ରଣବୀରଙ୍କ ପ୍ରତି ଥିବା ଭଲ ପାଇବାକୁ ପରୋକ୍ଷ ଭାବେ ସ୍ୱୀକାର କଲେ ଆଲିଆ


ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସଂପର୍କକୁ ନେଇ କୌଣସି ଏକ ନୂଆ ଖବର ସାମନାକୁ ଆସିବା, ତାହା ଏକ ସାଧାରଣ ଘଟଣା ହୋଇଗଲାଣି । ଉଭୟଙ୍କୁ ସମସ୍ତ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ଦେଖିବାକୁ ମିଳୁଥିବାବେଳେ କିଛି ଦିନ ତଳେ ତାଙ୍କ ବିବାହର ଖବରକୁ ନେଇ ଅନେକ ଚର୍ଚ୍ଚା ଖୁବ ଜୋରସେ ହେବାରେ ଲାଗିଥିଲା । କିନ୍ତୁ ବର୍ତ୍ତମାନ ଆଲିଆ ଏକା ସାକ୍ଷାତକାର ମାଧ୍ୟମରେ ରଣବୀରଙ୍କୁ ନେଇ କିଛି କଥା ସମସ୍ତଙ୍କ ସାମନାରେ ରଖିଛନ୍ତି ।
ପ୍ରକାଶ ଥାଉକି ଆଲିଆ ଫିଲ୍ମଫେୟାରରେ ସାମ୍ବାଦିକ ମାନଙ୍କ ସହ କରିଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଆମ ଦୁହିଁଙ୍କ ସଂପର୍କକୁ, ମୁଁ ପରସ୍ପରର ନିବିଡ ବନ୍ଧୁ ରୂପେ ଦେଖିବାକୁ ପସନ୍ଦ କରେ । ଏହା କୌଣସି ସଂପର୍କ ନୁହେଁ । ଏହା ବନ୍ଧୁତ୍ୱ ଅଟେ । ମୁଁ ଏହାକୁ ନିଜର ଅନ୍ତରରୁ କହୁଛି ଏବଂ ଏହା ବହୁତ ସୁନ୍ଦର ଅଟେ । ମୋତେ ବର୍ତ୍ତମାନ ତାରା ଓ ବାଦଲରେ ଚାଲିଲା ଭଳି ଲାଗୁଛି । ସବୁଠାରୁ ମୁଖ୍ୟ କଥା ହେଉଛି ଆମେ ହେଉଛି ଏଭଳି ଦୁଇ ବ୍ୟକ୍ତି, ଯିଏକି ପରସ୍ପରର ଜୀବନକୁ ଖୁବ ଉପଭୋଗ କରୁଛୁ । ପ୍ରକୃତର ରଣବୀର ହେଉଛନ୍ତି ମୋର ପ୍ରିୟ ବନ୍ଧୁ । ”
ପ୍ରକାଶ ଥାଉକି ଆଲିଆ ଏବଂ ରଣବୀରଙ୍କ ସଂପର୍କକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ସହମତି ପ୍ରକାଶ ପାଇଥିବାବେଳେ ସେ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।


Share It

Comments are closed.