ଛତିଶଗଡରେ କ୍ରିୟାନ୍ୱିତ ହେଉଥିବା ପେଟ୍ରୋଲିୟମ ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନରେ ଆଲୋଚନା


ନୂଆଦିଲ୍ଲୀ/ଭୁବନେଶ୍ୱର – ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଉଭୟ ନେତା ଛତିଶଗଡ଼ରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ କ୍ରିୟାନ୍ୱିତ ହେଉଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଉପରେ ଆଲୋଚନା କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
ଏହି ଆଲୋଚନା କାଳରେ ଛତିଶଗଡ଼ର ଅଭିବୃଦ୍ଧି ଏବଂ ଲୋକଙ୍କ ବିକାଶ ନେଇ ଉଭୟ ନେତା ଚର୍ଚ୍ଚା କରିଥିଲେ । ଛତିଶଗଡରେ ଜୈବଇନ୍ଧନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଜୈବଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନାକୁ ଉପଯୋଗ କରି ରାଜ୍ୟରେ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ଏବଂ ରାଜ୍ୟର ବିକାଶ ହୋଇପାରିବ ସେ ଦିଗରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।


Share It

Comments are closed.