ଗାହକଙ୍କ ସୁବିଧା ପାଇଁ ଏୟାରଟେଲ୍‌ର ମଲ୍‌ଟି-ଚ୍ୟାନେଲ ମାର୍କେଟିଙ୍ଗ ଅଭିଯାନ


ଭୁବନେଶ୍ୱର: ବର୍ତମାନର ସମୟ, ଟେଲିକମ ସେବା ଏବଂ ଭରସାଯୋଗ୍ୟ ସଂଯୋଗତାକୁ ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନର ମୂଳରେ ନେଇ ସ୍ଥାପନ କରିଛି । ତେଣୁ ଏହି ପରିପ୍ରେକ୍ଷୀରେ ଭାରତର ବୃହତମ ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ (“ଏୟାରଟେଲ”) ଗ୍ରାହକମାନଙ୍କୁ ଶ୍ରେଷ୍ଠବର୍ଗର ସେବା ଯୋଗାଇଦେବାରେ ଏହାର ଅଭିଯାନର ଏକ ଅଂଶ ଭାବେ ପ୍ରତିଶ୍ରୁତିକୁ ଆହୁରି ଆଗକୁ ବଢ଼ାଇଛି । ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗ୍ରାହକଙ୍କ ପ୍ରତ୍ୟେକଟି ପ୍ରଶ୍ନର ଉତର ଦେବା ସହ ସେଗୁଡ଼ିକର ସମାଧାନ କରିବା ଏବଂ ବିଫଳତାରୁ ତୁରନ୍ତ ଅଧ୍ୟୟନ କରିବା ଏବଂ ସେଗୁଡ଼ିକର ପୁନରାବୃତି ନ ହେବାକୁ ସୁନିଶ୍ଚିତ କରାଇବା ପାଇଁ ଏୟାରଟେଲ ନିଜେ ଗୋଟିଏ ଲକ୍ଷ ସ୍ଥିର କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାଛଡ଼ା କମ୍ପାନୀ ଏକ ନିର୍ଭୀକ ମଲ୍‌ଟି-ଚ୍ୟାନେଲ ମାର୍କେଟିଙ୍ଗ ଅଭିଯାନ ମାଧ୍ୟମରେ ଏହି ବାର୍ତାକୁ ସମଗ୍ର ଦେଶରେ ଥିବା ଗ୍ରାହକମାନଙ୍କ ନୀକଟରେ ପହଂଚାଇଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ମାର୍କେଟିଙ୍ଗ ଅଫିସର ଶାସ୍ୱତ ଶର୍ମା କହିଛନ୍ତି ଯେ, “ ଆମେ ଜାଣୁ ଯେ ‘ଶୂନ୍ୟ ପ୍ରଶ୍ନ’ ଏକ ଅସମ୍ଭବ କଳ୍ପନାବାଦୀ ଚିନ୍ତାଧାରା, ବିଶେଷକରି ଏକ ଟେଲିକମ ବ୍ରାଣ୍ଡ ପାଇଁ, କିନ୍ତୁ ତାହା ଆମକୁ ପ୍ରୟାସ ଠାରୁ ଅଟକାଇପାରିବ ନାହିଁ । କାରଣ ଆମେ ଜାଣିଛୁ ଯେ ଆମେ ‘ଶୂନ୍ୟ’ର ଯେତେ ଅଧିକ ନୀକଟତର ହେବୁ ଆମର ଗ୍ରାହକମାନେ ସେତେ ଅଧିକ ଖୁସି ହେବେ ।”
କମ୍ପାନୀର ପ୍ରତିଶ୍ରୁତିକୁ ଗ୍ରାହକଙ୍କ ସହ ଯୋଡ଼ିବା ପାଇଁ ଏୟାରଟେଲର ଏହି ନୂତନ ଅଭିଯାନ ସମସ୍ତ ଟିଭି, ଡିଜିଟାଲ ଏବଂ ପ୍ରିଂଟ ମାଧ୍ୟମରେ ଚାଲୁ ରହିବ । ପଲ୍ଲବୀ ଚକ୍ରବର୍ତି ଏବଂ ଟିମ ନେତୃତ୍ୱରେ ଡେଂଟସୁ-ଟାପରୁଟ ଦ୍ୱାରା ଏହି ଅଭିଯାନର କଳ୍ପନା କରାଯାଇଛି । ଟିଭି ବିଜ୍ଞାପନଟିକୁ ଦେଖିବା ପାଇଁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଚ୍ଚକ୍ଟଙ୍କଗ୍ଧଙ୍କ.ଭର/ଏକ୍ତର୩ଙ୍କଔଖଖଠ୩ମ. ଲିଙ୍କରେ କ୍ଲିକ କରନ୍ତୁ ।
ଏହି ଯାତ୍ରାରେ କମ୍ପାନୀ ପକ୍ଷରୁ ପୂର୍ବରୁ ହିଁ ଅନେକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସେଗୁଡ଼ିକ ମଧ୍ୟରୁ ଏହାର କିଛି ପ୍ରମୁଖ ପଦକ୍ଷେପ ଗୁଡ଼ିକ ମଧ୍ୟରୁ ହେଉଛି ନେଟୱର୍କ ଟେକ୍ନୋଲୋଜି । କମ୍ପାନୀ ଗତ ତିନି ବର୍ଷରେ ହାଇସ୍ପିଡ ନେଟୱର୍କ ଚଳାଇବା ପାଇଁ ୭୦,୦୦୦ କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ କରିଛି । ଯାହାଫଳରେ ଏୟାରଟେଲ କ୍ରମାଗତ ଭାବେ ଭାରତର ଅଗ୍ରଣୀ ମୋବାଇଲ ନେଟୱର୍କର ମାନ୍ୟତା ପାଇପାରିଛି । ସେହିଭଳି କୋଭିଡ-୧୯ ସମୟରେ ଗ୍ରାହକମାନଙ୍କୁ ରିଚାର୍ଚ କରିବାରେ ସାହଯ୍ୟ କରିବା ପାଇଁ ଏୟାରଟେଲ ପକ୍ଷରୁ ‘ସୁପର ହିରୋ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯାହାକି ଗ୍ରାହକମାନଙ୍କୁ ସେମାନଙ୍କ ଏୟାରଟେଲ ଥ୍ୟାଙ୍କସ୍ ଆପ୍ ଜରିଆରେ ନିଜର ପ୍ରିପେଡ ଆକାଉଂଟକୁ ରିଚାର୍ଜ କରିବାର ଅନୁମତି ଦେଇଥାଏ ।


Share It

Comments are closed.