ଟିପିଡବ୍ଲ୍ୟୁଓଡିଏଲର ସମସ୍ତ ମିଟର ପରୀକ୍ଷଣ ପରୀକ୍ଷାଗାର ଗୁଡ଼ିକ ଏନ୍.ଏ.ବି.ଏଲ୍. ଦ୍ୱାରା ସ୍ୱୀକୃତିପ୍ରାପ୍ତ


ବୁର୍ଲା, 03.09.2024: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା  ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ) ବିଦ୍ୟୁତ୍ ଉପଭୋକ୍ତାଙ୍କ ପରିସରରେ ସ୍ଥାପନ କରୁଥିବା ସମସ୍ତ ସ୍ମାର୍ଟ ମିଟର ଗୁଡ଼ିକର ପରୀକ୍ଷଣ ପାଇଁ ବୁର୍ଲା, ବଲାଙ୍ଗିର ଏବଂ ରାଜଗାଙ୍ଗପୁର ଠାରେ ତିନୋଟି ପରୀକ୍ଷାଗାର ସ୍ଥାପନ କରିଅଛି । ଏହି ପରୀକ୍ଷାଗାର ଗୁଡ଼ିକର ମୂଲ୍ୟାଙ୍କନ ଏବଂ ମାନ୍ୟତା ISO/IEC 17205: 2017 “ପରୀକ୍ଷାଗାର ଗୁଡିକର ପରୀକ୍ଷଣ ଏବଂ ମାପକାଠି ଦକ୍ଷତା ପାଇଁ ସାଧାରଣ ଆବଶ୍ୟକତା” ମାନକ ଅନୁଯାୟୀ ନ୍ୟାସନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କ୍ୟାଲିବ୍ରେସନ ଲାବୋରେଟୋରୀ (ଏନ୍..ବି.ଏଲ୍.) ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଅଛି ।

 

ପ୍ରକାଶଥାଉ କି, କମ୍ପାନୀର ରାଜଗାଙ୍ଗପୁର, ବୁର୍ଲା ଏବଂ ବଲାଙ୍ଗିର ମିଟର ଟେଷ୍ଟିଂ ପରୀକ୍ଷାଗାର ଗୁଡ଼ିକର ପରୀକ୍ଷଣ ଅବଧି ଆଗାମୀ 2025 ପର୍ଯ୍ୟନ୍ତ ରହିଛି । ତେଣୁ କମ୍ପାନୀ ପକ୍ଷରୁ ଏହି ପରୀକ୍ଷାଗର ଗୁଡ଼ିକର ମୂଲ୍ୟାଙ୍କନ ଏବଂ ମାନ୍ୟତା ଅବଧି ବୃଦ୍ଧି କରାଇବା ପାଇଁ ଏନ୍.ଏ.ବି.ଏଲ୍. ପାଖରେ ଆବେଦନ କରାଯିବ ।

 

ଏଠାରେ ଉଲ୍ଲେଖଥାଉ କି, ସମସ୍ତ ସ୍ମାର୍ଟ ମିଟର ଗୁଡ଼ିକ ନିର୍ମାତା କମ୍ପାନୀମାନଙ୍କଠାରୁ କ୍ରୟ କରାଯିବା ପରେ ଟିପିଡବ୍ଲ୍ୟୁଓଡିଏଲର ମିଟର ପରୀକ୍ଷଣ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥାଏ ଏବଂ ଏହାପରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘର ପରିସରରେ ଏହି ସ୍ମାର୍ଟ ମିଟର ଗୁଡ଼ିକୁ ସଂସ୍ଥାପନ ପାଇଁ ପଠାଯାଇଥାଏ ।

  

କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ

    ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା


Share It

Comments are closed.