ପେଟର ଗ୍ୟାସ ଏବଂ ଏସିଡିଟି ଦୂର କରିବାରେ ରାମବାଣ ହୋଇଥାଏ ଏହିସବୁ ଘରୋଇ ଉପଚାର


ବର୍ତମାନର ବ୍ୟସ୍ତମୟ ଜୀବନଶଳୀ ଏବଂ ଅନିୟମିତ ଖାଦ୍ୟର ସେବନ ଯୋଗୁଁ ପେଟ ଜନିତ ସମସ୍ୟା ଦେଖାଯିବା ସାଧାରଣ ଅଟେ | ବିଶେଷକରି ଯଦି ଗ୍ୟାସ୍ ଏବଂ ଏସିଡିଟି ସମସ୍ୟା ଦେଖାଦିଏ, ତେବେ ଆପଣଙ୍କୁ କୌଣସି କାର୍ଯ୍ୟ କରିବା ଭଳି ଇଚ୍ଛା ହୁଏ ନାହିଁ |ଏହିପରି ପେଟ ସମସ୍ୟାରେ ଘରୋଇ ଉପଚାର ମଧ୍ୟ ରାମବାଣ ସାବ୍ୟସ୍ତ ହୋଇଥାଏ | ଆସନ୍ତୁ ଏହି ଉପଚାରଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା:

୧. ଯଦି ଆପଣ ଗ୍ୟାସ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ଆପଣ ପ୍ରତିଦିନ ଖାଲି ପେଟରେ ଏକ ଚାମଚ ବେକିଂ ସୋଡା ସହିତ ଲେମ୍ବୁ ରସ ମିଶାଇ ପିଇବା ଉଚିତ୍ | ଏହାକୁ ପିଇବା ଦ୍ୱାରା ଆପଣ ଗ୍ୟାସ ସମସ୍ୟାରୁ ତୁରନ୍ତ ଆରାମ ପାଇବେ |

୨. ଏହା ବ୍ୟତୀତ ଗ୍ୟାସ ସମସ୍ୟାରେ ହିଙ୍ଗ ମଧ୍ୟ ବହୁତ ଲାଭଦାୟକ ଅଟେ | ଏକ ଗ୍ଲାସ ଉଷୁମ ପାଣିରେ ଟିକେ ହିଙ୍ଗ ପିଅନ୍ତୁ | ଦିନକୁ ପ୍ରାୟ ଦୁଇରୁ ତିନି ଥର ହିଙ୍ଗ ପାଣି ପିଇଲେ ବହୁତ ଆରାମ ମିଳିଥାଏ|

୩.ଆପଣ କଣ ଜାଣନ୍ତି ଯେ ଗୋଲମରିଚ ମଧ୍ୟ ଗ୍ୟାସର ସମସ୍ୟାକୁ ଦୂର କରିଥାଏ | ଗୋଲମରିଚ ଖାଇବା କେବଳ ଗ୍ୟାସ ସମସ୍ୟାରେ ଆରାମ ଦେଇନଥାଏ, ବରଂ ଏହାର ବ୍ୟବହାର ଦ୍ୱାରା ଆମର ହଜମ ମଧ୍ୟ ଠିକ୍ ହୋଇଥାଏ | ଯଦି ପେଟରେ ଗ୍ୟାସ୍ ଥାଏ, ତେବେ ଆପଣ କ୍ଷୀରରେ ଗୋଲମରିଚ ମିଶାଇ ପିଇପାରିବେ |

୪. ଯଦି ପେଟରେ ଗ୍ୟାସ୍ ସମସ୍ୟା ଥାଏ, ତେବେ ଅଦା ଖଣ୍ଡକୁ ଦେଶୀ ଘିଅରେ ରାନ୍ଧି ଖାଇଲେ ତତକ୍ଷଣାତ୍ ଆରାମ ମିଳିଥାଏ |

୫. ଯଦି ପେଟରେ ଗ୍ୟାସ୍ ଥାଏ ତେବେ ଆପଣ ଏକ ଚାମଚ ଭଜା ଜିରାକୁ ଥଣ୍ଡା ପାଣିରେ ନେଇପାରିବେ | ଏହା ଗ୍ୟାସ ସମସ୍ୟାରୁ ମୁକ୍ତି ଦେଇଥାଏ |

୬. ଏସିଡିଟି ଦୂର କରିବା ପାଇଁ ମେଥି ଏବଂ ଗୁଡ଼କୁ ପାଣିରେ ଫୁଟାନ୍ତୁ ଏବଂ ଛାଣିକରି ଏହି ପାଣି ପିଅନ୍ତୁ | ଏହା ଆପଣଙ୍କ ଗ୍ୟାସ ସମସ୍ୟାର ସମାଧାନ କରିବ |

୭. ଅଳ୍ପ ଗୁଣ୍ଡ ହଳଦୀରେ ଏକ ଚାମଚ ଲୁଣ ମିଶାଇ ଗରମ ପାଣି ସହିତ ପିଅନ୍ତୁ | ଭଜା ହିଙ୍ଗ ଏବଂ ଗୋଲମରିଚକୁ ଗରମ ପାଣିରେ ମିଶାଇ ପିଇଲେ ଏସିଡିଟି ଦୂର ହୋଇଥାଏ |


Share It

Comments are closed.