ଭଲଭୋର ସମସ୍ତ କାର୍ ଭାରତରେ ଏବେ ବିଏସ୍‌ଭିଆଇ ପ୍ରମାଣିତ


ଭୁବନେଶ୍ୱର: ଭଲ୍‌ଭୋ କାର୍ ଇଣ୍ଡିଆ ସଫଳତାର ସହ ଚଳିତ ବର୍ଷ ଫ୍ରେବୃଆରୀ ଠାରୁ ଏହାର ସମସ୍ତ ରେଞ୍ଜରେ ବିଏସ୍‌ଭିଆଇ ପ୍ରମାଣିତ କାର୍‌ର ଉନ୍ମୋଚନ କରିଛି । କମ୍ପାନୀର କାରଖାନାଗୁଡିକରେ ନିର୍ମିତ ହୋଇଥିବା ତଥା ଆମଦାନୀ କରାଯାଇଥିବା ସମସ୍ତ କାରଗୁଡ଼ିକ ବର୍ତ୍ତର୍ମାନ ବିଏସ୍‌ଭିଆଇ ପ୍ରମାଣିତ । ଏହାର ଗ୍ରାହକମାନଙ୍କୁ ଅଧିକରୁ ଅଧିକ ସ୍ଥାୟୀ ଉତ୍ପାଦ ପ୍ରଦାନ କରିବା ଦିଗରେ ଭଲ୍‌ଭୋ କାର୍ ଇଣ୍ଡିଆର ପ୍ରତିଶ୍ରୁତିରୁ ଏହା ପ୍ରତିଫଳିତ ।
ଏ ସମ୍ପର୍କରେ ଭଲଭୋ କାର୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଚାର୍ଲସ୍ ଫ୍ରମ୍ପ୍ କହିଛନ୍ତି ଯେ, “”ବିଶେଷ କରି ୨୦୧୯ରେ ଏହି ଶିଳ୍ପର ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ବିଏସ୍‌ଆଇଭିରୁ ବିଏସ୍‌ଭିଆଇକୁ ପରିବର୍ତନ କାର୍ଯ୍ୟ ଅତ୍ୟନ୍ତ ଜଟିଳ ଥିଲା । ମୁଁ ମୋର ଟିମ୍ ଓ ସହଯୋଗୀମାନଙ୍କ ଉପରେ ଖୁବ୍ ଗର୍ବିତ, ଯେଉଁମାନେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିଏସ୍‌ଭିଆଇକୁ ଏକ ସହଜ ପରିବର୍ତ୍ତନ ସୁନିଶ୍ଚିତ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଥିଲେ । ଚଳିତ ଆର୍ଥିକ ବର୍ଷରେ ଏକ ପରିବେଶ ଅନୁକୂଳିତ ବିଏସ୍‌ଭିଆଇ ପ୍ରମାଣିତ ଭଲଭୋ କାର୍ କିଣୁଥିବା ଆମର ଗ୍ରାହକଙ୍କୁ ଏକ ଉପହାର ପ୍ରଦାନ ସ୍ୱରୁପ, ଆମେ ଚଳିତ ବର୍ଷ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ ମୂଲ୍ୟରେ କୌଣସି ବୃଦ୍ଧି ନକରିବାକୁ ନିଷ୍ପତି ନେଇଛୁ ।”


Share It

Comments are closed.