ବିଶ୍ୱ ଖାଦ୍ୟ ଦିବସରେ ସୁସ୍ଥ ରହିବା ପାଇଁ ଆଲମଣ୍ଡ ବାଛନ୍ତୁ!


ଭୁବନେଶ୍ୱର : କ୍ଷୁଧା ପ୍ରପୀଡିତ ପାଇଁ କାର୍ଯ୍ୟାନୁଷ୍ଠାନ ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟକର ଆହାର ସୁନିଶ୍ଚିତ କରିବା ପାଇଁ ବୈଶିକ ସଚେତନତା ପ୍ରୋତ୍ସାହିତ କରିବା ପାଇଁ ପ୍ରତି ବର୍ଷ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଏ । ଏହି ବର୍ଷର ବିଷୟ ସମସ୍ତଙ୍କ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଗଠନରେ ଧ୍ୟାନ କେନ୍ଦ୍ର କରିବା ସହିତ ସାରା ବିଶ୍ୱର ଲୋକ ଏକାଠି ହୋଇ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ପୌଷ୍ଟିକ ଆହାର ସୁନିଶ୍ଚିତ କରିବାର ଆବଶ୍ୟକତାକୁ ଆଲୋକକୁ ଆଣିବେ । ସ୍ୱାସ୍ଥ୍ୟକର ଆହାର ଏବଂ ସ୍ୱାସ୍ଥ୍ୟକର ଜୀବନ ଶୈଳୀରେ ଯୋଗଦାନ କରୁଥିବା ପ୍ରୋଟିନ, ଭିଟାମିନ ଋ, ମେଗ୍ନୀଜୀୟମ, ରାଇବୋଫ୍ଲେଭିନ ଏବଂ ଦସ୍ତା ଆଦି ଅନେକ ପୋଷଣ ଆଲମଣ୍ଡ ପ୍ରଦାନ କରିଥାଏ ।
ରୀତିକା ସମଦ୍ଦାର, ଆଞ୍ଚଳିକ ମୁଖ୍ୟ- ଆହାର ବିଶେଷଜ୍ଞ, ମେକ୍ସ ହେଲଥକେର- ଦିଲ୍ଲୀ କହିଲେ, “୨୦୨୦ରେ ଦାରୁଣ ମହାମାରୀ ଯୋଗୁଁ ଅଧିକାଂଶ ପରିବାର ସେମାନଙ୍କର ଅଧିକ ସମୟ ଘର ଭିତରେ କାଟିବା କାରଣରୁ ଏକ ଗତିହୀନ ଶୈଳୀ ବିତାଇଛନ୍ତି । ବର୍ଦ୍ଧିତ ଡିଜିଟଲ ନିର୍ଭରତା, ଉଚ୍ଚତର ସ୍କ୍ରିନ ସମୟ, ଅନିୟମିତ ଭୋଜନ ଅନୁସୂଚି, ବ୍ୟାୟାମ ଓ କାର୍ଯ୍ୟ କଳାପର ଅଭାବ ସହିତ ଅସ୍ୱାସ୍ଥ୍ୟକର ସ୍ନେକ୍ସର ବର୍ଦ୍ଧମାନ ସେବନ ଏଥିରେ ସାମିଲ ହୋଇ ଥାଏ । ଅନେକଙ୍କ ପାଇଁ ଘରୁ କାମ କରିବା ଏବଂ ପାଠ ପଢିବା ଫ୍ରାଇ ହୋଇଥିବା/ ଅସ୍ୱାସ୍ଥ୍ୟକର ଖାଦ୍ୟ ସ୍ନେକିଙ୍ଗ ଏବଂ ଷ୍ଟ୍ରେସ ଖାଇବାର ବର୍ଦ୍ଧିତ ବାରମ୍ବାରତାକୁ ନେଇଥାଏ । ଦୀର୍ଘକାଳରେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ ।ଏହି ଦୁଃସଚକ୍ର’ରୁ ବାହାରକୁ ଆସିବା ପାଇଁ କେଲରି ପରିଗଣିତ ସ୍ନେକ୍ସରୁ ଏଲମଣ୍ଡ, ତାଜା ଋତୁୟ ଫଳ ଏବଂ ଦହି ଭଳି ପୌଷ୍ଠିକ ସ୍ନେକ୍ସକୁ ଆସନ୍ତୁ । ଏଲମଣ୍ଡ ବିଶେଷ ଭାବେ ଏକ ସ୍ୱାସ୍ଥ୍ୟକର ସ୍ନେକ୍ସ ହୋଇଥାଏ । ଯେହେତୁ ସେଥିରେ ପୋଷକ ତତ୍ୱର ଏକ ସମୂହ ରହିଥାଏ ଏବଂ ଓଜନ ପରିଚାଳନା, ହୃଦ ସ୍ୱାସ୍ଥ୍ୟ, ମଧୁମେହ ପରିଚାଳନା ଏବଂ ତ୍ୱଚା ସ୍ୱାସ୍ଥ୍ୟ ଅଦି ପାଇଁ ଏକ ବିବିଧ ଲାଭ ପ୍ରଦାନ କରିଥାଏ । ଏଲମଣ୍ଡ ସହିତ ସ୍ମାର୍ଟ ସ୍ନେକିଙ୍ଗ କରିବା ଏକ ଛୋଟିଆ ହେଲେ ହେଁ ଏକ ସ୍ୱାସ୍ଥ୍ୟକର ଜୀବନ ଶୈଳୀ ବିତାଇବା ପାଇଁ ଏକ ବଡ ପରିବର୍ତ୍ତନ ଆଣିଥାଏ ।“
ଫିଟନେସ ବିଶେଷଜ୍ଞ ଏବଂ ସଲେବ୍ରିଟି ମାଷ୍ଟର ପ୍ରଶିକ୍ଷିକ ୟସ୍ମିନ କରାଚିୱାଲାଙ୍କ ଅନୁସାରେ, ଆପଣଙ୍କ ଜୀବନ ଯେତେ ଯାହା ବ୍ୟସ୍ତ ଏବଂ ଷ୍ଟ୍ରେସ ପୂର୍ଣ୍ଣ ହୋଇଥିଲେ ହେଁ ଆପଣଙ୍କ ସ୍ୱାସ୍ଥ୍‌୍ୟ ଏବଂ ଫିଟନେସ ସହିତ ବୁଝାମଣା କେବେ ହେଲେ ହେଁ ଏକ ବିକଳ୍ପ ନୁହେଁ । ଆହ୍ୱାନ ଯାହା କିଛି ହୋଇଥିଲେ ହେଁ କିଛି ଫରକ ପଡେନି ଦୈନିକ ୩୦ ମିନିଟ ବ୍ୟାୟାମ ନିଶ୍ଚିତ କରିବା ପାଇଁ ନିଜକୁ ଦୃଢ କରି ନିଅନ୍ତୁ ଏବଂ ଦୁଃଖୀ ହେବା ପରିବର୍ତ୍ତେର୍ ଆପଣଙ୍କ ସହିତ ଯୋଗ ଦେବା ପାଇଁ ଆପଣଙ୍କ ଚାରିପାଖ ଲୋକଙ୍କୁ ଜଗାନ୍ତୁ । କେବଳ ବ୍ୟାୟାମ କରିବା ଯଥେଷ୍ଟ ନୁହେଁ । ମାଇଣ୍ଡଫୁଲ ସ୍ନେକିଙ୍ଗ ଅଭ୍ୟାସ ଦ୍ୱାରା ଆପଣଙ୍କର ଅଭ୍ୟାସ ଦ୍ୱାରା ଆପଣଙ୍କର ୱାର୍କଆଉଟ ରୁଟିନକୁ ପରିପୂର୍ଣ୍ଣ କରିବା ନିଶ୍ଚିତ କରନ୍ତୁ ଯାହା ବୃହ ର ଓଜନ ପରିଚାଳନାରେ ମଧ୍ୟ ସହାୟତା କରିବ । ଏଲମଣ୍ଡରେ ସ୍ନେକିଙ୍ଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି କାରଣ ସେଗୁଡିକ ଏକ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ସ୍ନେକ ପାଇଁ ହୋଇଥାନ୍ତି ଏବଂ ଆପଣଙ୍କର ଲାଳସାକୁ ନିୟନ୍ତ୍ରଣ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ସାହାଯ୍ୟ କରୁଥିବା ପେଟ ଭର୍ତ୍ତି ଅନୁଭବକୁ ପ୍ରୋତ୍ସାହିତ କରୁଥିବା ପରିତୃପ୍ତି ଗୁଣ ପାଇଁ ଜଣାଶୁଣା ଅଟନ୍ତି ।”


Share It

Comments are closed.