ନୂଆ ବର୍ଷରେ ଆଲିଆ-ରଣବୀରଙ୍କ ନୂଆ ଯୋଜନା


ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଖୁବ ଜୋରସେ ଚାଲିଛି । ଉଭୟଙ୍କ ମଧ୍ୟରେ ଗଢିଉଠିଥିବା ସଂପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ଏହି ଦୁହେଁ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଙ୍ଗରେ ବ୍ୟସ୍ତ ଥିବାବେଳେ ତାଙ୍କୁ ନେଇ ଆଉ ଏକ ଖବର ମଧ୍ୟ ସାମନାକୁ ଆସିଛି । ଏହି ଦୁହେଁ ଆଗକୁ ଆସୁଥିବା କ୍ରିସମାସ ଏବଂ ନୂଆ ବର୍ଷକୁ ନ୍ୟୁୟର୍କରେ ପାଳନ କରିବେ ବୋଲି ସ୍ଥିର କରିଛନ୍ତି ।

ପ୍ରକାଶ ଥାଉକି ରଣବୀରଙ୍କ ବାପା ରିଶି କପୁର ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ରିଶିଙ୍କ ସହ ତାଙ୍କ ପତ୍ନୀ ନିତୁ କପୁର ମଧ୍ୟ ନ୍ୟୁୟର୍କରେ ଅଛନ୍ତି । ଯେଉଁଥିପାଇଁ ରଣବୀର ଏହି ନୂଆ ବର୍ଷକୁ ନ୍ୟୁୟର୍କରେ ତାଙ୍କ ବାପା ଏବଂ ମା’ଙ୍କ ସହ ପାଳିବେ ବୋଲି ସ୍ଥିର କରିଛନ୍ତି । ଏଥିପାଇଁ ରଣବୀର କେବଳ ଏକା ଯାଉନାହାନ୍ତି ତାଙ୍କ ସହ ଆଲିଆ ମଧ୍ୟ ଏହି ନୂଆ ବର୍ଷକୁ ରଣବୀରଙ୍କ ପରିବାର ସହ ବିଦେଶରେ ପାଳିବା ପାଇଁ ଯାଉଛନ୍ତି ।


Share It

Comments are closed.