ଆଜିଓ ବିଜ୍‌ନେସ୍ ରିଟେଲରମାନଙ୍କ ପାଇଁ ଅନେକ ଗୁଡ଼ିଏ ବିଶେଷ ଲାଭ ସହିତ ଏକ ସ୍ୱତନ୍ତ୍ର ଡିଜିଟାଲ୍ ଅବତାର ସମ୍ବନ୍ଧମର ଶୁଭାରମ୍ଭ କରିଛି


ଭୁବନେଶ୍ୱର: ଆଜିଓ ବିଜ୍‌ନେସ୍ ଏହାର ବାର୍ଷିକ ମେଗା ଟ୍ରେଡ୍ ସୋ ସମ୍ବନ୍ଧମ୍ କୁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ଫର୍ମାଟରେ ଅକ୍ଟୋବର ୧୪ ରୁ ୧୬, ୨୦୨୦ ପର୍ଯ୍ୟନ୍ତ ସାରା ଭାରତରେ ଶୁଭାରମ୍ଭ କରିଛି । ଏହି ଅନଲାଇନ୍ ସପିଂ ଫେଷ୍ଟିଭାଲ୍ ଅକ୍ଟୋବର ୧୬ ରେ ସମାପ୍ତ ହେବ । ଏହା ଦ୍ୱାରା ରିଟେଲରମାନେ ଆଗାମୀ ପାର୍ବଣ ଋତୁ ପାଇଁ ତାଙ୍କର ଆବଶ୍ୟକୀୟ ଷ୍ଟକ୍ ଓ ସାମଗ୍ରୀକୁ ପାଇପାରିବେ ଓ ଏଥିପାଇଁ ସେମାନଙ୍କୁ ମାର୍କେଟକୁ ଯିବାକୁ ପଡ଼ିବ ନାହିଁ ଯାହାକି ସେମାନଙ୍କୁ କୋଭିଡ୍‌-୧୯ ପରିସ୍ଥିତିରେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦ ରୁ ସୁରକ୍ଷିତ ରଖିବ ।
ପାର୍ବଣୀ ସାମଗ୍ରୀ ଓ ଜୋତାର ବ୍ୟାପକ ସମ୍ଭାର ବ୍ୟତୀତ, ସମ୍ବନ୍ଧମ୍‌ରେ ରହିଛି ପାରମ୍ପରିକ କଲେକ୍‌ସନ ଯଥା ଲେହେଙ୍ଗା ଚୋଲି ସହିତ ଏମ୍ବ୍ରୋଇଡେରି ଏବଂ ମିରର କାର୍ଯ୍ୟ, ଟସର (ଆସାମ) ର ସିଲ୍‌କ ସାଢ଼ୀ, କାଂଚିପୁରମ, ପୋଚମପଲି ଓ ମହୀଶୂୁର ଭେରାଇଟି, କୁର୍ତା ସହିତ ଧୋତି ଷ୍ଟାଇଲ୍ ବଟମ୍‌, ସେରୱାନି, କୋଲ୍‌ହାପୁରି ଚପଲ ଇତ୍ୟାଦି । ଏହି ଉତ୍ପାଦ ଗୁଡ଼ିକୁ ଅନଲାଇନ୍ କାଟଲଗ୍ ଜରିଆରେ ପ୍ରଦର୍ଶିତ କରାଯିବ ଯେଉଁଥିରେ ରହିଛି ୧୫୦୦ରୁ ଅଧିକ ବ୍ରାଣ୍ଡ୍‌ର ଏକ ଲକ୍ଷରୁ ଅଧିକ ଷ୍ଟାଇଲ୍ । ରିଟେଲରମାନେ ଡିଜାଇନ୍‌, କ୍ୱାଲିଟି ଓ ମୂଲ୍ୟକୁ ବିକ୍ରେତାଙ୍କ ସହିତ ଭିଡିଓ କଲ୍ ଓ ମେସେଜ୍ ଜରିଆରେ ବୁଝାମଣା କରିପାରିବେ । ସେମାନଙ୍କୁ ମଧ୍ୟ ବ୍ୟବସାୟ, ଟ୍ରେଣ୍ଡ, ଷ୍ଟାଇଲ୍ ଓ ଉତ୍ପାଦ ଗ୍ରହଣ ବିଷୟରେ ଏକ୍ସପର୍ଟ ଟିପ୍‌ସ ପ୍ରଦାନ କରାଯିବ ।
କେବଳ ଏତିକି ନୁହେଁ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଥମ ଡିଜିଟାଲ୍ ରାମ୍ପ ସୋ ଆୟୋଜିତ କରାଯିବ ଯେଉଁଥିରେ ନୂତନ ପୋଷାକ ଓ ଜୋତା (ଆପାରେଲ୍ ଓ ଫୁଟ ଓୟାର) କଲେକ୍‌ସନକୁ ପ୍ରଦର୍ଶିତ କରାଯିବ । ଏଥିରେ ଅନ୍ତର୍ଭୁକ୍ତ ରହିଛି ଭାରତର ପ୍ରମୁଖ ୨୦ ଟି ବ୍ରାଣ୍ଡ୍ । ରିଟେଲରମାନେ ଏହି ରାମ୍ପ୍ ସୋ ଜରିଆରେ ପ୍ରତ୍ୟକ୍ଷ ଭାବରେ ନିଜ ପସନ୍ଦର ଆପାରେଲ୍ ଓ ଫୁଟଓୟରକୁ ବାଛି ସେଗୁଡିକର ଅର୍ଡ଼ର ଦେଇ ପାରିବେ । ଏହା ସହିତ ରିଟେଲରମାନଙ୍କ ପାଇଁ ଅନେକ ରିୱାର୍ଡ଼ ଓ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ଯଥା କାର, ବାଇକ୍‌, ଟିଭି, ରେଫ୍ରିଜରେଟର, ମାଇକ୍ରୋୱେଭ୍ ଓଭନ, କିଚେନଓୟାର, ୱାଟର ହିଟର ଓ ଟାବଲେଟ୍ ଇତ୍ୟାଦି ।
ଏହା ସହିତ ସମ୍ବନ୍ଧମ ଜରିଆରେ ରିଟେଲରମାନଙ୍କୁ ସାମିଲ୍ କରି ଭର୍ଚୁଆଲ୍ ବିଜନେଓ ମିଟ୍‌ର ଆୟୋଜନ କରାଯିବ ଯାହାଦ୍ୱାରା ସେମାନେ ଆଜିଓ ବିଜନେସ୍ ମୁଖ୍ୟମାନଙ୍କ ସହିତ ଆଲୋଚନା କରିପାରିବେ ଏବଂ ମାର୍କେଟର ଟ୍ରେଣ୍ଡ ତଥା ବ୍ୟବସାୟ ବିଷୟରେ ଅବଗତ ହୋଇପାରିବେ । ସେମାନେ ମଧ୍ୟ ଆଜିଓ ପ୍ଲାଟଫର୍ମରେ ସପିଂ ଅନୁଭବ ସମ୍ପର୍କରେ ଆଲୋଚନା କରିପାରିବେ ।
ସମ୍ବନ୍ଧମ୍ ସାରା ଭାରତରେ ଲକ୍ଷ ଲକ୍ଷ ରିଟେଲରମାନଙ୍କ ପାଇଁ ଏକ ସୁଯୋଗ ଆଣିଛି । ଏହାଦ୍ୱାରା ସେମାନେ କୋଭିଡ୍‌-୧୯ ଜନିତ ଆହ୍ୱାନର ସମ୍ମୁଖୀନ ହୋଇପାରିବେ ଓ ତାଙ୍କର ବ୍ୟବସାୟର ମଧ୍ୟ ବୃଦ୍ଧି କରିପାରିବେ । ସମ୍ବନ୍ଧମରେ ଅଂଶଗ୍ରହଣ କରିବା ପାଇଁ, https://register.ajiosambandam.com/  ରେ ଲଗଇନ୍ କରି ଇଭେଂଟ ପାଇଁ ରେଜିଷ୍ଟର କରିବାକୁ ହେବ । ରେଜିଷ୍ଟ୍ରେସନ ପରେ, ରିଟେଲରମାନେ ଟପ୍ ବ୍ରାଣ୍ଡରୁ ଆକର୍ଷଣୀୟ ଅଫର ପାଇପାରିବେ ଓ ଏହା ସହିତ ସେମାନେ ରିୱାର୍ଡ଼ ପଏଂଟ ମଧ୍ୟ ଅର୍ଜନ କରିପାରିବେ ।


Share It

Comments are closed.