ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କର ସୁରକ୍ଷା ସାଲାରୀ ଅକାଉଂଟର ଶୁଭାରମ୍ଭ


ଭୁୁବନେଶ୍ୱର : ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ(ଏମ୍‌ଏସ୍‌ଏମ୍‌ଇ) ପାଇଁ ‘ସୁରକ୍ଷା ସାଲାରୀ ଆକାଉଂଟ’ ଭଳି ଏକ ଅଭିନବ ସାଲାରୀ ଆକାଉଂଟର ଶୁଭାରମ୍ଭ କରାଯାଇଛି । ଭାରତର ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ୬୦ ଏମଏନରୁ ଉଦ୍ଧ୍ୱ ୟୁନିଟ ରହିିଛି ଏବଂ ଭାରତର ଜିଡିପିର ଏହା ୨୯% ଅଟେ । ଆର୍ଥିକ ସୁରକ୍ଷାର ଅଭାବ ନିର୍ଦ୍ଧିଷ୍ଟ ରୂପେ ବର୍ତମାନ ସମୟଗୁଡ଼ିକରେ ସେମାନଙ୍କୁ ବହୂଳଭାବେ ଦୁର୍ବଳ କରିଦେଇଥାଏ । ଏହି ସୁରକ୍ଷା ସାଲାରୀ ଆକାଉଂଟକୁ ବିଶେଷ କରି ଏହି ଉପଭୋକ୍ତା କ୍ଷେତ୍ର ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଅଭିନବ ଆକାଉଂଟ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ ଏବଂ ଅନ୍ୟ ସଂଗଠନଗୁଡ଼ିକ କ୍ୟାସ୍‌ଲେସ୍ ପେମେଂଟ କରିବା ପାଇଁ ସକ୍ଷମ ହେବେ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଏକ ଆର୍ଥିକ ସୁରକ୍ଷାର ଆବରଣ ଯୋଗାଇଦେଇପାରିବେ ।
ସୁରକ୍ଷା ସାଲାରୀ ଆକାଉଂଟ ହସ୍ପିକ୍ୟାଶ ଇନ୍ସ୍ୟୁରାନ୍ସ ଏବଂ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସମେତ ଲାଭର ଏକ ବ୍ୟାପକ ଶୃଙ୍ଖଳ ଯୋଗାଇଦେଉଛି । ଏହାର ମାଗଣା ହସ୍ପିକ୍ୟାଶ ବୀମା ଅଧିନରେ ହସପିଟାଲରେ ଭର୍ତି ହେବା ପରିସ୍ଥିତିରେ ଜଣେ ଖାତାଧାରୀ ସର୍ବାଧିକ ୧୦ ଦିନ ପର୍ଯ୍ୟନ୍ତ ଦିନ ପିଛା ୪୦୦ଟଙ୍କାର ଏକ ନିଶ୍ଚିତ କଭର ପାଇବାର ହକଦାର ହୋଇପାରିବେ । ସେହିଭଳି ଏହାର ମାଗଣା ଦୁର୍ଘଟଣାଜନିତ ବୀମା ଅଧିନରେ ଖାତାଧାରୀଙ୍କୁ ୧ଲକ୍ଷ ଟଙ୍କାର ନିଶୁଳ୍କ ସମୂହ ଶୂଳ୍କ ମଧ୍ୟ ପ୍ରାପ୍ତ ହୋଇଥାଏ । ଯାହାକି ପରିବାର ପାଇଁ ଅତିରିକ୍ତ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ଏହା ବ୍ୟତୀତ ଏହି ସୁରକ୍ଷା ସାଲାରୀ ଆକାଉଂଟରେ ଖାତାଧାରୀମାନେ ଶୂନ୍ୟ ସର୍ବନିମ୍ନ ରାଶି, ସହଜ ଟଙ୍କା ଉଠାଣ ଏବଂ ସମଗ୍ର ଭାରତରେ ବ୍ୟାଙ୍କ ରୁ ବ୍ୟାଙ୍କ ମାଗଣା ମନି ଟ୍ରାନ୍ସଫର ଭଳି ସୁବିଧା ମଧ୍ୟ ପାଇପାରିବେ । ଉତ୍ପାଦର ଆରମ୍ଭ ପାଇଁ ଏହା କେବଳ ନୂଆ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ଏବଂ ନିଜର ସାଲାରୀ ଆକଉଂଟକୁ ଏୟାରଟେଲ ପେମଂଟ ବ୍ୟାଙ୍କ ସହ ପରିଚାଳିତ କରିବାକୁ ଚାହୁଁଥିବା ଏହାର ବିଦ୍ୟମାନ ଗ୍ରାହକଙ୍କ ପାଇଁ ମଧ୍ୟ ଏହାକୁ ବହୁତ ଜଲଦୀ ଉପଲବ୍ଧ କରାଯିବ ।
ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ଏମଡି ତଥା ସିଇଓ ଶ୍ରୀ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, “ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ସେଗମେଂଟରେ କାର୍ଯ୍ୟରତ ଲୋକମାନଙ୍କର ନିର୍ଦ୍ଧିଷ୍ଟ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ନିମନ୍ତେ ଆମେ ଏହି ସୁରକ୍ଷା ସାଲାରୀ ଆକାଉଂଟର ଶୁଭାରମ୍ଭ କରି ବେଶ ଆନନ୍ଦିତ ।”


Share It

Comments are closed.