ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଫେସ୍ ମ୍ୟାଚ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଂଟକୁୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷା ବୃଦ୍ଧିକାରୀ ଫିଚର ଫେସ୍ ମ୍ୟାଚ୍‌ର ଉନ୍ମୋଚନ କରାଯାଇଛି । ଫେସ୍ ମ୍ୟାଚ୍ ଉପଭୋକ୍ତାଙ୍କ ଆଚରଣଠାରୁ ଆରମ୍ଭ କରି ଟ୍ରାଞ୍ଜାକ୍ସନ ଶୈଳୀ ଓ ସ୍ଥାନ, ସମାନ ଶୈଳୀର ପୂର୍ବ ତଥ୍ୟ, ଡିଭାଇସ ଓ ମୋବାଇଲ ଆପ୍‌-ଆଧାରିତ ସିଗ୍‌ନାଲଗୁଡିକ ପର୍ଯ୍ୟନ୍ତ ଏକାଧିକ ତଥ୍ୟ ଓ ସିଗ୍‌ନାଲ ଉପରେ ଆଧାର କରି ପ୍ରତ୍ୟେକ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ ଉପଭୋକ୍ତାଙ୍କ ପାଇଁ ଏକ ଥ୍ରେଟ୍ ସ୍କୋର୍ ଗଣନା କରିବା ପାଇଁ ଅତ୍ୟାଧୁନିକ ମେଶିନ ଲର୍ଣ୍ଣିଙ୍ଗ ଆଲ୍‌ଗୋରିଦମର ବ୍ୟବହାର କରିଥାଏ । ଯଦି ଜଣେ ଉପଭୋକ୍ତା ଏହି ଥ୍ରେଟ୍ ସ୍କୋରକୁ ଅତିକ୍ରମ କରନ୍ତି ତେବେ ତାଙ୍କର ଆକାଉଂଟ ସମ୍ଭାବ୍ୟ ଜାଲ୍ ଟ୍ରାଞ୍ଜାକ୍ସନକୁ ରୋକିବା ପାଇଁ ଫେସ୍ ମ୍ୟାଚ୍ ସହ ସୁରକ୍ଷିତ ହୋଇଥାଏ । ଉପଭୋକ୍ତା ଜଣଙ୍କ ତୁରନ୍ତ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରେ ଏକ ନୋଟିଫିକେଶନ ପାଇଥାନ୍ତି, ଯାହା ତାଙ୍କୁ ଜଣାଇଥାଏ ଯେ, ଫେସ୍ ମ୍ୟାଚ୍ ସକ୍ରିୟ ବା ଆକ୍ଟିଭେଟ ରହିଛି ଏବଂ ଏହା ତାଙ୍କୁ ନିଜର ଟ୍ରାଞ୍ଜାକ୍ସନକୁ ଆଗକୁ ବଢାଇବା ପାଇଁ ନୋଟିଫିକେଶନରେ ଦିଆଯାଇଥିବା ଲିଙ୍କ୍‌କୁ ବ୍ୟବହାର କରି ତତ୍କାଳ ଯାଂଚ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଡିଜିଟାଲ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ବିକଶିତ ହେଉଥିବାରୁ ଗ୍ରାହକମାନେ ଠକଙ୍କ ପ୍ରତି ଅଧିକ ଅସୁରକ୍ଷିତ ଅଟନ୍ତି, ଯିଏକି ଆକାଉଂଟ ଠକାମି, ଆକାଉଂଟ ଟେକ୍‌ଓଭର ଓ ମନି ଲଣ୍ଡ୍‌ରିଙ୍ଗ୍ ଭଳି ଅପରାଧ ଘଟାଇବା ପାଇଁ ସୁରକ୍ଷାରେ ରହିଥିବା ତ୍ରୁଟିକୁ ବ୍ୟବହାର କରିଥାନ୍ତି । ଫେସ୍ ମ୍ୟାଚ୍‌କୁ ଏଭଳି ସମସ୍ୟାଗୁଡିକୁ ପ୍ରଭାବୀ ରୂପେ ଓ ବ୍ୟାପକ ସ୍ତରରେ ସମାଧାନ କରିବା ପାଇଁ ଡିଜାଇନ କରାଯାଇଛି ।
ଏହି ଫିଚର ସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, “ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କରେ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ପ୍ରଦାନ କରିବା ଆମର ପ୍ରଥମ ପ୍ରାଥମିକତା ଅଟେ । ଫେସ୍ ମ୍ୟାଚ୍‌ର ଶୁଭାରମ୍ଭ ଆମର ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପ୍ରତି ଆମ ପ୍ରତିବଦ୍ଧତାକୁ ମଜବୁତ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଅତ୍ୟାଧୁନିକ ଟେକ୍ନୋଲୋଜି ନିୟୋଜିତ କରି ଆମେ ପ୍ରଭାବୀ ରୂପେ ସମ୍ଭାବ୍ୟ ବିପଦଗୁଡିକୁ ଦୂର କରିପାରିବା ସହିତ ଏକ ବାଧାମୁକ୍ତ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ ଅନୁଭୂତି ଦେଇପାରିବା ।” ଫେସ୍ ମ୍ୟାଚ୍‌ର କାର୍ଯ୍ୟକାରିତା କେବଳ ସୁରକ୍ଷା ବୃଦ୍ଧି କରେନାହିଁ ବରଂ ଶୀଘ୍ର ଓ ସହଜ ଭେରିଫିକେଶନ ପାଇଁ ଅନୁମତି ଦେଇ ଏକ ସୁଗମ ବ୍ୟାଙ୍କିଙ୍ଗ୍ ଅନୁଭୂତି ଦେଇଥାଏ ।

 


Share It

Comments are closed.