ଏୟାରଟେଲ କ୍ରିକେଟ ବୋନାଞ୍ଜାର ଶୁଭାରମ୍ଭ


ଭୁୁବନେଶ୍ୱର: ଭାରତୀ ଏୟାରଟେଲ ପକ୍ଷରୁ ଏନଡିଟିଭିର ସହବନ୍ଧିତାରେ ଏୟାରଟେଲ କ୍ରିକେଟ ବୋନାଞ୍ଜାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ ଥ୍ୟାଙ୍କସ ଆପରେ ସମସ୍ତ ଏୟାରଟେଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଥିବା ଏହି କ୍ରିକେଟ ବୋନାଞ୍ଜାରେ ଇଂଟରାକ୍ଟିଭ ଏବଂ ମୁଗ୍ଧଗର କ୍ରିକେଟ ଗେମ୍ସ ଓ କୁଇଜ ପ୍ରତିଯୋଗିତାର ଏକ କଲେକ୍ସନ ରହିଛି । ଏଥିରେ ଅତିରିକ୍ତ ଭାବେ ପ୍ରତିଯୋଗୀମାନେ ସାମସଙ୍ଗ ସ୍ମାର୍ଟଫୋନ, ସୋନି ବ୍ଲୁ ଟୁଥ୍ ସ୍ପିକର ଏବଂ ଆମାଜନ ସପିଙ୍ଗ ଭାଉଚର ଆଦି ଭଳି ଦୈନିକ ଏବଂ ସାପ୍ତାହିକ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ମଧ୍ୟ ପାଇପାରିବେ । ବ୍ୟବହାରକାରୀମାନେ ସେମାନଙ୍କ ପ୍ରତିଯୋଗୀତା ଆଧାରରରେ ପଏଂଟ ସଂଗ୍ରହ ମଧ୍ୟ କରିପାରିବେ ଏବଂ ପ୍ରତିଯୋଗୀତାର ଶେଷରେ ଜଣେ ଲକି ବିଜେତା ନିଜ ଘରକୁ ଏକ ରୟାଲ ଏନଫିଲ୍ଡ ୩୫୦ ମୋଟରବାଇକ ନେବାର ସୁଯୋଗ ପାଇପାରିବେ ।
ଏୟାରଟେଲ ଥ୍ୟାଙ୍କସ ଗ୍ରହକମାନେ କ୍ରିକେଟର ସମସ୍ତ କାର୍ଯ୍ୟକଳାପ ସଂପର୍କରେ ଅପଟୁଡେଟ ରହିବା ପାଇଁ ଏନଡିଟିଭି ଜରିଆରେ କ୍ରିକେଟ ନ୍ୟୁଜ, ମ୍ୟାଚ ସୂଚୀ ଏବଂ ସୂଚନା ଏବଂ ସ୍କୋର ଆଲର୍ଟ ଆଦି ପାଇପାରିବେ । ଏୟାରଟେଲ କ୍ରିକେଟ ବୋନାଞ୍ଜା ଏୟାରଟେଲ ଥ୍ୟାଙ୍କସ ଆପରେ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଏନଡିଟିଭି ଜରିଆରେ ଆମର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ରିକେଟ ଅଭିଜ୍ଞତା ନେଇଆଣି ଆମେ ବେଶ ଉତ୍ସାହିତ ।” ସେହିଭଳି ଏନଡିଟିଭିର ଚିଫ ଷ୍ଟ୍ରାଟଜି ଅଫିସର ଶ୍ରୀ ଅର୍ଜିତ ଚାଟର୍ଜୀ କହିଛନ୍ତି ଯେ, “ଏୟାରଟେଲ ସହିତ ଏହି ଅଭିଯାନରେ ସାମିଲ ହୋଇ ଆମେ ବେଶ ଆନନ୍ଦିତ । ଏହା ମାଧ୍ୟମରେ ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ ଉନ୍ନତମାନର କଂଟେଟ ସହିତ ଏକ ଗେମିଙ୍ଗ ଡେଷ୍ଟିନେସନ ପ୍ରଦାନ କରିବାକୁ ଆମେ ପ୍ରୟାସ କରିଛୁ ।”


Share It

Comments are closed.