ଚଳିତ ଅଗଷ୍ଟରୁ ଏୟାରଟେଲ୍ ପକ୍ଷରୁ ୫ଜି ମୁତୟନ ଆରମ୍ଭ


ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚଳିତ ଅଗଷ୍ଟରୁ ଏହା ୫ଜି ନିୟୋଜନ ଆରମ୍ଭ କରିବା ପାଇଁ ଏରିକ୍‌ସନ, ନୋକିଆ ଓ ସାମ୍‌ସଙ୍ଗ ସହିତ ୫ଜି ନେଟ୍‌ୱର୍କ ଚୁକ୍ତି ସ୍ୱାକ୍ଷର କରିଛି । କନେକ୍ଟିଭିଟି ଓ ସର୍ବଭାରତୀୟ ସ୍ତରରେ ପରିଚାଳିତ ସେବାଗୁଡିକ ପାଇଁ ଏୟାରଟେଲ୍‌ର ଏରିକ୍‌ସନ ଓ ନୋକିଆ ସହିତ ଦୀର୍ଘ ଦିନ ଧରି ସମ୍ପର୍କ ରହିଆସିଥିବା ବେଳେ ସାମ୍‌ସଙ୍ଗ ସହିତ ସହଭାଗିତା ଚଳିତ ବର୍ଷରୁ ଆରମ୍ଭ ହେବ । ଭାରତୀୟ ଦୂରସଂଚାର ବିଭାଗ ଦ୍ୱାରା ପରିଚାଳିତ ସ୍ପେକ୍ଟ୍ରମ ନିଲାମ୍ ପରେ ପରେ ୫ଜି ସହଭାଗିତା ହୋଇଛି, ଯେଉଁଠାରେ ଏୟାରଟେଲ୍ ନିଲାମରେ ଭାଗ ନେବା ସହିତ ୯୦୦ ମେଗାହର୍ତ୍ସ, ୧୮୦୦ ମେଗାହର୍ତ୍ସ ୍‌, ୨୧୦୦ ମେଗାହର୍ତ୍ସ ୍‌, ୩୩୦୦ ଏମ୍‌ଏଚ୍‌ଜେଡ୍ ଓ ୨୬ ଜିଗାହର୍ତ୍ସ ଫ୍ରିକ୍ୱେନ୍ସିରେ ୧୯୮୬୭.୮ ମେଗାହର୍ତ୍ସ ୍ ସ୍ପେକ୍ଟ୍ରମ ଅଧିଗ୍ରହଣ କରିଛି ।

ଏହି ଚୁକ୍ତି ସମ୍ପର୍କରେ ଏୟାରଟେଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଗୋପାଳ ଭିଟ୍ଟଲ କହିଛନ୍ତି, “ ଆମେ ଏହା ଘୋଷଣା କରି ଖୁସି ଅନୁଭବ କରୁଛୁ ଯେ, ଏୟାରଟେଲ୍ ଅଗଷ୍ଟରେ ୫ଜି ସେବାର ଶୁଭାରମ୍ଭ କରିବ । ଆମର ନେଟ୍‌ୱର୍କ ଚୁକ୍ତିଗୁଡିକ ଚୂଡାନ୍ତ ହୋଇସାରିଛି ଏବଂ ଏୟାରଟେଲ୍ ଆମର ଉପଭୋକ୍ତାଙ୍କୁ ୫ଜି କନେକ୍ଟିଭିଟିର ସମ୍ପୂର୍ଣ୍ଣ ଲାଭ ପ୍ରଦାନ କରିବା ପାଇଁ ବିଶ୍ୱବ୍ୟାପୀ ସର୍ବୋତମ ଟେକ୍ନୋଲୋଜି ପାର୍ଟନର୍‌ଙ୍କ ସହିତ କାର୍ଯ୍ୟ କରିବ । ଏକ ଡିଜିଟାଲ ଅର୍ଥନୀତିକୁ ଭାରତର ରୂପାନ୍ତରଣ ଟେଲିକମ୍ ଦ୍ୱାରା ଆଗକୁ ବଢିଛି ଏବଂ ୫ଜି ଭାରତର ଶିଳ୍ପ, ଉଦ୍ୟୋଗ ଓ ସାମାଜିକ-ଅର୍ଥନୈତିକ ବିକାଶର ଡିଜିଟାଲ ରୂପାନ୍ତରଣକୁ ପରିଚାଳନା କରିବା ପାଇଁ ଏକ ଉନ୍ନତ ସୁଯୋଗ ପ୍ରଦାନ କରୁଛି ।’

ଏହି ଚୁକ୍ତି ଉପରେ ଏରିକ୍‌ସନର ସିଇଓ ଓ ଅଧ୍ୟକ୍ଷ ବୋର୍‌ଜେ ଏକ୍‌ହଲ୍‌ମ କହିଛନ୍ତି, “ ଆମେ ଭାରତୀ ଏୟାରଟେଲ୍‌କୁ ଭାରତରେ ଏହାର ୫ଜି ସେବାର ଶୁଭାରମ୍ଭ ସହିତ ସହଯୋଗ କରିବା ପାଇଁ ଅପେକ୍ଷା କରିଛୁ । ୫ଜି ଭାରତକୁ ଏହାର ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟକୁ ଅନୁଭବ କରିବା ଏବଂ ଦେଶର ସମାବେଶୀ ବିକାଶକୁ ହାସଲ କରିବା ପାଇଁ ସକ୍ଷମ କରିବ ।” ସେହିଭଳି ଏହି ସହଭାଗିତା ସମ୍ପର୍କରେ ନୋକିଆର ଅଧ୍ୟକ୍ଷ ଓ ସିଇଓ ପେକା ଲୁଣ୍ଡ୍‌ମାର୍କ କହିଛନ୍ତି, ‘ଏହି ଉଲ୍ଲେଖନୀୟ ଚୁକ୍ତି ଭାରତୀ ଏୟାରଟେଲ୍ ସହ ଆମର ଦୀର୍ଘ ଦିନର ସହଭାଗିତାକୁ ଆହୁରି ମଜଭୁତ କରିଛି । ଆମେ ଆନନ୍ଦିତ ଯେ, ବିଶ୍ୱର ଅନ୍ୟତମ ସର୍ବବୃହତ୍ ନେଟ୍‌ୱର୍କରେ ଉତ୍କୃଷ୍ଟମାନର ୫ଜି ପ୍ରଦର୍ଶନ ପ୍ରଦାନ କରିବା ପାଇଁ ସେମାନେ ନୋକିଆର ବେଷ୍ଟ୍‌-ଇନ୍‌-କ୍ଲାସ୍ ଏୟାରସ୍କେଲ୍ ବେସ୍‌ବ୍ୟାଣ୍ଡ ଓ ରେଡିଓ ପୋର୍ଟଫୋଲିଓକୁ ଚୟନ କରିଛନ୍ତି ।’

ଏୟାରଟେଲ୍ ହାସଟ୍ୟାଗ ଏୟାରଟେଲ୍ ୫ଜିର ଶୁଭାରମ୍ଭ କରିବା ପାଇଁ ଏକ ନେଟ୍‌ୱର୍କ ପାର୍ଟନର ଭାବେ ସାଉଥ୍ କୋରିଆନ୍ ମେଜର୍ ସାମ୍‌ସଙ୍ଗ ସହ ମଧ୍ୟ ହାତ ମିଳାଇଛି । ପ୍ରଥମ ଥର ପାଇଁ ଉଭୟ କମ୍ପାନୀ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ସହଭାଗିତା ସମ୍ପର୍କରେ ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସରେ ନେଟ୍‌ୱର୍କସ ବିଜ୍‌ନେସ୍‌ର ମୁଖ୍ୟ ଓ ଅଧ୍ୟକ୍ଷ ପଲ୍ (କ୍ୟୁଙ୍ଗ୍‌ହୁନ୍‌) ଚେଉନ୍ କହିଛନ୍ତି, “୫ଜି କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର୍ ଭାବେ ସାମ୍‌ସଙ୍ଗ ଅଭିନବ ସମାଧାନ ପ୍ରଦାନ କରିବା ପାଇଁ ଏୟାରଟେଲ୍ ସହିତ ଏହି ୫ଜି ଯାତ୍ରା ଆରମ୍ଭ କରିବା ଲାଗି ଉତ୍ସାହିତ ରହିଛି ଯାହା ଭାରତର ଔଦ୍ୟୋଗିକ ଉତ୍ସାହକୁ ଆଗକୁ ବଢାଇବା ଓ ଦେଶ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାରେ ସାହାଯ୍ୟ କରିବ ।”


Share It

Comments are closed.