ଆଲମଣ୍ଡ ସେବନ ଅନ୍ତଃନାଳୀ ମାଇକ୍ରୋବାୟୋଟା କର୍ଯ୍ୟଦକ୍ଷତାକୁ ଲାଭ ପହଞ୍ଚାଏ


ଭୁବନେଶ୍ୱର : ମଣିଷର ଅନ୍ତଃନଳୀ ମାଇକ୍ରୋବାୟମ ବୁଝିବାରେ ବୈଜ୍ଞାନିକ ଅଗ୍ରଗତି ପୋଷଣ ଏବଂ ଗ୍ୟାଷ୍ଟ୍ରୋନ୍‌ଟେଷ୍ଟିନାଲ୍ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରୋମାଞ୍ଚିତ କରିଛି । ନୂତନ ଆଲମଣ୍ଡ ଗବେଷଣାରେ ଆଉ ଅଙ୍ଗ ସଂଯୋଗ କରିଛି । ଅନେକ ସ୍ୱାସ୍ଥ୍ୟ ଉପକାରିତା ସହିତ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ମାଇକ୍ରୋବାୟୋଟା, ବ୍ୟୁଟେରେଇଟ ଉତ୍ପାଦନ ପାଇଁ ଅନ୍ତଃନାଳୀ ମାଇକ୍ରୋବେସ୍ କିପରି ଭାଙ୍ଗେ ତାହା ଏକ ନୈଦାନିକ ଅଧ୍ୟୟନରେ ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରେ ଜଣାପଡ଼ିଛି ଯେ ଆଲମଣ୍ଡ ଖାଇବା ଦ୍ୱାରା କୋଲନରେ ଏକ ପ୍ରକାର ଉପକାରୀ ସର୍ଟ-ଚେନ୍ ଫେଟି ଅମ୍ଲ(ଏସ୍‌ସିଏଫ୍‌ଏ), ବ୍ୟୁଟେରେଇଟ ବୃଦ୍ଧି ପାଇଥାଏ । ଆଲମଣ୍ଡ ବ୍ୟବହାର ମୂଳ ଉତ୍ପାଦନକୁ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଥାଏ । ନିୟମିତ ମଳ ଉତ୍ପାଦନ ଏକ ଭଲ କାର୍ଯ୍ୟକ୍ଷମ ଥିବା ଗ୍ୟାଷ୍ଟ୍ରୋନ୍‌ଟେଷ୍ଟିନାଲ୍ ପ୍ରଣାଳୀ ସହିତ ଜଡିତ । କିଙ୍ଗସ୍ କଲେଜ, ଲଣ୍ଡନର ପ୍ରଫେସର କେଭିନ ୱେଲେନଙ୍କ ନେତୃତ୍ୱରେ ଏକ ଅନୁସନ୍ଧନକାରୀ ଦଳ ଅନ୍ତଃନଳୀ ମାଇକ୍ରୋବାୟୋଟା ଗଠନ, ଅନ୍ତଃନଳୀ ମାଇକ୍ରୋବାୟୋଟା ବିବିଧତା ଏବଂ ଅନ୍ତଃନଳୀ ଶେଷ ପର୍ଯ୍ୟନ୍ତ ପ୍ରବାହ ଉପରେ ଗୋଟା ଆଲମଣ୍ଡ ଏବଂ ଗୁଣ୍ଡ ଆଲମଣ୍ଡ ପ୍ରଭାବ ନିର୍ଣ୍ଣୟ କରିବାକୁ ସ୍ଥିର କରିଥିଲେ । ଏହି ଅଧ୍ୟୟନକୁ କାଲିଫର୍ଣ୍ଣିଆର ଆଲମଣ୍ଡ ବୋର୍ଡ ଦ୍ୱାରା ଅର୍ଥ ପ୍ରଦାନ କରାଯାଇଥିଲା ।

“ବ୍ୟୁଟେରେଇଟ ପରି ସ୍ୱଳ୍ପ ଚେନ ଫେଟି ଅମ୍ଳ ଉତ୍ପାଦନ ମାଧ୍ୟମରେ ଅନ୍ତଃନଳୀ ମାଇକ୍ରୋବାୟୋଟା ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ୁପାୟର ଅଂଶ ଅଟେ । କୋଲନରେ ଥିବା କୋଷ ପାଇଁ ଏହି ଅଣୁଗୁଡ଼ିକ ଏକ ଇନ୍ଧନ ଉତ୍ସ ଭାବରେ କାର୍ଯ୍ୟ କରନ୍ତି, ସେମାନେ ଅନ୍ତଃନଳୀରେ ଥିବା ଅନ୍ୟ ପୋଷକ ତତ୍ତ୍ୱର ଅବଶୋଷଣକୁ ନିୟନ୍ତ୍ରଣ କରନ୍ତି ଏବଂ ସେମାନେ ପ୍ରତିରୋଧକ ପ୍ରଣାଳୀକୁ ସନ୍ତୁଳିତ କରିବାରେ ସାହାର୍ଯ୍ୟ କରନ୍ତି ବୋଲି” କିଙ୍ଗସ୍ କଲେଜ, ଲଣ୍ଡନର ଡାଏଟେଟିକ୍ସ ପ୍ରଫେସର କେଭିନ ୱେଲେନ କହିଛନ୍ତି ।

ଏହି ଅବସରରେ ଦିଲ୍ଲୀ ମ୍ୟାକ୍ସ ହେଲଥକେୟାର ଆଞ୍ଚଳିକ ମୁଖ୍ୟ ଡାଇଟେଟିକ୍ସ ରୀତିକା ସମଦ୍ଦାର କହିଛନ୍ତି ଯେ,“ଏକ ଭଲ ପ୍ରତିରୋଧକ ପ୍ରଣାଳୀ ତଥା ସାମଗ୍ରିକ କଲ୍ୟାଣ ବଜାୟ ରଖିବା ପାଇଁ ଏକ ସୁସ୍ଥ ଅନ୍ତଃନଳୀ ଗୁରୁତ୍ୱପୂର୍ଣ୍ଣ ଅଟେ । ଅନ୍ତଃନଳୀରେ ବିଭିନ୍ନ କାରକ ଅସନ୍ତୁଳନ ସୃଷ୍ଟି କରିପାରେ ଯାହାର ପରିଣାମ ସ୍ୱରୁପ ଭଲ ଜୀବାଣୁ ତୁଳନାରେ ଖରାପ ଜୀବଣୁ ବୃଦ୍ଧି ପାଇପାରେ । ଭଲ ଅନ୍ତଃନଳୀ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆମେ ଖାଉଥିବା ଖାଦ୍ୟ ବିଷୟରେ ଜ୍ଞାନବାନ ହେବା ଜରୁରୀ । ଆଲମଣ୍ଡ ବ୍ୟବହାର ଫାଇବର ବୃଦ୍ଧି ହେବାର ଏକ ମାଧ୍ୟମ ହୋଇପାରେ ଯାହା ମାଇକ୍ରୋବାୟୋଟା କାର୍ଯ୍ୟକ୍ଷମତା ପାଇଁ ସକରାତ୍ମକ ପରିବର୍ତ୍ତନର ସଙ୍କେତ ଦେଇଥାଏ ।”


Share It

Comments are closed.