ଗ୍ରାହକଙ୍କ ପାଇଁ ନିଜର ପ୍ରିପେଡ ପ୍ଲାନକୁ ଅପଗ୍ରେଡ କରିଛି ଏୟାରଟେଲ


ଭୁବନେଶ୍ୱର: ଭାରତର ପ୍ରମୁଖ ଯୋଗାଯୋଗ ସମାଧାନ ପ୍ରଦାନକାରୀ, ଏୟାରଟେଲ ପକ୍ଷରୁ ଏୟାର ପ୍ରିପେଡ ପ୍ଲାନରେ ପରିବର୍ତନ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ନିଜର ୪୯ଟଙ୍କାର ପ୍ରାରମ୍ଭିକ ପ୍ରିପେଡ ରିଚାର୍ଜକୁ ବନ୍ଦ କରିଦେଇଛି । ବର୍ତମାନ କମ୍ପାନୀର ନୂଆ ପ୍ରିପେଡ ପ୍ୟାକ ୭୯ଟଙ୍କାର ସ୍ମାର୍ଟ ରିଚାର୍ଜରୁ ଆରମ୍ଭ ହେଉଛି ଏବଂ ଗ୍ରାହକଙ୍କୁ ୪ଗୁଣ ଅଧିକ ଆଉଟ୍‌ଗୋଇଙ୍ଗ ମିନିଟ ସହିତ ଦୁଇଗୁଣ ଡାଟା ଫାଇଦା ପ୍ରଦାନ କରୁଛି । ଏହି ନୂଆ ପ୍ଲାନରେ ଗ୍ରାହକମାନେ ୨୮ ଦିନର ବୈଧତା ସହିତ ୨୦୦ଏମବି ଡାଟା ଓ ୬୪ଟଙ୍କାର ଟକ୍‌ଟାଇମ୍ ପାଇବେ । ଏହି ପରିବର୍ତନ ଉନ୍ନତମାନର କନେକ୍ଟିଭିଟି ଯୋଗାଇଦେବା ଉପରେ କମ୍ପାନିର ଲକ୍ଷ ସହିତ ସମକକ୍ଷ । ଏୟାରଟେଲ ଗ୍ରାହକମାନେ ବର୍ତମାନ ପ୍ରାରମ୍ଭିକ ରିଚାର୍ଜ ସହିତ ସେମାନଙ୍କ ଅକାଉଂଟ ବାଲାନ୍ସର ଚିନ୍ତା ବିନା ଦୀର୍ଘ ସମୟ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିପାରିବେ । ଏହି ସୁବିଧା ୨୯ ଜୁଲାଇ ୨୦୨୧ ଠାରୁ ଲାଗୁ ହୋଇଯାଉଛି ।


Share It

Comments are closed.