୨୦୨୪ ଆର୍ôଥକ ବର୍ଷରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉଲ୍ଲେଖନୀୟ ଅଭିବୃଦ୍ଧି


ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ୨୦୨୪ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ପାଇଁ ଏହାର ଫଳାଫଳ ଘୋଷଣା କରାଯାଇଛି । ଏହି ଆର୍ôଥକ ବର୍ଷରେ ସମସ୍ତ ପରିମାପରେ ପ୍ରଦର୍ଶନରେ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି । ୨୦୨୩-୨୦୨୪ ଆର୍ôଥକ ବର୍ଷ ପାଇଁ ବ୍ୟାଙ୍କର ରାଜସ୍ୱ ବାର୍ଷିକ ଆଧାରରେ ୪୨% ବୃଦ୍ଧି ହୋଇ ୧୮୩୬ କୋଟି ଟଙ୍କା ରହିଥିବା ବେଳେ ଶୁଦ୍ଧ ଲାଭ ୬୦% ବୃଦ୍ଧି ହୋଇ ୩୪.୫ କୋଟି ଟଙ୍କା ରହିଛି । ଏହି ସମୟରେ ବ୍ୟାଙ୍କର ମାସିକ ଟ୍ରାଞ୍ଜାକ୍ଟିଙ୍ଗ୍ ୟୁଜର (ଏମଟିୟୁ) ୮୦.୪ ମିଲିୟନକୁ ବୃଦ୍ଧି ପାଇଛି ଯାହା ଗ୍ରାହକଙ୍କ ଜମା ରାଶିକୁ ବାର୍ଷିକ ଆଧାରରେ ୫୦% ବୃଦ୍ଧି ସହିତ ୨୮୦୧ କୋଟି ଟଙ୍କା ଅତିକ୍ରମ କରାଇଛି । ପୂର୍ବ ତ୍ରୈମାସିକ ତୁଳନାରେ ୧୫%ର କ୍ରମାଗତ ବୃଦ୍ଧି, ୫୩୯ କୋଟି ଟଙ୍କାର ରାଜସ୍ୱ ସହିତ ୪ର୍ଥ ତ୍ରୈମାସିକ (ଜାନୁଆରୀ-ମାର୍ଚ୍ଚ ୨୦୨୪) ସବୁଠାରୁ ଶକ୍ତିଶାଳୀ ତ୍ରୈମାସିକ ଭାବେ ଉଭା ହୋଇଛି । ଏହା ସହିତ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ୨୦୨୪ ଆର୍ôଥକ ବର୍ଷର ରାଜସ୍ୱରେ ତ୍ରୈମାସିକ ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପଞ୍ଜୀକରଣ କରିଛି । ବ୍ୟାଙ୍କ ୨୦୨୪ ଆର୍ôଥକ ବର୍ଷର ୪ର୍ଥ ତ୍ରୈମାସିକରେ ସେଭିଙ୍ଗ୍ସ ଆକାଉଂଟ୍ ଅଧିଗ୍ରହଣରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଖିଛି ଏବଂ ବର୍ତମାନ ମାସିକ ୧ ମିଲିୟନରୁ ଅଧିକ ନୂଆ ଗ୍ରାହକ ହାସଲ କରୁଛି ।
ଗତ ୪ ବର୍ଷ ମଧ୍ୟରେ ବ୍ୟାଙ୍କ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି, ରାଜସ୍ୱ କ୍ଷେତ୍ରରେ ୪୦%ର ଉଲ୍ଲେଖନୀୟ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ୍ ରେଟ୍ (ସିଏଜିଆର) ହାସଲ କରିଛି । ଆଜି ବ୍ୟାଙ୍କର ମାର୍ଚ୍ଚ ୨୦୨୪ ପାଇଁ ବାର୍ଷିକ ରାଜସ୍ୱ ୨୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ବିକଶିତ ଗ୍ରାହକ ଆବଶ୍ୟକତାକୁ ପୂରଣ କରିବା ପାଇଁ ପରିବେଶ ଅନୁକୂଳ ଡେବିଟ୍ କାର୍ଡ, ସ୍ମାର୍ଟୱାଚ୍ ଆଦି ନୂତନ ଉତ୍ପାଦଗୁଡିକର ଶୁଭାରମ୍ଭ କରିଛି । ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ବର୍ତମାନ ଟ୍ରାଞ୍ଜିଟ୍ ସଲ୍ୟୁଶନ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଅଟେ ଯାହା ୫ଟି ମେଟ୍ରୋ ସହର ପାଇଁ ଏକ ଏକ୍ସକ୍ଲୁସିଭ ଆକ୍ୱାରିଂ ଓ ଇସ୍ୟୁଆନ୍ସ ପାର୍ଟନର ଭାବେ ଏବଂ ୧୦୦ରୁ ଅଧିକ ଫାଷ୍ଟଟ୍ୟାଗ-ସକ୍ଷମ ପାର୍କିଂ ସାଇଟଗୁଡ଼ିକରେ ଫାଷ୍ଟଟ୍ୟାଗ-ଆଧାରିତ ପାର୍କିଂ ଫି’ କଲେକ୍ସନ କ୍ଷେତ୍ରରେ ଏକ ମାର୍କେଟ ଲିଡର ଭାବେ କାର୍ଯ୍ୟ କରୁଛି ।
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଏମଡି ଓ ସିଇଓ ଅନୁବ୍ରତ ବିଶ୍ୱାସ ଏସମ୍ପର୍କରେ କହିଛନ୍ତି ଯେ, “ଆମେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପାଇଁ ଆଉ ଏକ ବର୍ଷର ମଜବୁତ ଅଭିବୃଦ୍ଧି ସମ୍ପର୍କରେ ଘୋଷଣା କରି ଆନନ୍ଦିତ । ଆମର ଶକ୍ତିଶାଳୀ ଆର୍ôଥକ ପ୍ରଦର୍ଶନ ଆମର ଗ୍ରାହକ ଓ ସହଯୋଗୀମାନେ ଆମ ଉପରେ ରଖିଥିବା ବିଶ୍ୱାସ ଓ ଆତ୍ମବିଶ୍ୱାସକୁ ରେଖାଙ୍କିତ କରୁଛି ।” ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ୩ଟି ସ୍ୱତନ୍ତ୍ର ସେଗମେଂଟ ଯଥା ଅର୍ବାନ ଡିଜିଟାଲ, ଅଣ୍ଡରବ୍ୟାଙ୍କଡ ଏବଂ ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ଇନ୍‌ଷ୍ଟିଚ୍ୟୁଶନ ପାଇଁ ସେବା ପ୍ରଦାନ କରୁଛି । ଏହା ବିସ୍ତୃତ ଏଣ୍ଡ୍‌-ଟୁ-ଏଣ୍ଡ୍ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ସହିତ ବୀମା ଋଣ ଓ ନିବେଶ ସମାଧାନ ସମେତ ଡିଜିଟାଲ ଆର୍ôଥକ ସେବାଗୁଡିକର ଏକ ଶୃଙ୍ଖଳା ପ୍ରଦାନ କରୁଛି । ଏହାର ପ୍ଲାଟଫର୍ମଗୁଡ଼ିକରେ ବାର୍ଷିକ ୮ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନଗୁଡିକୁ ପ୍ରୋସେସ୍ କରୁଥିବା ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଆଜି ମୋବାଇଲ ବ୍ୟାଙ୍କିଙ୍ଗ୍ ଉପଭୋକ୍ତାଙ୍କ ମଧ୍ୟରେ ୬ଷ୍ଠ ସର୍ବବୃହତ୍ ସଂସ୍ଥା ଭାବେ ଉଭା ହୋଇଛି ।


Share It

Comments are closed.