ଖୁବ ଶୀଘ୍ର ରିଲିଜ ହେବ ଆଲିଆ ଏବଂ ରଣବୀରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର


ବଲିଉଡରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚାରେ ରହିଛି । ଏହି ସମୟରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜିଙ୍କ ଫିଲ୍ମ ବ୍ରାହ୍ମାସ୍ତ୍ର ତାଙ୍କର ପ୍ରେମ କାହାଣୀରେ ଆଉ ଏକ ସଫଳ ଗିଅର ରୂପେ କାମ କରିବ । ଆଲିଆ ଏବଂ ରଣବୀରଙ୍କ ଫିଲ୍ମ ଚଳିତ ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମର ପ୍ରମୋସନ ବର୍ତ୍ତମାନ ଠାରୁ ଆରମ୍ଭ ହୋଇଗଲାଣି । ଆୟାନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର କୋତୋଟି କ୍ୟାଣ୍ଡିଡ ସୟାର କରି ଦର୍ଶକମାନଙ୍କ ମନରେ ଉକ୍ରଣ୍ଠା ଭରିେଇଛନ୍ତି ।
ଏହି ଫଟୋ ସେୟାର କରି ଆୟନ ଦର୍ଶାଇଛନ୍ତି ଯେ ଫିଲ୍ମଟି ଲଣ୍ଡନ ଷ୍ଟୁଡିଓର ଏବଂ ଏହାର ପ୍ରସ୍ତୁତି ୨୦୧୬ରୁ ପ୍ରାରମ୍ଭ ହୋଇଛି । ବହ୍ମାସ୍ତ୍ରରେ ଆଲିଆ ରଣବୀରଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଥିଲେ । ବର୍ତ୍ତମାନ ତାଙ୍କର ପ୍ରେମ କାହାଣୀ ତାଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ସୃଷ୍ଟି କରିପାରିଛି । ବହ୍ମାସ୍ତ୍ର ଫିଲ୍ମରେ ରଣବୀର ପ୍ରଥମେ ଶିବ୍ ଭୂମିକାରେ ନଜର ଆସିବେ । ସେହି ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ବ୍ୟତୀତ ଅନ୍ୟାନ୍ୟ ସୁପରଷ୍ଟାର ତଥା ଅମିତାବ ବଚ୍ଚନ, ମୋନି ରୟ ଏବଂ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ପ୍ରମୁଖ ନଜରରେ ଆସିବେ । ଲଭ ବ୍ରହ୍ମାସ୍ତ୍ରର ଗାଇଡିଂ ଲାଇଟ । ଆଲିଆ ଏବଂ ରଣବୀରଙ୍କ ପ୍ରେମ ସରଗରମରେ ଥିବାରୁ ଫିଲ୍ମରେ କିପରି ରହୁଛି ତାଙ୍କ କେମେଷ୍ଟ୍ରେି ଦେଖିବାକୁ ଅପେକ୍ଷାରେ ରଖିଲେ ଦର୍ଶକ ।


Share It

Comments are closed.