ଖୁବ ଶୀଘ୍ର ଆଲିଆଙ୍କ ହାତ ଧରିବେ ରଣବୀର


ବିଗତ କିଛି ଦିନ ହେବ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ “ବ୍ରହ୍ମାସ୍ତ୍ରର” ସୁଟିଙ୍ଗ ସମୟରୁ ଉଭୟ ପରସ୍ପରକୁ ଡେଟ କରୁଥିବାବେଳେ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ କେହି କେବେ ମୁହଁ ଖୋଲି ନାହାନ୍ତି । ବର୍ତ୍ତମାନ ଏହା ଲାଗୁଛି ଯେ, ଆଲିଆ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସାରା ଦୁନିଆ ଆଗରେ କହିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏକ ସାକ୍ଷାତକାର ମାଧ୍ୟମରେ ଏଇ କଥା ସାମାନକୁ ଆସିଛି ।
ଉଭୟଙ୍କୁ ବର୍ତ୍ତମାନ ସବୁବେଳେ ଏବଂ ସବୁ ଜାଗାରେ ଏକାଠି ଦେଖିବାକୁ ମିଳୁଛି । କେତେବେଳେ ରଣବୀର ଏବଂ ଆଲିଆଙ୍କୁ ଗୋଟେ କାରରେ ଦେଖିବାକୁ ମିଳୁଥିବାବେଳେ ପୁଣି କେତେବେଳେ ତ କୌଣସି ରେଷ୍ଟ୍ରରାଣ୍ଟରେ ଡିନର ସମୟରେ । ଯାହାଫଳରେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ସଂପର୍କରେ ।
କେବଳ ଏତିକି ନୁହେଁ ଆଲିଆ ଏକ ଇଣ୍ଟରଭିୟୁରେ ଏଭଳି ଏକ କଥା କହିଲେ, ଯେଉଁଥିରୁ ଆପଣ ସ୍ପଷ୍ଟ ରୂପେ ଜାଣି ପାରିବେ ସେମାନଙ୍କ ମଧ୍ୟରେ ଗଢିଉଠି ଥିବା ସମ୍ପର୍କରେ ସଂପର୍କରେ ।
ଏନଡିଟିଭି ପକ୍ଷରୁ ଆପଣ ସିଙ୍ଗଲ ଅଛନ୍ତି କି ନାହିଁ ? ଆଲିଆଙ୍କୁ ଏହ ପ୍ରଶ୍ନ ପଚାର ଯାଇଥିଲା । ଯେଉଁଥିରେ ସେ କହିଥିଲେ ନାଁ । ଆଲିଆଙ୍କ ଏହି ଉତ୍ତର ସ୍ପଷ୍ଟ କରୁଛି ଯେ, ସେ କାହା ସହ ଡେଟରେ ଅଛନ୍ତି ବୋଲି ।
ଏହା ଆଲିଆଙ୍କର ପ୍ରଥମ ସାକ୍ଷାତକାର ନୁହେଁ, ଯେଉଁଥିରେ ସେ ଏହିଭଳି କଥା କହିଥିଲେ । ଏହା ପୂର୍ବରୁ ଆଲିଆ ହିନ୍ଦୁସ୍ତାନ ଟାଇମ କହିଥିଲେ ଯେ, ସେ ୩୦ ବର୍ଷ ପୂର୍ବରୁ ବିବାହ କରିବାକୁ ଚାହଁନ୍ତି ।

ଆଲିଆ ଏବଂ ରଣବୀର ବର୍ତ୍ତମାନ ଆୟନ ମୁଖାର୍ଜିଙ୍କ ଫିଲ୍ମ “ବ୍ରହ୍ମାସ୍ତ୍ର”ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଆଲିଆ ନିଜେ ରଣବୀରଙ୍କର ପ୍ରିୟ ନମ୍ବରର ଜର୍ସି ପିନ୍ଧିଥିବା ଫଟୋକି ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ରିସେପ୍ସନ ସମୟରୁ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ କଥା ସାମନାକୁ ଆସୁଛି । କିଛି ଦିନ ତଳେ ଆଲିଆ ରଣବୀରଙ୍କ ପରିବାର ସହିତ ଡିନର କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ବ୍ରହ୍ମାସ୍ତ୍ର ଫିଲ୍ମରେ ଆଲିଆ ଓ ରଣବୀରଙ୍କ ସମେତ ଅମିତାଭ ବଚ୍ଚନ ଏବଂ ମୋନି ରାୟ ମଧ୍ୟ ଅଛନ୍ତି । ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ବୁଲଗରିୟାରେ ଚାଲିଛି, ଯାହାର କିଛି ଫଟୋ ମଧ୍ୟ ସାମନାକୁ ଆସିଛି ।


Share It

Comments are closed.