ପନ୍ତଙ୍କ ସମାଲୋଚକଙ୍କୁ କଡା ଜବାବ ଦେଲେ ଶାସ୍ତ୍ରୀ


ଆନ୍ତର୍ଜାତିକ କ୍ରିକେଟର ତିନୋଟି ଫର୍ମାଟରେ ଖରାପ ପ୍ରଦର୍ଶନ କରିବାକୁ ନେଇ ଭାରତୀୟ ଦଳର ଯୁବ କ୍ରିକେଟର ରିଷଭ ପନ୍ତଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଛି । ତେବେ ଏହି ଘଟଣାକୁ ନେଇ ଭାରତୀୟ ଦଳର ମୁଖ୍ୟ କୋଚ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ପନ୍ତଙ୍କ ସପକ୍ଷରେ ବାହାରି କହିଛନ୍ତି ଯେ, “ପନ୍ତ ଜଣେ ବିଶ୍ୱସ୍ତରୀୟ ଖେଳାଳୀ ଏବଂ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ସଫଳ କ୍ରିକେଟର କରାଇବା ପାଇଁ ଯଥା ସମ୍ଭବ ସହଯୋଗ କରିବ । ” ଶାସ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, “ପନ୍ତ ସମସ୍ତଙ୍କ ଠାରୁ ଭିନ୍ନ । ସେ ଜଣେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନଙ୍କ ସହ ବିପଜ୍ଜନକ ମ୍ୟାଚ ବିଜେତା ମଧ୍ୟ ଅଟନ୍ତି । ଏବଂ ଟି-୨୦ କ୍ରିକେଟରେ ପନ୍ତଙ୍କ ଭଳି ବହୁତ କମ୍ କ୍ରିକେଟର ଅଛନ୍ତି । ପନ୍ତ ବିଶ୍ୱର ସେହି ପାଞ୍ଚଜଣ କ୍ରିକେଟରଙ୍କ ମଧ୍ୟରେ ଅଛନ୍ତି, ଯାହାଙ୍କୁ ମୁଁ କେବେବି ଆଙ୍ଗୁଳି ଉଠାଇପାରିବି ନାହିଁ ।

ସବୁ ମିଡିଆ ରିପୋର୍ଟ ଏଭଂ ବିଶେଷଜ୍ଞଙ୍କ ସମାଲୋଚନା ସତ୍ତେ୍ୱ ମଧ୍ୟ ପନ୍ତ ଏବେବି ଭାରତୀୟ ଦଳରେ ଭଲ ସ୍ଥିତିରେ ଅଛନ୍ତି । ମୁଁ ପୂର୍ବରୁ ଯିଏ ଭୁଲ କରିବ ସେ ପରିଣାମ ଭୋଗିବା କଥା କହିଥିଲି । ଯଦି କେହି ଭୁଲ କରେ ତା ହେଲେ ମୁଁ କହିବି । ମୁଁ କ’ଣ ସେଠାରେ ତାବଲା ବଜାଇବାକୁ ଅଛି ? କିନ୍ତୁ ପ୍ରକୃତରେ ପନ୍ତ ହେଉଛନ୍ତି ଜଣେ ସ୍ପେଶାଲ ଖେଳାଳୀ ।

ସେ ବିଧ୍ୱଂସୀ ଏବଂ ବିଧ୍ୱଂସକାରୀ ହୋଇପାରନ୍ତି । ଆନ୍ôତର୍ଜାତିକ କ୍ରିକେଟରେ ସଫଳ ହେବା ପାଇଁ ଆମେ ତାଙ୍କୁ ସବୁ ପ୍ରକାରର ସହଯୋଗ କରିବା ।”ପ୍ରକାଶ ଥାଉକି ପନ୍ତ ବିଗତ ସିରିଜରେ ବାରମ୍ବାର ଫ୍ଲପ ହେଉଥିବାବେଳେ ସେ ଯେଉଁଭଳି ଭାବରେ ଦାୟିତ୍ୱହୀନ ସଟ ଖେଳି ନିଜ ୱିକେଟ ହରାଉଛନ୍ତି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମିତିକି ଟିମ ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି


Share It

Comments are closed.