ଚାକିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ


ହିନ୍ଦୁ ଧର୍ମରେ ମିଶ୍ରିର ବିଶେଷ ମହତ୍ତ୍ୱ ରହିଛି । ତେଣୁ, ଏହାକୁ ଈଶ୍ବରଙ୍କୁ ବିଶେଷ ଭାବରେ ଭୋଗ ଲଗାଇଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ଶୁକ୍ର ଗ୍ରହ ସହିତ ଜଡିତ। ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ଏଥି ସହିତ, ଏହା ସହ ଜଡିତ କିଛି ଉପାୟ ଗ୍ରହଣ କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ମିଶ୍ରି ସହିତ ଜଡିତ କିଛି ବିଶେଷ ଉପାୟ ବିଷୟରେ…
ଚାକିରି ପାଇବା ପାଇଁ :

ଯଦି ଆପଣ ଚାକିରି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣ ମିଶ୍ରି ସହିତ ଜଡିତ ଉପାୟ କରିପାରିବେ । ଏଥିପାଇଁ ବୁଧବାର ଦିନ ମିଶ୍ରି ଏବଂ କର୍ପୂର ଦାନ କରନ୍ତୁ । ଏହା ବ୍ୟତୀତ ଏକ କର୍ପୂର ଜାଳି ସେଥିରେ କିଛି ମିଶ୍ରି ପକାନ୍ତୁ । ଏହା କାର୍ଯ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିଥାଏ ବୋଲି ବିଶ୍ୱାସ କରାଯାଏ ।

ଖାଇବା ପରେ ଖାଆନ୍ତୁ ମିଶ୍ରି :

ପ୍ରତ୍ୟେକ ଦିନ ଭୋଜନ ପରେ ମିଶ୍ରି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ବିଶ୍ୱାସ କରାଯାଏ ଯେ ଏହାକୁ ଖାଇବା ଦ୍ୱାରା କୁଣ୍ଡଳୀରେ ଶୁକ୍ରଙ୍କ ଦଶାରେ ସୁଧାର ଆସିଥାଏ । ଶୁକ୍ରଙ୍କ ସଠିକ୍ ପ୍ରଭାବ ହେତୁ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ । ଆର୍ଥିକ ଦୃଷ୍ଟିରୁ ଏହା ମଧ୍ୟ ଶକ୍ତିଶାଳୀ ହୋଇଥାଏ । ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ମା’ ଲକ୍ଷ୍ମୀଙ୍କୁ ଲଗାନ୍ତୁ ମିଶ୍ରି ଭୋଗ :

ଧନର ଦେବୀ ମା’ ଲକ୍ଷ୍ମୀଙ୍କର ମିଶ୍ରି ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଦୈନନ୍ଦିନ ପୂଜା ପରେ ଦେବୀ ଲକ୍ଷ୍ମୀଙ୍କୁ ମିଶ୍ରି ଭୋଗ ଲଗାଇ ଘରର ସମସ୍ତ ସଦସ୍ୟଙ୍କୁ ପ୍ରସାଦ ଭାବରେ ବଣ୍ଟନ କରନ୍ତୁ। ଏହା ସହିତ ଘରେ ଅନ୍ନ ଏବଂ ଧନର ବୃଦ୍ଧି ହୋଇଥାଏ ।

ରାହୁ ପ୍ରଭାବ ଦୂର ହୋଇଥାଏ :

ମିଶ୍ରି ଖାଇବା ଦ୍ୱାରା କୁଣ୍ଡଳୀରେ ରାହୁଙ୍କ ପ୍ରଭାବ କମିଥାଏ । ଏହା ସହିତ ବୁଧ ଗ୍ରହ ମଧ୍ୟ ମଜବୁତ ହୋଇଥାଏ ।


Share It

Comments are closed.