ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍‌ର ନୂଆ ଅଲ୍‌-ଇନ୍‌-ୱାନ୍ ପ୍ଲାନ୍‌ର ଶୁୂଭାରମ୍ଭ


ଭୁବନେଶ୍ୱର: ଭାରତର ପ୍ରିମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା, ଏୟାରଟେଲ ପକ୍ଷରୁ କନେକ୍ଟେଡ୍ ହୋମ୍‌ଗୁଡିକର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମିତ ୩ଟି ନୂଆ ଅଲ୍ ଇନ୍ ୱାନ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ପ୍ଲାନ୍‌ଗୁଡିକ ସମଗ୍ର ପରିବାରର ବିକଶିତ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବା ଦୃଷ୍ଟିରୁ ପ୍ରଥମ ଧରଣର ଯୋଜନା ଅଟେ ଏବଂ ଏହା ଅନେକ ସୁବିଧାଗୁଡିକ ସହ ଆସୁଛି । ୧୭ଟି ପ୍ରିମିୟମ ଓଟିଟି ପାଇଁ ସବ୍‌ସ୍କ୍ରିପ୍‌ଶନ ଅନ୍‌ଲିମିଟେଡ୍ ଡାଟା ସହ ଆସୁଛି । ଏଥିରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି+ହଟ୍‌ଷ୍ଟାର ଓ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ (ସୋନିଲାଇଭ୍‌, ଲାୟନ୍‌ସଗେଟ୍‌, ହୋଇଚୋଇ ଓ ଅନ୍ୟ ୧୧ଟି ଓଟିଟି) ଆଦି ସାମିଲ ରହିଛି । ୩୫୦+ ଟିଭି ଚ୍ୟାନେଲଗୁଡିକୁ ଲିନିୟର ଟିଭିର ସର୍ବୋତମତାକୁ କଭର କରୁଛନ୍ତି । ଏୟାରଟେଲ୍ ୪କେ ଏକ୍ସଟ୍ରିମ୍ ଟିଭି ବକ୍ସ ଆପଣଙ୍କୁ ଏକ ସିଙ୍ଗଲ ଡିଭାଇସ୍ ଓ ସିଙ୍ଗଲ୍ ରିମୋଟ୍‌ରେ ଓଟିଟି ଓ ଲିନିୟର ଟିଭି କଂଟେଂଟ୍ ଉପଭୋଗ କରିବାକୁ ଅନୁମତି ଦେଉଛି । ଏହାର ପ୍ରଥମ ମାସ ଦେୟମୁକ୍ତ ହୋଇଥିବାବେଳେ ଏଥିପାଇଁ କୌଣସି ଇନଷ୍ଟଲେସନ ମୂଲ୍ୟ ଦେବାକୁ ପଡ଼ିନଥାଏ ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ହୋମ୍‌ସ ବିଭାଗର ସିଇଓ ବୀର ଇନ୍ଦର ନାଥ କହିଛନ୍ତି, ଆମର ନୂଆ ପ୍ଲାନ୍‌ଗୁଡିକୁ ଭାରତର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମାଣ କରାଯାଇଛି । ଏହି ବଣ୍ଡଲ ଅଫର୍‌ଗୁଡିକ ମାଧ୍ୟମରେ ଆମେ ଆମର ବୁଦ୍ଧିମାନ ଗ୍ରାହକଙ୍କୁ ଉନ୍ନତ ମୂଲ୍ୟ, ସୁବିଧା ପ୍ରଦାନ କରିବାକୁ ଏବଂ ଏକ ବହୁମୂଖୀ ଡିଜିଟାଲ ଅଭିଜ୍ଞତାକୁ ଅନ୍‌ଲକ୍ କରିବାକୁ ଯୋଜନା ରଖିଛୁ ।’


Share It

Comments are closed.