କରିବା ପରଠାରୁ, ରେଲ୍‌ୱେ ଲେନ୍‌ଗୁଡିକରେ ଆମାଜନ ଇଣ୍ଡିଆର ପାର୍ସଲର ଗତିଶୀଳତାରେ ୧୫ ଗୁଣ ବୃଦ୍ଧି ଘଟିଛି ।

 


Share It

Comments are closed.