ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ବିଜ୍‌ଖାତାର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ନୂଆ କରେଂଟ୍ ଆକାଉଂଟ୍‌- ବିଜ୍‌ଖାତାର ଶୁଭାରମ୍ଭ କରାଯାଇଛି, ଯାହା ଦେଶବ୍ୟାପୀ କ୍ଷୁଦ୍ର ବ୍ୟବସାୟ ଓ ବ୍ୟବସାୟୀ ସହଯୋଗୀଙ୍କ ପାଇଁ ଅନ୍‌ଲିମିଟେଡ୍ ଟ୍ରାଞ୍ଜାକ୍ସନ ଓ ଇନ୍‌ଷ୍ଟାଂଟ୍ ଆକ୍ଟିଭେଶନ ସହିତ ଆସୁଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ବିଜ୍‌ଖାତାକୁ କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟ ମାଲିକମାନଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ଯେ ଏହା ସମସ୍ତ ବ୍ୟବସାୟିକ ଟ୍ରାଞ୍ଜାକ୍ସନଗୁଡିକୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣିଛି । ଏହାଦ୍ୱାରା ସେମାନଙ୍କ ପାଇଁ ଏକାଧିକ ବ୍ୟାଙ୍କିଙ୍ଗ୍ ଲାଭ ଉପଭୋଗ କରିବା ସହିତ ଏକ ସ୍ପଷ୍ଟ ରେକର୍ଡ ରଖିବା ସହଜ ହୋଇଥାଏ । ଏଥିରେ ଉପଭୋକ୍ତାମାନେ ଅନ୍‌ଲିମିଟେଡ୍ କ୍ରେଡିଟ୍ ଓ ଡେବିଟ୍ ଟ୍ରାଞ୍ଜାକ୍ସନ କରିପାରିବେ, ଆକାଉଂଟ୍ ଖୋଲିବାର ୫ ମିନିଟ୍ ମଧ୍ୟରେ ଏହାକୁ ବ୍ୟବହାର କରିବା ଆରମ୍ଭ କରିପାରିବେ । ଏହି ଆକାଉଂଟ୍‌ରେ କୌଣସି ସର୍ବନିମ୍ନ ବାଲାନ୍ସ ସର୍ତ ମଧ୍ୟ ନାହିଁ । ବ୍ୟବସାୟ ମାଲିକମାନେ ଆଇଏମ୍‌ପିଏସ୍‌, ୟୁପିଆଇ, ଏନ୍‌ଇଏଫ୍‌ଟି ଓ ଆଇଏଫ୍‌ଟି ମାଧ୍ୟମରେ ଦେଶର ଯେକୌଣସି ବ୍ୟାଙ୍କକୁ ଅନ୍‌ଲାଇନ୍ ପେମେଂଟ୍ ଟ୍ରାନ୍ସଫର୍ କରିପାରିବେ ଓ ଗ୍ରହଣ କରିପାରିବେ । ଏହାବ୍ୟତୀତ ଏହି ଆକାଉଂଟ୍ ଯେକୌଣସି ୟୁପିଆଇ ଆପ୍‌ରୁ ପେମେଂଟ୍ ଗ୍ରହଣ କରିବା ପାଇଁ ଏକ କ୍ୟୁଆର୍ କୋଡ୍ ସହ ଲିଙ୍କ୍ ହୋଇଆସିଥାଏ ।
୨ ଲକ୍ଷ ଟଙ୍କାରୁ ଅଧିକ ଡେ-ଏଣ୍ଡ୍ ବାଲାନ୍ସ ସହଯୋଗୀ ବ୍ୟାଙ୍କ ସହିତ ଏକ କଂରେଟ୍ ଆକାଉଂଟ୍‌କୁ ଅଟୋ ସ୍ୱିପ୍‌-ଆଉଟ୍ ହେବ । ଆପଣ ଏକ ସିଙ୍ଗଲ୍ କ୍ଲିକ୍ ସହ ଉପଭୋକ୍ତା ସ୍ୱିପ୍ ହୋଇଥିବା ରାଶିକୁ ବିଜ୍‌ନେସ୍ ଆକାଉଂଟ୍‌କୁ ଫେରାଇ ଆଣିପାରିବେ । ବ୍ୟବସାୟ ମାଲିକମାନେ ଏକ ସିଙ୍ଗଲ୍ କ୍ଲିକ୍ ସହିତ ଟ୍ରାଞ୍ଜାକ୍ସନ ହିଷ୍ଟ୍ରିକୁ ଡାଉନ୍‌ଲୋଡ୍ କରିପାରିବେ ଏବଂ ଟ୍ରାଞ୍ଜାକ୍ସନକୁ ମେଳ କରିପାରିପାରିବେ । ଏହି କରେଂଟ୍ ଆକାଉଂଟ୍ ସମାଧାନ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ବିଦ୍ୟମାନ ଓ ନୂଆ ବ୍ୟବସାୟୀ ଓ ବ୍ୟବସାୟ ସହଯୋଗୀଙ୍କ ପାଇଁ ଉପଲବ୍ଧ ହେବ । ଜଣେ ବ୍ୟବସାୟ ମାଲିକ ସହଜରେ ବାୟୋମେଟ୍ରିକ୍ ଅଥେଂଟିକେଶନ ଓ ଖୁବ୍ କମ୍ ପେପର୍‌ୱର୍କ ସହିତ ୫ ମିନିଟ୍ ମଧ୍ୟରେ ଏହି ଆକାଉଂଟ୍ ଖୋଲିପାରିବେ ।
ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଚିଫ୍ ଅପରେଟିଂ ଅଫିସର, ଶ୍ରୀ ଗଣେଶ ଅନନ୍ତ ନାରାୟଣନ୍ କହିଛନ୍ତି, ‘ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କରେ ଆମେ ବ୍ୟାଙ୍କିଙ୍ଗ୍‌କୁ ପହଂଚଯୋଗ୍ୟ ଓ ସରଳ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ଅନୁସନ୍ଧାନରୁ ପ୍ରତିଫଳିତ ହୋଇଛି ଯେ, ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ପୂରଣ କରିବା ଏବଂ ଟ୍ରାଞ୍ଜାକ୍ସନ ଧାର୍ଯ୍ୟ ସଂଖ୍ୟାରୁ ଅଧିକ ହେବା ସ୍ଥିତିରେ ଅତ୍ୟଧିକ ଶୁଳ୍କ ଆଦାୟ କରାଯିବାର ଭୟ, କ୍ଷୁଦ୍ର ବ୍ୟବସାୟ ମାଲିକଙ୍କ ପାଇଁ ଏକ ବିଜ୍‌ନେସ୍ ଆକାଉଂଟ୍ ଆରମ୍ଭ କରିବା ଲାଗି ଏକ ସମସ୍ୟା ପାଲଟିଛି । ଏହି ତଥ୍ୟ ସହିତ ଆମେ କ୍ଷୁଦ୍ର ବ୍ୟବସାୟ ମାଲିକଙ୍କୁ ବିଜ୍‌ନେସ୍ ବ୍ୟାଙ୍କିଙ୍ଗ୍‌ର ଲାଭ ପ୍ରଦାନ କରିବା ଓ ସକ୍ଷମ କରିବା ଲାଗି ବିଜ୍‌ଖାତା ଆକାଉଂଟ୍ ଆରମ୍ଭ କରିଛୁ । ଏହି ଆକାଉଂଟ୍ ଆମର ବିଜ୍‌ନେସ୍ ପ୍ରଡକ୍ଟଗୁଡିକର ବିଦ୍ୟମାନ ପୋର୍ଟଫୋଲିଓରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ ଅଟେ ।


Share It

Comments are closed.