ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ପକ୍ଷରୁ ଫାଇବର୍ ଏଫ୍‌ଟିଟିଏଚ୍ ବ୍ରଡବ୍ୟାଣ୍ଡ ସର୍ଭିସର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଏହାର ଫାଇବର୍‌-ଟୁ-ଦ-ହୋମ୍ (ଏଫ୍‌ଟିଟିଏଚ୍‌) ବ୍ରଡ୍‌ବ୍ୟାଣ୍ଡ ସର୍ଭିସ୍‌- ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଫାଇବର୍‌କୁ ଲଦାଖ ଏବଂ ଆଣ୍ଡାମାନ୍ ଓ ନିକୋବରରେ ଲଂଚ୍ କରାଯାଇଛି । ଏହାସହିତ ଏୟାରଟେଲ୍ ଏଭଳି ସୁଦୂର ଭୌଗୋଳିକ ଅବସ୍ଥାନରେ ଏଫ୍‌ଟିଟିଏଚ୍ ବ୍ରଡ୍‌ବ୍ୟାଣ୍ଡର ଶୁଭାରମ୍ଭ କରିଥିବା ଏବଂ ଗ୍ରାହକଙ୍କୁ ଡାଟା ସୁପର୍‌ହାଇୱେ ସହ କନେକ୍ଟ କରି ସେମାନଙ୍କ ପାଇଁ ବିଶ୍ୱସ୍ତରୀୟ ଡିଜିଟାଲ ପହଂଚ ଆଣିଥିବା ପ୍ରଥମ ଘରୋଇ ଆଇଏସ୍‌ପିରେ ପରିଣତ ହୋଇଛି ।
ଏହି ଅବସରରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗର ସଚିବ ଶ୍ରୀ କେ. ରାଜାରମଣ କହିଛନ୍ତି, ‘ ଆମେ ଏୟାରଟେଲ୍‌କୁ ଲଦ୍ଦାଖ ଏବଂ ଆଣ୍ଡାମାନ୍ ଓ ନିକୋବରରେ ଏହାର ଏଫ୍‌ଟିଟିଏଚ୍ ସେବାର ଉନ୍ମୋଚନ ପାଇଁ ଶୁଭେଚ୍ଛା ଜଣାଉଛୁ । ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟର ଅଂଶ ଭାବେ ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇ ଓ ପୋର୍ଟ ବ୍ଲେୟାର ମଧ୍ୟରେ ସମୁଦ୍ର ତଳେ କେବୁଲ ଲିଙ୍କ୍‌ର କମିଶନିଙ୍ଗ୍‌, ଏହି ଅଂଚଳକୁ ହାଇସ୍ପିଡ୍ ଡାଟା କନେକ୍ଟିଭିଟି ଆଣିଥିଲା । ଏହି ଅଂଚଳର ନାଗରିକଙ୍କ ପାଇଁ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଆଣିବା ଲାଗି ଏୟାରଟେଲ୍ ଭଳି ଘରୋଇ ଅପରେଟର୍‌ମାନଙ୍କର ପଦକ୍ଷେପକୁ ଦେଖିବା ପ୍ରେରଣାଦାୟକ ଅଟେ ।’
ଭାରତୀ ଏୟାରଟେଲ୍‌ର ବ୍ରଡ୍‌ବ୍ୟାଣ୍ଡ ବିଜ୍‌ନେସ୍‌ର ସିଇଓ ବୀର ଇନ୍ଦର୍ ନାଥ୍ କହିଛନ୍ତି, ‘ଆମେ ଏହି ଅଂଚଳଗୁଡିକରେ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍‌ଫାଇବର୍‌ର ଉଚ୍ଚମାନର ବ୍ରଡ୍‌ବ୍ୟାଣ୍ଡ ଅନୁଭୂତି ଆଣି ଖୁସି ଅନୁଭବ କରୁଛୁ । ଏୟାରଟେଲ୍ ଗ୍ରାହକଙ୍କ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଦ୍ରୁତ ବେଗରେ ନିବେଶ କରୁଛି ଏବଂ ଆସନ୍ତା ୩ ବର୍ଷରେ ଦେଶବ୍ୟାପୀ ୨୦୦୦ ଟାଉନ୍‌ରେ ଏହାର ଏଫ୍‌ଟିଟିଏଚ୍ ପହଂଚକୁ ବିସ୍ତାର କରିବା ଓ ଡିଜିଟାଲି କନେକ୍ଟେଡ୍ ଇଣ୍ଡିଆରେ ଯୋଗଦାନ ଦେବା ପାଇଁ ଯୋଜନା ରଖିଛି ।’
ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଫାଇବର୍‌ର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ବର୍ତମାନ ଲଦ୍ଦାଖର ଲେହ ଏବଂ ଆଣ୍ଡାମାନ ଓ ନିକୋବର୍ ଦ୍ୱୀପପୁଞ୍ଜରେ ପୋର୍ଟ ବ୍ଲେୟାର୍‌ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । କମ୍ପାନୀ ଆସନ୍ତା କିଛି ମାସରେ ଏହି ଅଂଚଳର ଅନ୍ୟ ପ୍ରମୁଖ ସ୍ଥାନଗୁଡିକରେ ସେବା ବିସ୍ତାର କରିବାକୁ ଯୋଜନା ରଖିଛି । ଏହାର ନେକ୍ସଟ୍‌-ଜେନ୍ ୱାଇଫାଇ ରାଉଟର୍‌ଗୁଡିକ ସିମେଟ୍ରିକାଲ ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍ ପ୍ରଦାନ କରୁଛନ୍ତି ଏବଂ ଏହା ଏକାସଙ୍ଗେ ୬୦ଟି ପର୍ଯ୍ୟନ୍ତ ଡିଭାଇସ୍ ସହ କନେକ୍ଟ ହୋଇପାରିଥାଏ । ଏହା ଏୟାରଟେଲ୍‌ର ସୁପେରିୟର ୨୪ଞ୍ଚ୭ କଷ୍ଟମର ସପୋର୍ଟ ଓ ପ୍ରମାଣିତ ନେଟ୍‌ୱର୍କ ନିର୍ଭରଯୋଗ୍ୟତା ଦ୍ୱାରା ସମର୍ଥିତ । ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଫାଇବର୍‌ର ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୪.୮ ମିଲିୟନ ଗ୍ରାହକ ରହିଛନ୍ତି ।

 


Share It

Comments are closed.