ଆରପାରିରେ ଅଜୟଙ୍କ ପିତା ‘ଭିରୁ ଡେବଗନ’


ଅଜୟ ଡେବଗନଙ୍କ ପିତା ତଥା ବଲିଉଡର ଲୋକପ୍ରିୟ ଆକ୍ସନ ନିର୍ଦ୍ଦେଶକ ‘ଭିରୁ ଡେବଗନ’ଙ୍କ ଆଜି ନିଧନ ଘଟିଛି । ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବାବେଳେ ଆଜି ସନ୍ଧ୍ୟା ୬ ଟା ବେଳେ ତାଙ୍କ ଅନ୍ତିମ ସଂସ୍କାର କରାଯିବାର ବ୍ୟବସ୍ଥା ରହିଛି । ଭିରୁଙ୍କ ନିଧନ ପରେ ବର୍ତ୍ତମାନ ସାରା ବଲିଉଡରେ ଶୋକା କୂଳ ପରିବେଶ ଖେଳିଯାଇଛି । ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅଜୟଙ୍କ ଘରକୁ ସଞ୍ଜୟ ଦତ୍ତ, ଶାହାରୁଖ, ସନି ଦେଓଲଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ହସ୍ତିଙ୍କ ସୁଅ ଛୁଟିଲାଣି
ମିଳିଥିବା ସୂଚନା ମୁତବାକ, ଦୀର୍ଘ ସମୟ ହେବ ଅସୁସ୍ଥ ଥିବାକାରଣରୁ ତାଙ୍କୁ ମୁମ୍ବାଇର ସାନ୍ତାକ୍ରୁଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରଖାଯାଇଥିଲା । ପ୍ରକାଶ ଥାଉକି ଭିରୁ ବଲିଉଡର ଜଣେ ଲୋକପ୍ରିୟ ଆକ୍ସନ ନିର୍ଦ୍ଦେଶକ ଅଟନ୍ତି ।


Share It

Comments are closed.