ଏୟାରଟେଲ ପକ୍ଷରୁ କୋଭିଡ ସହାୟତା ସେବାର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ ସେବା ପ୍ରଦାନକାରୀ, ଏୟାରଟେଲ ଏହାର ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର କରି ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର କୋଭିଡ ସହାୟତା ପଦକ୍ଷେପର ଶୁଭାରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ଥ୍ୟାଙ୍କସ୍ ଆପର ଏକ୍ସପ୍ଲୋର ସେକ୍ସନରେ କମ୍ପାନୀ ପକ୍ଷରୁ ସହଜରେ ଉପଲବ୍ଧ ହୋଇପାରୁଥିବା ଅନେକ କୋଭିଡ ସମର୍ଥିତ ଉତ୍ସ ଏବଂ ଏହା ସମ୍ବନ୍ଧିତ ସୂଚନା ଏକତ୍ରୀତ କରାଯାଇଛି । ଏହି ପଦକ୍ଷେପ ଅଧିନରେ ଥିବା କୋଭିଡ ଏସଓଏସ- ଔଷଧ, ଅକ୍ସିଜେନ, ପ୍ଳାଜମା ଦାତା, ଆମ୍ବୁଲାନ୍ସ, ହସ୍ପିଟାଲ ବେଡ(ରେଗ୍ୟୁଲର, ଅକ୍ସିଜେନ, ଆଇସିୟୁ), ଏବଂ ପରୀକ୍ଷା କେନ୍ଦ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଯୋଗାଣଗୁଡ଼ିକ ପାଇଁ ଯାଂଚହୋଇଥିବା ଏବଂ ସଦ୍ୟତମ ଯୋଗାଯୋଗଗୁଡ଼ିକୁ ଏକାଠି କରିଥାଏ । ମାତ୍ର କିଛି କ୍ଲିକରେ ଏହି ପ୍ଲାଟଫର୍ମ ଉପଭୋକ୍ତାଙ୍କୁ ଏହି ସେବା ପ୍ରଦାନକାରୀ / ଉତ୍ସଗୁଡ଼ିକ ସହିତ ଯୋଡ଼ିଥାଏ ଏବଂ ତଥ୍ୟ ଉପଲବ୍ଧ କରିବାରେ ଯେଭଳି ସେମାନଙ୍କର ମୂଲ୍ୟବାନ ସମୟ ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ରଖିଥାଏ । ଏହି ପ୍ଲାଟଫର୍ମ ଏୟାରଟେଲ ଆଇକ୍ୟୁ ଦ୍ୱାରା ଚାଳିତ । ସେହିଭଳି ଏୟାରଟେଲ ଥ୍ୟାଙ୍କସ ଗ୍ରାହକମାନେ ଏହି ଆପ ଜରିଆରେ ନିଜ ଏବଂ ସେମାନଙ୍କ ପ୍ରିୟଜନଙ୍କ ପାଇଁ କୋୱିନରେ ଟିକା ସ୍ଲଟ ପାଇଁ ବୁକିଙ୍କ ମଧ୍ୟ କରିପାରିବେ ।

ଏଥିପାଇଁ ଗ୍ରାହକଙ୍କୁ ଏୟାରଟେଲ ଥ୍ୟାଙ୍କସ୍ ଆପ୍‌ର ଲେଟଷ୍ଟ ଭର୍ସନ ଡାଉନଲୋଡ଼ କରିବାକୁ ପଡ଼ିବ । ଏହାପରେ ସେମାନଙ୍କୁ ଏକ୍ସପ୍ଲୋର ସେକ୍ସନକୁ ଯାଇ କୋଭିଡ ସପୋର୍ଟ ବ୍ୟାନର ଉପରେ କ୍ଲିକ କରିବାକୁ ହେବ, ଯାହାଦ୍ୱାରା ସେମାନେ ଗୁରୁତ୍ୱପୂର୍ଣ୍ଣ ଉତ୍ସଗୁଡ଼ିକୁ ପାଇପାରିବେ । ଏହାବ୍ୟତୀତ ଏକ କ୍ଲାଉଡ କମ୍ୟୁନିକେସନ ପ୍ଲାଟଫର୍ମ ଏୟାରଟେଲ ଆଇକ୍ୟୁ ସହିତ ସମସ୍ତ ଆକାରର ବ୍ୟବସାୟଗୁଡ଼ିକ ମାତ୍ର ଦୁଇ ମିନିଟ ମଧ୍ୟରେ ସେମାନଙ୍କ କର୍ମଚାରୀଙ୍କ ପାଇଁ ମାଗଣା କୋଭିଡ ହେଲ୍ପଲାଇନ ସ୍ଥାପନ କରିପାରିବେ । ଏଥିପାଇଁ ଏୟାରଟେଲ ପ୍ରତି ହେଲ୍ପଲାଇନ ଆକାଉଂଟ ସହିତ ୫୦୦୦ ମିନିଟ ପ୍ରଦାନ କରୁଛି ଯାହାଦ୍ୱାରା ବ୍ୟବସାୟଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ସହ ଯୋଡ଼ି ହୋଇ ରହିପାରିବେ ଏବଂ ସେମାନଙ୍କର ପ୍ରୟାସକୁ ବ୍ୟବସ୍ଥିତ କରିପାରିବେ । ଏଥିପାଇଁ ଏକ ବ୍ୟବସାୟକୁ କେବଳ www.airtel.in/iqରେ ଲଗ ଇନ କରିବାକୁ ହେବ ।


Share It

Comments are closed.