ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିଥାଏ ଆପଣଙ୍କର ଏହିସବୁ କାର୍ଯ୍ୟ, ଜାଣନ୍ତୁ ଏହାର ବାସ୍ତୁ ସମାଧାନ

ବାସ୍ତୁଶାସ୍ତ୍ରରେ ଦିଗର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁ ଅନୁଯାୟୀ ଏହି ଦିଗଗୁଡ଼ିକ ବ୍ୟକ୍ତିର ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ । ଆମେ ଅନେକ ସମୟରେ ଯେକୌଣସି ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇଯାଇଥାଉ । କିନ୍ତୁ ବାସ୍ତୁ ଅନୁଯାୟୀ ଭୁଲ ଦିଗକୁ ଗୋଡ଼ ରଖି କିମ୍ବା ମୁଣ୍ଡ କରି ଶୋଇବାଦ୍ବାରା ଆମ ଜୀବନରେ ଅନେକ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏପରି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ତେବେ ଆସନ୍ତୁ ଜାଣିବା ଶୋଇବା ସହ ଜଡ଼ିତ ବାସ୍ତୁ ନିୟମ ବିଷୟରେ..

– ବାସ୍ତୁ ଅନୁସାରେ ଉତ୍ତର କିମ୍ବା ପଶ୍ଚିମ ଦିଗରେ ମୁଣ୍ଡ କରି ଶୋଇବା ଦ୍ବାରା ନକରାତ୍ମକତା ଏବଂ ଦୁଶ୍ଚିନ୍ତା ବଢ଼ିଥାଏ। ଏଥିପାଇଁ ସବୁବେଳେ ଦକ୍ଷିଣ କିମ୍ବା ପୂର୍ବ ପଟେ ମୁଣ୍ଡ କରି ଶୋଇବା ଉଚିତ୍।

– ଅବିବାହିତ ଯୁବତୀ ଶୋଇବା ପାଇଁ ଉତ୍ତର-ପଶ୍ଚିମ ଦିଗ ବାଛିବା ଉଚିତ୍। ସେମାନଙ୍କୁ ଭୁଲରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ଶୋଇବା ଅନୁଚିତ୍। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଉତ୍ତର ଦିଗ ଆଡ଼କୁ ଗୋଡ଼ କରି ଶୋଇବା ଠିକ୍ ହୋଇଥାଏ।

– ଘରର ବାୟବ୍ୟ କୋଣରେ ବିବାହିତା ମହିଳାଙ୍କୁ ଶୋଇବା ଅନୁଚିତ୍। ଏହି ଦିଗରେ ଶୋଇବା ଦ୍ବାରା ସେମାନେ ଅଲଗା ଘର କରିବାର ସ୍ବପ୍ନ ଦେଖିଥାନ୍ତି।

– ବାସ୍ତୁ ଅନୁସାରେ ଅବିବାହିତା କନ୍ୟାଙ୍କୁ ଉତ୍ତର-ପଶ୍ଚିମ ଦିଗରେ ଶୋଇବା ଉଚିତ୍। ଏହା ଦ୍ବାରା ବିବାହ ଯୋଗ ମଜବୁତ ହୋଇଥାଏ।

– ସକାଳ-ସନ୍ଧ୍ୟାରେ କର୍ପୂର ଜଳାଇ ସମସ୍ତ ରୁମରେ ଦେଖାଇବା ଦ୍ବାରା ଘରର ନକରାତ୍ମକତା ଦୂର ହୋଇଥାଏ। ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ପ୍ରତିଦିନ ସନ୍ଧ୍ୟାରେ କର୍ପୂର ଜଳାଇବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

– ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ ଫୁଲ ଏବଂ ଗଛ ରଖନ୍ତୁ ନାହିଁ ଏହା ଦ୍ବାରା ଦାରିଦ୍ର୍ୟ ଆସିଥାଏ।

– ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଅଗଣାରେ ହଳଦୀରେ ସ୍ବସ୍ତିକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

Comments are closed.