ଏୟାରଟେଲ୍ ପକ୍ଷରୁ ୫ଜି ରେ ନିମଜ୍ଜିତ ଉନ୍ନତ ଭିଡିଓ ଟେକ୍ନୋଲୋଜି


ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାନକାରୀ, ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ୫ଜିର ହାଇ-ସ୍ପିଡ୍‌, ଲୋ ଲାଟେନ୍ସି କ୍ଷମତାଗୁଡିକୁ ପ୍ରଦର୍ଶିତ କରିଛି । ନିଜର ହାଇସ୍ପିଡ୍ ୫ଜି ଟେଷ୍ଟ୍ ନେଟ୍‌ୱର୍କରେ ଅତ୍ୟାଧୁନିକ ଇମର୍ସିଭ୍ ଭିଡିଓ ଟେକ୍ନୋଲୋଜିଗୁଡିକର ବ୍ୟବହାର କରି ଏୟାରଟେଲ୍ ୧୯୮୩ କ୍ରିକେଟ୍ ବିଶ୍ୱକପ୍ ସମୟରେ ଜିମ୍ବାୱେ ବିରୋଧରେ କପିଲ୍ ଦେବ୍‌ଙ୍କ ଲୋକପ୍ରିୟ ୧୭୫ ରନ୍‌ର ନଟ୍‌ଆଉଟ୍ ଇନିଂସ୍‌ର ଇନ୍‌-ଷ୍ଟାଡିଆ ଅନୁଭୂତିକୁ ରିକ୍ରିଏଟ୍ କରିଛି । ୪କେ ମୋଡ୍‌ରେ ଏକ ସ୍ୱତନ୍ତ୍ର ୧୭୫ ରିପ୍ଲେଡ୍ ଭିଡିଓ ଉକ୍ତ ମ୍ୟାଚ୍‌ରୁ ପ୍ରମୁଖ ମୁହୂର୍ତଗୁଡିକୁ ଜୀବନ୍ତ କରିଛି, ଟିଭି ଟେକ୍ନିସିଆନ୍‌ଙ୍କ ଦ୍ୱାରା ଆନ୍ଦୋଳନ କାରଣରୁ ଯାହାର କୌଣସି ଭିଡିଓ ଫୁଟେଜ୍ ନଥିଲା ।
୧ ଜିବିପିଏସ୍‌ରୁ ଅଧିକ ବେଗ ଓ ୨୦ଏମ୍‌ଏସ୍ ତଳେ ଲାଟେନ୍ସି ସହିତ, ୫୦ରୁ ଅଧିକ କନ୍‌କରେଂଟ୍ ୟୁଜର୍ ୫ଜି ସ୍ମାର୍ଟଫୋନ୍‌ରେ ମଲ୍ଟିପୁଲ କ୍ୟାମେରା ଆଙ୍ଗେଲ୍ ପାଇଁ ରିଅଲ୍‌-ଟାଇମ୍ ଆକ୍‌ସେସ୍‌, ୩୬୦ଡିଗ୍ରୀ ଇନ୍‌-ଷ୍ଟାଡିଆ ଭ୍ୟୁ, ସଟ୍ ଆନାଲିସିସ୍ ଓ ଷ୍ଟାଟ୍‌ସ ସହିତ ମ୍ୟାଚ୍‌ର ଏକ ଉଚ୍ଚ ପର୍ସନାଲାଇଜ୍‌ଡ ୪କେ ଭିଡିଓ ଅନୁଭୂତି ଉପଭୋଗ କରିଥିଲେ । ଏହି ସେଶନକୁ କପିଲ୍ ଦେବ୍‌ଙ୍କ ସହିତ ଭାରତର ପ୍ରଥମ ୫ଜି ଚାଳିତ ହୋଲୋଗ୍ରାମ ଇଂଟରାକ୍ସନ ସହ ଆହୁରି ଅଧିକ ଉତ୍ସାହଜନକ କରାଯାଇଥିଲା । ଏହି ମହାନ କ୍ରିକେଟର୍‌ଙ୍କ ଏୟାରଟେଲ୍ ୫ଜି ପରିଚାଳିତ ଭର୍ଚୁଆଲ ଅବତାର ପ୍ରଂଶସକଙ୍କ ସହିତ ବାସ୍ତବ ସମୟରେ ଯୋଗାଯୋଗ କରିବା ଏବଂ ତାଙ୍କ ଇନିଂସ୍‌ର ପ୍ରମୁଖ ମୁହୂର୍ତଗୁଡିକୁ ସେମାନଙ୍କୁ ଅନୁଭବ କରାଇବା ପାଇଁ ଷ୍ଟେଜ୍‌ରେ ଉପସ୍ଥିତ ହୋଇଥିଲା ।
ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ସିଟିଓ ରନ୍ଦୀପ ସେଖୋନ୍ କହିଛନ୍ତି, ୫ଜିର ଗିଗାବାଇଟ୍ ସ୍ପିଡ୍ ଓ ମିଲିସେକେଣ୍ଡ ଲାଟେନ୍ସି ଆମେ ଯେଉଁଭଳି ଭାବେ ମନୋରଞ୍ଜନକୁ ଉପଯୋଗ କରୁଛୁ ତାହାକୁ ବଦଳାଇଦେବ । ଆଜିର ପ୍ରଦର୍ଶନ ସହିତ , ଆମେ କେବଳ ୫ଜିର ଅସୀମ ସମ୍ଭାବନା ଏବଂ ଡିଜିଟାଲ ଦୁନିଆରେ ପର୍ସନାଲାଇଜ୍‌ଡ ନିମଜ୍ଜିତ ଅନୁଭୂତିଗୁଡିକର ଚଟ୍ଟାଣକୁ ସ୍କ୍ରାଚ୍ କରିଛୁ । ୫ଜି ଆଧାରିତ ହୋଲୋଗ୍ରାମ୍‌ଗୁଡିକ ସହିତ ଆମେ ଭର୍ଚୁଆଲ ଅବତାରଗୁଡିକୁ ଯେକୌଣସି ସ୍ଥାନକୁ ପରିବହନ କରିବାକୁ ସକ୍ଷମ ହେବୁ ଏବଂ ଏହା ବୈଠକ ଓ କନ୍‌ଫରେନ୍ସ, ଲାଇଭ୍ ନ୍ୟୁଜ୍ ପାଇଁ ଏକ ଗେମ୍‌ଚେଞ୍ଜର ହେବ ଏବଂ ଏଥିରେ ଅନେକ ଅନ୍ୟାନ୍ୟ ୟୁଜ୍ କେସ୍ ରହିବ । ଏୟାରଟେଲ୍ ଏହି ବିକଶିତ ଡିଜିଟାଲ ଦୁନିଆରେ ୫ଜି ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଏବଂ ଭାରତ ପାଇଁ ଅଭିନବ ୟୁଜ୍ କେସ୍‌ଗୁଡିକର ଏକ ମଜଭୁତ ପାଇପ୍‌ଲାଇନ୍ ନିର୍ମାଣ କରୁଛି । ଆମେ ମଧ୍ୟ ଭାରତର ଟେଲିକମ୍ ବିଭାଗକୁ ଆମକୁ ଟ୍ରାଏଲ୍ ସ୍ପେକ୍ଟ୍ରମ ପ୍ରଦାନ କରିବା, ଆମର ଟେକ୍ନୋଲୋଜି ଓ ୟୁଜ୍ କେସ୍‌ଗୁଡିକୁ ବୈଧ କରିବା ପାଇଁ ଧନ୍ୟବାଦ ଜଣାଉଛୁ ।”
ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରି କପିଲ ଦେବ୍ କହିଥିଲେ, “ ମୁଁ ୫ଜି ଟେକ୍ନୋଲୋଜିର ଶକ୍ତି ଏବଂ ମୋର ଡିଜିଟାଲ ଅବତାରକୁ ମୋର ପ୍ରଶଂସକଙ୍କ ସହିତ ଯୋଗାଯୋଗ କରୁଥିବାର ଦେଖି ଖୁବ୍ ଆଶ୍ଚର୍ଯ୍ୟାନ୍ୱିତ ହୋଇଛି, ସତେ ଯେପରି ମୁଁ ସେଠାରେ ଉପସ୍ଥିତ ରହିଛି । ଏହି ଚମତ୍କାର ପ୍ରୟାସ ଏବଂ ମୋ କ୍ୟାରିୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌କୁ ଜୀବନ୍ତ କରିଥିବାରୁ ମୁଁ ଏୟାରଟେଲ୍‌କୁ ଧନ୍ୟବାଦ ଜଣାଉଛି ।”
ଏୟାରଟେଲ୍ ପକ୍ଷରୁ ମାନେସର (ଗୁରୁଗ୍ରାମ)ଠାରେ ଏହାର ନେଟ୍‌ୱର୍କ ଏକ୍ସପେରିଏନ୍ସ ସେଂଟର୍‌ରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଆବଂଟିତ ୩୫୦୦ ଏମ୍‌ଏଚ୍‌ଏଜେଡ୍ ବ୍ୟାଣ୍ଡ ଟେଷ୍ଟ୍ ସ୍ପେକ୍ଟ୍ରମ୍‌ରେ ଏନ୍‌ଏସ୍‌ଏ ଓ ଏସ୍‌ଏ ମୋଡ୍‌ରେ ଏରିକ୍ସନ ୫ଜି ରେଡିଓକୁ ବ୍ୟବହାର କରି ଏହି ପ୍ରଦର୍ଶନର ଆୟୋଜନ କରିଥିଲା ।
ଏୟାରଟେଲ ଭାରତରେ ୫ଜିର ବିସ୍ତାର କରୁଛି । ଚଳିତ ବର୍ଷ ଆରମ୍ଭରେ ଏୟାରଟେଲ ଏକ ଲାଇଭ୍ ୪ଜି ନେଟ୍‌ୱର୍କରେ ଭାରତର ପ୍ରଥମ ୫ଜି ଅଭିଜ୍ଞତାକୁ ପ୍ରଦର୍ଶିତ କରିଥିଲା । ଏହା ୫ଜିରେ ଭାରତର ପ୍ରଥମ ରୁରାଲ ୫ଜି ଟ୍ରାଏଲ୍ ଓ ପ୍ରଥମ କ୍ଲାଉଡ୍ ଗେମିଙ୍ଗ୍ ଅନୁଭୂତିକୁ ମଧ୍ୟ ପ୍ରଦର୍ଶିତ କରିଥିଲା । ୫ଜିଫର୍‌ବିଜ୍‌ନେସ୍‌ର ଅଂଶ ଭାବେ ଏୟାରଟେଲ୍ ୫ଜି ଆଧାରିତ ସଲ୍ୟୁଶନଗୁଡିକୁ ପରୀକ୍ଷଣ କରିବା ପାଇଁ ଅଗ୍ରଣୀ ଗ୍ଲୋବାଲ କନ୍‌ସଲ୍ଟିଙ୍ଗ୍ ଓ ଟୋକ୍ନୋଲୋଜି କମ୍ପାନୀଗୁଡିକ ସହ ହାତ ମିଳାଇଛି ।


Share It

Comments are closed.