ବିଭିନ୍ନ ରୋଗରୁ ଉପଶମ ପାଇଁ ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ

Share It

ଆଲୋଭେରା ଜୁସ ଏକ ଆଣ୍ଟି-ଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏକ ଜୁସ ଯାହା ଫ୍ରି ରାଡିକାଲମାନଙ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆଲୋଭେରା ଭିଟାମିନ, ଏନଜାଇମ, ମିନେରାଲ, ସାପୋନିନ ଏବଂ ଏମିନୋ ଏସିଡର ଉତ୍ତମ ସ୍ରୋତ ଅଟେ । ଏଥିରେ ଭିଟାମିନ ଏ, ସି , ଇ ଫଲିକ ଏସିଡ ଭରପୁରମାତ୍ରାରେ ରହିଛି ଯାହା ସ୍କିନ କେୟାର, ହଜମ କ୍ରିୟାକୁ ସକ୍ରିୟ କରିବା ପାଇଁ ଏବଂ ବିଭିନ୍ନ ଦାନ୍ତ ଜନିତ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ । ଆଲୋଭେରାରେ କ୍ୟାଲସିୟମ, କପର , କ୍ରୋମିୟମ, ମ୍ୟାଗ୍ନେସିୟମ, ସେଲେନିୟମ, ମାଙ୍ଗାନିଜ, ସୋଡିୟମ ଏବଂ ଜିଙ୍କ ରହିଛି । ଏହାକୁ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ୱାରା ବହୁ ସ୍ୱାସ୍ଥ୍ୟ ଉପକାରିତା ମିଳିଥାଏ । ଏହା ଆପଣ ଫ୍ରେସ ଘରେ ପ୍ରସ୍ତୁତ କରି ସହଜରେ ପିଇପାରିବେ କିମ୍ବା ବଜାରରେ ଉପଲବ୍ଧ ହେଉଥିବା ଅରଗାନିକ ଆଲୋଭେରା ଜୁସର ମଧ୍ୟ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ . . . . . . .
୧. ଆଲେଭେରା ଜୁସକୁ ଖାଲିପେଟରେ ପିଇବା ଦ୍ୱାରା ଏହାକୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
୨. ଏହା ଶରୀର ପାଇଁ ଏକ ଡିଟକ୍ସ ପରି କାର୍ଯ୍ୟ କରିଥାଏ ।
୩. ଆଲୋଭେରା ଜୁସ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଡାଇବେଟିସରେ ନିୟନ୍ତ୍ରଣ ରଖିଥାଏ ଏବଂ ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି କରିଥାଏ ।
୪. ଏହା ମୋଟାବୋଲିଜିମର ବୃଦ୍ଧି କରିବା ସହିତ ଓରାଲ ହେଲଥର ମଧ୍ୟ ଯତ୍ନ ନେଇଥାଏ ।
୫. ଏହା ତ୍ୱଚା ପାଇଁ ଏକ ଖୁବ ଉପକାରୀ ଉତ୍ପାଦ ଅଟେ । ଏହା ରକ୍ତକୁ ପରିସ୍କାର କରିବା ସହିତ ତ୍ୱଚାରୁ ବ୍ରଣ ଏବଂ ଦାଗ ଦୂର କରିଥାଏ ।
୬. ଏହାର ଆଣ୍ଟି-କ୍ୟାନସର ପ୍ରପୋଟି ରହିଛି ଯାହା ଯେକୌଣସି କ୍ୟାନସର କୋଷକୁ ଶରୀର ମଧ୍ୟରେ ବଢିବାକୁ ଦିଏନାହିଁ ।
୭. ଏହାର ରସ କେଶ ପାଇଁ ଖୁବ ଉପକାରୀ । ଏହା ଉଭୟ ଖାଇବା ଏବଂ ଲଗାଇବା ଦ୍ୱାରା କେଶକୁ ଲାଭ ମିଳିଥାଏ ।
୮. ଆଲୋଭେରା ଜୁସକୁ ନିୟମମିତ ପିଇବା ଦ୍ୱାରା ଏହା ଥଣ୍ଡା ଏବଂ କଫ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
୯. ଆପଣ ଏସିଡିଟି ସମସ୍ୟା ଭୋଗୁଥିଲେ ସକାଳୁ ଖାଲିପେଟରେ ଆଲୋଭେରା ଜୁସ ପିଇପାରିବେ । ଏହା ଖୁବ ଶୀଘ୍ର ଗ୍ୟାସ ଏବଂ ଏସିଡିଟି ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୧୦. ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଏଜିଂ ପ୍ରକିୟାକୁ ମଧ୍ୟ ଧିର କରିଥାଏ ।

 


Share It

Comments are closed.