ଆପଣଙ୍କ ଚାରିପାଖରେ ଘଟୁଥିବା ଏହିସବୁ ଘଟଣା ଦେଇଥାଏ ଶୁଭଫଳର ସଙ୍କେତ


ହିନ୍ଦୁ ଧର୍ମରେ ଗାଇକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ଗୋପାଳନ, ଗୋପୁଜନର ମଧ୍ୟ ବିଶେଷ ମାନ୍ୟତା ରହିଛି । ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ। ଏଥିରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ। ଘର ନିକଟକୁ ଗାଇ ଆସିବା ମଧ୍ୟ ଶୁଭଫଳର ସଙ୍କେତ ହୋଇଥାଏ ।

ସକାଳେ ଉଠିବା ପରେ ଖିର କିମ୍ବା ଦହି ଦେଖିଲେ , ସେହି ଦିନଟି ଖୁବ ଭଲରେ ଅତିବାହିତ ହୋଇଥାଏ ବୋଲି କୁହାଯାଏ। ପୂଜା କରିବା ସମୟରେ ଦୀପ ଜ୍ୟୋତି ଅଧିକ ଜୋରରେ ହଠାତ ଜଳିଲେ , ଆପଣଙ୍କ ଉପରେ ଭଗବାନଙ୍କ ବିଶେଷ କୃପା ରହିଛି ଏହା ସଙ୍କେତ ଦେଇଥାଏ।

ପୂଜାର୍ଚ୍ଚନା କରିବା ସମୟରେ ଲଗାଯାଇଥିବା ଧୂପକାଠି ଧୂଆଁ ଭଗବାନଙ୍କ ମୂର୍ତି କିମ୍ବା ଫଟୋ ନିକଟକୁ ଗଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ।

ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ। କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।

କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ।
ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ପିତଳରେ ନିର୍ମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ।

ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର।
ଗୃହରେ ତମ୍ବାରେ ନିର୍ମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ।


Share It

Comments are closed.