ରୋଷେଇ ଘରର ଝରକା ଭାଙ୍ଗୀ ଘର ଭିତରକୁ ପ୍ରବେଶ କଲା ବିରାଟକାୟ କୁମ୍ଭୀର


ଟିକେ ଭାବିଲେ, ଆପଣ ଅଧ ରାତିରେ ନିଜ ରୋଷେଇ ଘରକୁ ପାଣି କିମ୍ବା ଖାଇବା ପାଇଁ ଯାଇଥିବେ କିନ୍ତୁ ସେଠାରେ ହଠାତ ଏକ ବିରାଟକାୟ କୁମ୍ଭୀର ଦେଖିବେ । ତେବେ ଆପଣଙ୍କୁ ସେହି ସମୟରେ କେମିତି ଲାଗିବ ? କହିଲେ । ଆଜ୍ଞା ହଁ ଏହା କୌଣସି କାହାଣୀ ନୁହେଁ, ଏହା ପ୍ରକୃତ ଘଟଣା । ଏହି ଘଟଣାଟି ପ୍ଲୋରିଡାର ‘କ୍ଲିୟର ୱାଟର’ ସହରର ଅଟେ । ଏଠାରେ ଅଧରାତିରେ ଏକ କୁମ୍ଭୀର ପାଣିରୁ ବାହାରି ଜଣକ ଘର ଭିତରକୁ ପଶି ଆସିଥିଲା । ଏହି ଘଟଣାଟିର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ।
‘କ୍ଲିୟର ୱାଟର’ ପୋଲିସ ପକ୍ଷରୁ ଏହି ଘଟଣା ସଂପର୍କରେ ସବିଶେଷ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ‘ଗୋଟିଏ କୁମ୍ଭୀର, ରାତ୍ରି ସମୟରେ କ୍ଲିୟର ୱାଟର ସ୍ଥିତ ଜଣେ ବାସନ୍ଦାଙ୍କ ରୋଷେଇ ଘରର କାଚ ଭାଙ୍ଗୀ ତାଙ୍କ ଘର ଭିତରକୁ ପଶି ଯାଇଥିଲା । ଆମେ କମ୍ଭୀରକୁ ଉଦ୍ଧାର କରିନେଇଥିବାବେଳେ ସେ ବର୍ତ୍ତମାନ ସୁସ୍ଥ ଅଛି । ’

ଏହି ଘଟଣା ସଂପର୍କରେ ଘରର ମାଲିକାଣୀ ‘ମ୍ୟାରି ୱିସଚୁସେନ’ କହିଛନ୍ତି ଯେ, ‘ସର୍ବ ପ୍ରଥମେ ମତେ ରୋଷେଇ ଘରୁ କିଛି ଅଜବ ଶବ୍ଦ ଶୁଣାଗଲା । ଏହା ପରେ ମୁଁ ଯେତେବେଳେ ରୋଷେଇ ଘରେ ପହଞ୍ଚିଲି ମୁଁ ଯାହା ଦେଖିଲି ତାହାକୁ ମୁଁ ବିଶ୍ୱାସ କରି ପାରିଲି ନାହିଁ । ରୋଷେଇ ଘରେ ଏକ ୧୧ ଫୁଟର ବିରାଟକାୟ କୁମ୍ଭୀର ଦେଖି ମୁଁ ଡରିଗିଲି । କ’ଣ କରିବେ କିଛି ଭାବି ପାରିଲି ନାହିଁ । କିନ୍ତୁ ଜଣେ ଅନୁଭବି ନର୍ସ ହୋଇଥିବା ହେତୁ ଶାନ୍ତ ମସ୍ତିଷ୍କରେ ପୋଲସକୁ ଫୋନ କରିଥିଲି । କୁମ୍ଭୀରଟି ରୋଷେଇ ଘରର ଝରକା ସମେତ ଅନ୍ୟାନ୍ୟ ଅସବାବ ପତ୍ର ମଧ୍ୟକୁ ଭାଙ୍ଗୀ ଦେଇଥିଲା । ’


Share It

Comments are closed.