ଏୟାରଟେଲ୍‌ର ମେଡ୍ ଇନ୍ ଇଣ୍ଡିଆ ଡିଟିଏଚ୍ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀ ଏୟାରଟେଲ୍ (“ଏୟାରଟେଲ୍‌”)ର ଡିଟିଏଚ୍ ଶାଖା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହା ଗ୍ରାହକଙ୍କ ପାଇଁ ମେଡ୍ ଇନ୍ ଇଣ୍ଡିଆ ହାଇ ଡେଫିନିଶନ ସେଟ୍ ଟପ୍ ବକ୍ସର ଶୁଭାରମ୍ଭ କରିଛି । ଏହି ସେଟ୍ ଟପ୍ ବକ୍ସଗୁଡିକୁ ଉତର ପ୍ରଦେଶର ନୋଏଡାଠାରେ ସ୍କାଏୱର୍ଥ ଇଲେକ୍‌ଟ୍ରୋନିକ୍ସ ଦ୍ୱାରା ଉତ୍ପାଦନ କରାଯାଉଛି । ଏୟାରଟେଲ୍ ୨୦୨୧ ଶେଷ ସୁଦ୍ଧା ହାଇ-ଏଣ୍ଡ୍ ଏୟାରଟେଲ୍ ଏକ୍ସଟ୍ରିମ୍ ୪କେ ଆଣ୍ଡ୍ରଏଡ୍ ଟିଭି ବକ୍ସ ସମେତ ମେଡ୍ ଇନ୍ ଇଣ୍ଡିଆ ସେଟ୍ ଟପ୍ ବକ୍ସକୁ ସମ୍ପୂର୍ଣ୍ଣ ରୂପାନ୍ତର ହେବାକୁ ଏବଂ ସ୍ଥାନୀୟ ଉତ୍ପାଦନରେ ଓ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟରେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛି ।
ଏସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଡିଟିଏଚ୍ ବିଭାଗର ସିଇଓ ସୁନୀଲ ତାଲ୍‌ଦାର କହିଛନ୍ତି, “ ଏହା ହେଉଛି ଏୟାରଟେଲ୍ ଡିଜିଟାଲ ଟିଭିର ବିକାଶ ଯାତ୍ରାରେ ଏକ ପ୍ରମୁଖ ମାଇଲ୍‌ଖୁଂଟ ଏବଂ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉତ୍ପାଦନ କ୍ଷମତାଗୁଡିକର ଏକ ପ୍ରତୀକ । କୋଭିଡ୍‌-୧୯ କାରଣରୁ ସୃଷ୍ଟି ହୋଇଥିବା ଯୋଗାଣ ଶୃଙ୍ଖଳା ବ୍ୟାଘାତ, ଆମର ଯୋଗାଣ ଶୃଙ୍ଖଳାକୁ ଅଧିକ ଭାରତ-ନିର୍ଭର କରିବା ପାଇଁ ଆମର ପ୍ରୟାସଗୁଡିକୁ ତ୍ୱରାନ୍ୱିତ କରିଥିଲା । ଭାରତର ପ୍ରତ୍ୟେକ କୋଣକୁ ଡିଜିଟାଲ ମନୋରଞ୍ଜନକୁ ନେବା ପାଇଁ ଆମର ପାର୍ଟନର୍‌ମାନେ ଡେଲିଭରି କରିଥିବା ଉଚ୍ଚ ସ୍ତରର ଉତ୍ପାଦ ଗୁଣବତାକୁ ନେଇ ଆମେ ଖୁବ୍ ଆନନ୍ଦିତ ।”
ଏୟାରଟେଲ୍ ଡିଜିଟାଲ ଟିଭିର ଜୁନ୍ ୨୦୨୧ ସୁଦ୍ଧା ୧୮ ମିଲିୟନ ଗ୍ରାହକ ରହିଥିଲେ । ଏହା ୮୬ଟି ଏଚ୍‌ଡି ଚ୍ୟାନେଲ, ୬୦ଟି ଏୟାରଟେଲ୍ ଇନ୍‌-ହାଉସ୍ ସର୍ଭିସ୍‌, ୬ଟି ଆନ୍ତର୍ଜାତୀୟ ଚ୍ୟାନେଲ ଓ ଏଡୁଟେକ୍ ସହ ୪ଟି ଇଂଟରାକ୍ଟିଭ୍ ସର୍ଭିସ୍ ସମେତ ୬୬୭ ଚ୍ୟାନେଲ, ଡଲ୍‌ବି ସରାଉଣ୍ଡ ସାଉଣ୍ଡ ସହିତ ଷ୍ଟାଣ୍ଡାର୍ଡ ଓ ହାଇ ଡେଫିନିଶନ (ଏଚ୍‌ଡି) ଟିଭି ସର୍ଭିସ୍ ପ୍ରଦାନ କରୁଛି । ଏୟାରଟେଲ୍ ଏକ୍ସଟ୍ରିମ୍ ଆଣ୍ଡ୍ରଏଡ୍ ୪କେ ଟିଭି ବକ୍ସ ଗୋଟିଏ ଡିଭାଇସ୍ ଓ ଗୋଟିଏ ରିମୋଟ୍‌ର ସୁବିଧା ସହିତ ଯେକୌଣସି ଟିଭି ସ୍କ୍ରିନ୍‌କୁ ଟିଭି ଓ ଓଟିଟି କଂଟେଂଟ୍‌ର ସର୍ବୋତମତାକୁ ଆଣୁଛି । ଏହା ହେଉଛି ଏୟାରଟେଲ୍ ଦ୍ୱାରା ଭାରତରେ ପ୍ରଥମ କରି ଶୁଭାରମ୍ଭ ହୋଇଥିବା ପ୍ରଥମ ଉତ୍ପାଦ ଯେଉଁଥିରେ ଏୟାରଟେଲ୍ ବ୍ଲାକ୍ ମଧ୍ୟ ସାମିଲ ରହିଛି, ଯାହାକି ହେଉଛି ଘରଗୁଡିକ ପାଇଁ ଭାରତର ପ୍ରଥମ ଅଲ୍‌-ଇନ୍‌-ୱାନ୍ ସଲ୍ୟୁଶନ । ଏହି ପ୍ରୋଗ୍ରାମ ଜଣେ ଗ୍ରାହକଙ୍କୁ ୨ କିମ୍ବା ତାହାଠାରୁ ଅଧିକ ଏୟାରଟେଲ୍ ସର୍ଭିସ୍ (ଫାଇବର, ଡିଟିଏଚ୍‌, ମୋବାଇଲ)କୁ ଗୋଟିଏ ପ୍ଲାନ୍‌ରେ ଏକତ୍ରିତ କରିଥାଏ । ଏୟାରଟେଲ୍ ବ୍ଲାକ୍ ଗ୍ରାହକଙ୍କୁ ଗୋଟିଏ ସିଙ୍ଗଲ୍ ବିଲ୍‌, ରିଲେଶନସିପ୍ ମ୍ୟାନେଜରଙ୍କ ଏକ ସମର୍ପିତ ଟିମ୍ ସହିତ ଗୋଟିଏ କଷ୍ଟମର୍ କେୟାର ନମ୍ବର ଏବଂ ତ୍ରୁଟି ଓ ସମସ୍ୟାଗୁଡିକର ପ୍ରାଥମିକତା ଭିତିରେ ସମାଧାନ ଆଦି ଅଧିକାର ପ୍ରଦାନ କରୁଛି ।


Share It

Comments are closed.