ଆଲେନ୍ ଭୁବନେଶ୍ୱର ପକ୍ଷରୁ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମରେ କାର୍ଗିଲ ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧନା

-ପରମବୀର ଚକ୍ର ବିଜେତା ସୁବେଦାର ମେଜର କ୍ୟାପଟେନ୍ ଯୋଗେନ୍ଦ୍ର ସିଂହ ଯାଦବ ଓ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ


ଭୁବନେଶ୍ୱର: ଦେଶର ସୁରକ୍ଷା ଓ ଲୋକମାନଙ୍କ ପରିବାର ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌, ଭୁବନେଶ୍ୱର ପକ୍ଷରୁ ମଙ୍ଗଳବାର ଏକ ଭବ୍ୟ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରମବୀର ଚକ୍ର ବିଜେତା ସୁବେଦାର ମେଜର କ୍ୟାପ୍େଟନ୍ ଯୋଗେନ୍ଦ୍ର ସିଂହ ଯାଦବ, ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମଶ୍ରୀ ସମାଜସେବୀ ତୁଳସୀ ମୁଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ସହିଦଙ୍କ ପରିବାରକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହିଦଙ୍କ ବଳିଦାନକୁ ମନେ ପକାଇ କ୍ୟାପଟେନ୍ ଯାଦବ କହିଛନ୍ତି ଯେ, “ଆମେ ସୁରକ୍ଷିତ ଥିବାରୁ ଦେଶ ଅଗ୍ରଗତି କରୁଛି । ଆମର ବୀର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ଏହି ସୁରକ୍ଷା ପ୍ରଦାନ କରିଛନ୍ତି । ଆମେ ସବୁବେଳେ ସେମାନଙ୍କ ବଳିଦାନକୁ ମନେ ରଖିବା ଉଚିତ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ ।”

ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କ୍ୟାପଟେନ ଯାଦବ କହିଛନ୍ତି ଯେ, “ସେନାକୁ ସମ୍ମାନ ଦେବା ହେଉଛି ଦେଶକୁ ସମ୍ମାନ ଦେବା । ଜଣେ ସୈନିକ ଯେପରି ଦେଶ ପାଇଁ ଲଢ଼େଇ କରନ୍ତି, ସେହିଭଳି ଜଣେ ଛାତ୍ର ମଧ୍ୟ ଦେଶର ବିକାଶରେ ଯୋଗଦାନ କରିବାକୁ ସଂକଳ୍ପବଦ୍ଧ ହେବା ଦରକାର । ପାଠପଢ଼ାରେ ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ଏବଂ ତାହା ହାସଲ ପାଇଁ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ।”

କାର୍ଗିଲ ବିଜୟର ୨୫ତମ ବାର୍ଷିକୀ ଅବସରରେ କୋଲକାତାସ୍ଥିତ ଆଲେନ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ରେଳ ଅଡିଟୋରିୟମ ଚନ୍ଦ୍ରଶେଖରପୁର ଆନୁକୂଲ୍ୟରେ ଶୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଭୁବନେଶ୍ୱର ଆଖପାଖ ଅଞ୍ଚଳର ସହିଦଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା ।

ସହିଦ ଗୋପୀନାଥ ମହାରଣା, ନିରଞ୍ଜନ ବେହେରା, ରାଜକିଶୋର ସାହୁ, ରତନ କୁମାର, ସଚ୍ଚିଦାନନ୍ଦ ମଲ୍ଲିକ, ସିଙ୍ଗା ଶ୍ରୀନିବାସ ପାତ୍ର, ଗଙ୍ଗାରାମ ଦାସ, ମାନସ ରଞ୍ଜନ ସାହୁଙ୍କ ପରିବାରକୁ ୧୧ ହଜାର ଟଙ୍କାର ଚେକ୍ ଓ ସମ୍ମାନଜନକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିବାର ଲୋକ ମଧ୍ୟ ସେମାନଙ୍କ ଅନୁଭୂତି ବାଣ୍ଟିବା ସହ ଏକ ଚଳଚଞ୍ଚଳ ପରିବେଶ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ଠିଆ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପରମବୀର ଚକ୍ର ବିଜେତା ସୁବେଦାର ମେଜର କ୍ୟାପଟେନ୍ ଯୋଗେନ୍ଦ୍ର ସିଂହ ଯାଦବ, ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମଶ୍ରୀ ସମାଜସେବୀ ତୁଳସୀ ମୁଣ୍ଡା, ଆଲେନ୍ ଜୋନାଲ ମୁଖ୍ୟ ରଜନୀଶ କୁମାର ଶ୍ରୀବାସ୍ତବ, ଉପସଭାପତି ସୁଦର୍ଶନ ଗୁହା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଜୋନାଲ ମୁଖ୍ୟ ରଜନୀଶ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ, “ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ସର୍ବଦା ଅଗ୍ରଣୀ ରହିଥାଏ । କାର୍ଗିଲ ବିଜୟର ୨୫ ବର୍ଷ ପୂର୍ତ୍ତି ଅବସରରେ ସୌର୍ଯ୍ୟ ବନ୍ଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଅଧୀନରେ ସମଗ୍ର ଭାରତବର୍ଷରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କେବଳ ଶିକ୍ଷା ନୁହେଁ ବରଂ ଉତ୍ତମ ନୈତିକ ମୂଲ୍ୟବୋଧ ପ୍ରଦାନ କରିବାରେ ଆଲେନର ବିଶ୍ୱାସ ରହିଛି । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ସୈନିକମାନଙ୍କ ଦ୍ୱାରା ଉଦାହରଣ ଦେବାର ଭାବନାରୁ ଶିଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।”


Share It

Comments are closed.