ବର୍ତ୍ତମାନ ଏଟିଏମ ଏବଂ ଗ୍ରୋସରୀ ଷ୍ଟୋରରେ ଏୟାରଟେଲ ରିଚାର୍ଜ ସୁବିଧା ଉପଲବ୍ଧ


ଭୁବନେଶ୍ୱର : ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ସେମାନଙ୍କ ପ୍ରିପେଡ ଫୋନ ରିଚାର୍ଜ ବ୍ୟବସ୍ଥାକୁ ସୁବିଧାଜନକ କରିବା ପାଇଁ କମ୍ପାନୀ ପକ୍ଷରୁ ଏଟିଏମ, ଗ୍ରୋସରୀ ଷ୍ଟୋର, କେମିଷ୍ଟ ଦୋକାନମାନଙ୍କରେ ରିଚାର୍ଜର ସୁବିଧା ପ୍ରଦାନ କରିବା ଆରମ୍ଭ କରାଯାଇଛି । ଉପଭୋକ୍ତାଙ୍କୁ ଏହି ସଂପର୍କରେ ସୂଚନା ଦେଇ ଏୟାରଟେଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳ ବିଟ୍ଟଲ କହିଛନ୍ତି ଯେ, “ଆମେ ଏହା ଜାଣୁ ଯେ ଆମର ଅନେକ ଉପଭୋକ୍ତା ଅନଲାଇନରେ ଉପଲବ୍ଧ ନଥିବା ହେତୁ ସେମାନଙ୍କ ପକ୍ଷେ ନିୟମିତ ଖୁଚୁରା ରିଚାର୍ଜ କରିବା ଅସମ୍ଭବ ଅଟେ । ଏହାର ସମାଧାନ କରିବାକୁ ଯାଇ ବ୍ୟାଙ୍କ ଏଟିଏମ, ଫାର୍ମାସିଷ୍ଟ, ଏବଂ ଗ୍ରୋସରୀ ଷ୍ଟୋର ଭଳି ଅନେକ ଗୁଡିଏ ନୂଆ ଚ୍ୟାନେଲ ଗୁଡିକୁ ଆମେ ସକ୍ରିୟ କରିଛୁ । ”
ଏହି ପଦକ୍ଷେପରେ ଏୟାରଟେଲର ଅଂଶଦାରୀମାନେ ହେଲେ ଏଚଡିଏଫସି, ଆଇସିଆଇସିଆଇ, ଆପୋଲୋ ଏବଂ ବିଗ ବଜାର ବୋଲି ସେ କହିଛନ୍ତି ।


Share It

Comments are closed.