୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୪୫% ପୁରୁଷ ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡିତ


ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଓ ସବୁଠାରୁ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବୟସ୍କ ପୁରୁଷଙ୍କ ଜନସଂଖ୍ୟା ମଧ୍ୟରୁ ଗୋଟିଏ । ସାଧାରଣତଃ ଏହି ବୟସର ପୁରୁଷମାନେ ଟାଇପ୍‌୨ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, କାଟାରାକ୍ଟ ଏବଂ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପର୍‌ପ୍ଲାସିଆ କିମ୍‌ବା ବିପିଏଚ୍ କୁହାଯାଉଥିବା ଏକ ଅବସ୍ଥା ଦ୍ୱାରା ସୃଷ୍ଟି ହେଉଥିବା ଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି । ବିପିଏଚ୍ ହେଉଛି ପ୍ରୋଷ୍ଟେଟ୍‌ର ଏକ ବୟସ ସମ୍ବନ୍ଧିତ ବିବର୍ଦ୍ଧନ ଯାହାକି ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରିଥାଏ, ଏହା ଅସୁବିଧାଜନକ ଲକ୍ଷଣମାନ ସୃଷ୍ଟି କରିଥାଏ, ଯାହାଫଳରେ ବାରମ୍ବାର ପରିସ୍ରା ଲାଗିବା ରାତିରେ ଶୋଇବା ସମୟରେ ପରିସ୍ରା ପାଇଁ ବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେ ଦୁର୍ବଳ ପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳି ସମସ୍ୟା ଦେଖାଦେଇଥାଏ । ଭାରତରେ କରାଯାଇଥିବା ଅନୁସନ୍ଧାନ ତଥ୍ୟ ମୁତାବକ, ୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୬୫% ପୁରୁଷ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଅଧିକାଂଶ ପୁରୁଷ ଏହାକୁ ଲୁଚାଇଥାନ୍ତି ।
ଭିଏସ୍‌ଏସ୍ ମେଡିକାଲ କଲେଜ ସମ୍ବଲପୁର୍‌ର ୟୁରୋଲୋଜିଷ୍ଟ ଡଃ ସଞ୍ଜୟ ମହାପାତ୍ର ପ୍ରୋଷ୍ଟେଟ୍ ସଚେତନତା ମାସ ଉପରେ ଆୟୋଜିତ ଏକ ୱେବିନାର୍‌ରେ କହିଥିଲେ ଯେ, ଡାକ୍ତରଙ୍କ ଅନୁଯାୟୀ, ଅଧିକାଂଶ ରୋଗୀ ସେମାନଙ୍କର ଲକ୍ଷଣକୁ ସ୍ୱଭାବିକ ଦର୍ଶାଇଥାନ୍ତି । ସେମାନେ ଚୁପ୍‌ଚାପ ଏହି ଲକ୍ଷଣଗୁଡିକୁ ସହ୍ୟ କରିଥାନ୍ତି ଓ ସ୍ୱାସ୍ଥ୍ୟାବସ୍ଥା ଜଟିଳ ନହେବା ପର୍ଯ୍ୟନ୍ତ ସେଗୁଡିକର ମୁକାବିଲା ପାଇଁ ବିଭିନ୍ନ ରଣନୀତି ଆପଣାଇଥାନ୍ତି । ବିପିଏଚ୍‌ରେ ପୀଡିତ ରୋଗୀମାନେ ବାରମ୍ବାର ୱାଶରୁମ୍ ଯିବାକୁ ଚାହିଁଥାନ୍ତି । ମେଡିକାଲ ଟର୍ମରେ ଏହାକୁ ଅର୍ଜେନ୍ସି କୁହାଯାଇଥାଏ । ଯଦି ସମୟରେ ଏହାର ଚିକିତ୍ସା ନକରାଯାଏ ତେବେ ରିକରେଂଟ୍ ଆକ୍ୟୁଟ୍ ୟୁରିନାରୀ ରିଟେନ୍‌ଓନ (ପରିସ୍ରା କରିବାରେ ହଠାତ୍ ଯନ୍ତ୍ରଣାଦାୟକ ଅସାମର୍ଥତା), ରିକରେଂଟ୍ ୟୁରିନାରି ଇନ୍‌ଫେକ୍ସନ, ଷ୍ଟୋନ୍ ହେବା, ଏପରିକି ଉଭୟ କିଡ୍‌ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ରୋଗୀଙ୍କୁ ଅତିରିକ୍ତ ଅସୁସ୍ଥତାରେ ପକାଇବା ସହିତ ରୋଗୀ ଓ ତାଙ୍କ ପରିଜନଙ୍କ ଉପରେ ସର୍ଜରୀର ଅତିରିକ୍ତ ବୋଝ ମଧ୍ୟ ଲଦି ଦେଇଥାଏ । ଅଧିକାଂଶ ମାମଲାରେ ସର୍ଜରୀ ପରେ ମଧ୍ୟ ସମସ୍ୟା କମିନଥାଏ, ଯାହାଫଳରେ ରୋଗୀଙ୍କୁ ସାରା ଜୀବନ କ୍ୟାଥେଟେରିଜେସନ କିମ୍ବା ଡାଇଲିସିସ୍‌ରେ ରଖିବାକୁ ପଡିପାରେ । ବିପିଏଚ୍‌କୁ ଏକାଧିକ ଶାରୀରିକ, ରେଡିଓଗ୍ରାଫିକ୍ ପରୀକ୍ଷଣ ଓ କିଛି ଲ୍ୟାବ୍ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଥାଏ । ପ୍ରୋଷ୍ଟେଟ୍‌ର ଶାରୀରିକ ପରୀକ୍ଷଣ ସାମିଲ ଥିବା ଡିଆର୍‌ଇ (ଡିଜିଟାଲ ରେକ୍ଟାଲ ଏକ୍‌ଜାମିନେଶନ) ଭଳି ପରୀକ୍ଷଣ ଏହାକୁ ସମ୍ଭାବ୍ୟ ପ୍ରୋଷ୍ଟେଟ୍ କ୍ୟାନ୍ସରୁ ସ୍କ୍ରିନ୍ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆବ୍‌ଡୋମିନାଲ ଓ ପେଲ୍‌ଭିକ୍ ଅଲ୍‌ଟ୍ରାସାଉଣ୍ଡ ମଧ୍ୟ ପ୍ରୋଷ୍ଟେଟ୍ ଗ୍ଲାଣ୍ଡର ଆକାର ସୂଚିତ କରିଥାଏ । ଲ୍ୟାବ୍ ଟେଷ୍ଟରେ ପିଏସ୍‌ଏ (ପ୍ରୋଷ୍ଟେଟ୍‌-ସ୍ପେସିଫିକ ଆଂଟିଜେନ୍‌)ସାମିଲ ରହିଥାଏ । ପିଏସ୍‌ଏ ହେଉଛି ଏକ ପ୍ରୋଟିନ ଯାହାକି କେବଳ ପ୍ରୋଷ୍ଟେଟ୍ ଦ୍ୱାରା ନିର୍ମିତ । ପ୍ରୋଷ୍ଟେଟ୍ ସୁସ୍ଥ ଥିଲେ ରକ୍ତରେ ଖୁବ୍ କମ୍ ପିଏସ୍‌ଏ ମିଳିଥାଏ ।
ସୁସ୍ଥ ଜୀବନଶୈଳୀ ଓ ଅଭ୍ୟାସକୁ ଆପଣାଇବା ଓ କମ୍ ଔଷଧ ସେବନ କରି ବିପିଏଚ୍‌କୁ ଭଲ କରାଯାଇପାରିବ । ସେହିପରି ଲକ୍ଷଣଗୁଡିକ ଅନିୟନ୍ତ୍ରିତ ହେଲେ କିମ୍ବା ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେଲେ ପ୍ରୋଷ୍ଟାଟିକ୍ ଟିସ୍ୟୁକୁ ସର୍ଜରୀ ମାଧ୍ୟମରେ ବାହାର କରିବା ହେଉଛି ଶେଷ ପଦକ୍ଷେପ । ଅଧିକାଂଶ ରୋଗୀ ଏହି ରୋଗକୁ ନେଇ ଚୁପ୍ ରହୁଥିବାରୁ ସେମାନଙ୍କୁ ଏହି ଅବସ୍ଥା ସମ୍ପର୍କରେ ସଚେତନ କରାଯିବାର ଓ ଚିକିତ୍ସାର ଉପଲବ୍ଧତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ପୁରୁଷମାନେ ସାଧାରଣତ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାନ୍ତି ଏବଂ ଏହି ସଚେତନତା ମାସ www.whatarelief.in ମାଧ୍ୟମରେ ସେମାନଙ୍କୁ ସହଜରେ ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟ ସୂଚନା ପହଂଚାଇବାକୁ ଲକ୍ଷ୍ୟ ରଖିଛି । ଏହି ରୋଗର ଲକ୍ଷଣ ଓ ଏହାର ଚିକିତ୍ସା ସମ୍ପର୍କରେ ଅଧିକ ଜାଣିବା ପାଇଁ ଏହି ୱେବ୍‌ସାଇଟ୍‌କୁ ଭିଜିଟ୍ କରନ୍ତୁ ।


Share It

Comments are closed.