ଉଦ୍ଧବ ସରକାରରେ ଉପମୁଖ୍ୟମନ୍ତ୍ରୀ ଋପେ ଶପଥ ନେଇପାରନ୍ତି ଅଜିତ


ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରରେ ଗଠନ ହୋଇଥିବା ମେଣ୍ଟ ସରକାର ଗଠନ ହେବାର ଏକ ମାସ ପରେ ଆଜି ପ୍ରଥମ ଥର ପାଇଁ କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି । ତେବେ ମିଳିଥିବା ସୂଚନା ମୁତାବକ ରାଷ୍ଟ୍ରବାଦି କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିପାରନ୍ତି । ତାଙ୍କ ନାମକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଲାଗି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ପକ୍ଷରୁ ଏ ସଂପର୍କରେ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ।
ଆଦିତ୍ୟ ଠାକରେଙ୍କ ସମତେ ୩୬ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର ସୂଚନା ମିଳିଥିବାବେଳେ କଂଗ୍ରେସରୁ ଅଶୋକ ଚୌହ୍ୱାନ, କେସି ଫଡୱି, ବିଜୟ ୱେଡେଟିୱାର, ଅମିତ ଦେଶମୁଖ, ସୁନିଲ କେଦାର, ଯୋଶମତି ଠାକୁର, ବର୍ଷା ଗାଏକ୍ୱାଡ , ଅସଲାମ ସେକ, ସତେଜ ପାଟିଲ, ବିଶ୍ୱଜିତ କଦମ ଏବଂ ଶିବସେନାର ଆଦିତ୍ୟ ଠାକରେ, ଉଦୟ ସାମନ୍ତ, ଅବଦୁଲ ସତାର, ଶଙ୍କର ଗଡଖେ, ଅନିଲ ପରବ, ସନ୍ଦିପନ ଭୁମରେ, ଶମ୍ଭୁରାଜ ଦେଶାଇ, ୟେଦଗାଅକର, ସଞ୍ଜୟ ରାଠୋଡ, ଗୁଲାବ ପାଟିଲ ଏବଂ ଦାଦା ଭୁସେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି । ସେହିଭଳି ଏନସିପିରୁ ଧରମରାଓ ଅତରମ, ରାଜେଶ ଟୋପି, ଧନଞ୍ଜୟ ମୁଣ୍ଡେ, ନବାବ ମଲ୍ଲିକ, ସଂଗ୍ରାମ ଜଗପତ, ହସନ ମୁଶରଫି, ଅନିଲ ଦେଶମୁଖ ଆଦିତି ତଟକରେ ଏବଂ ରାଜୁ ସେଟ୍ଟୀ ମନ୍ତ୍ରୀମଣ୍ଡଲରେ ସ୍ଥାନ ପାଇପାରନ୍ତି ।


Share It

Comments are closed.