ନୂଆ ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଫିଲ୍ମ ‘ବେଲ ବଟମ’


ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ୍‌ବଟମ୍‌ ରେକର୍ଡ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ଫିଲ୍ମ ଭାବେ ବେଲ୍‌ବଟମ୍‌ ଲକ୍‌ଡାଉନ ମଧ୍ୟରେ ସୁଟିଂ ଆରମ୍ଭ କରି ସୁଟିଂ ଶେଷ କରିପାରିଛି । ସେପ୍ଟେମ୍ବର ୩୦ରେ ଲଣ୍ଡନରେ ଫିଲ୍ମର ସୁଟିଂ ଶେଷ ହୋଇଛି । କରୋନା ଯୋଗୁ ଫିଲ୍ମ ସୁଟିଂରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଅକ୍ଷୟଙ୍କ କ୍ଷେତ୍ରରେ ଏହାର ସେଭଳି ପ୍ରଭାବ ପଡିନି । ଏଥିନିମନ୍ତେ ଅକ୍ଷୟଙ୍କୁ ଦିନକୁ ପାଖପାଖି ୧୬ ଘଣ୍ଟା କାମ କରିବାକୁ ପଡୁଥିଲା । ଏନେଇ ଅକ୍ଷୟ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଟିମ୍‌ୱାର୍କ ଯୋଗୁ ସମ୍ଭବ ହୋଇପାରିଛି । ସମ୍ପୂର୍ଣ୍ଣ ଟିମ୍‌ର କଠୋର ପରିଶ୍ରମ ଯୋଗୁ ଏତେ କମ୍‌ ଦିନରେ ସୁଟିଂ ଶେଷ ହୋଇପାରିଥିବା ଅକ୍ଷୟ ପ୍ରକାଶ କରିଛନ୍ତି । ଏହା ଯୋଗୁ ବିଶ୍ୱବ୍ୟାପୀ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରୋତ୍ସାହିତ ହେବେ ବୋଲି ଅକ୍ଷୟ ଆଶାବ୍ୟକ୍ତ କରିଛନ୍ତି ।


Share It

Comments are closed.