ଏୟାରଟେଲ ପେମେଂଟ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ସହବନ୍ଧିତାର ଘୋଷଣା


ଭୁବନେଶ୍ୱର: ଫାଷ୍ଟଟ୍ୟାଗ ଆଧାରିତ ସ୍ମାର୍ଟ ପାର୍କିଙ୍ଗ ସମାଧାନ ଯୋଗାଇବା ଲାଗି ଭାରତର ଅଗ୍ରଣୀ ଫାଷ୍ଟଟ୍ୟାଗ ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ, ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ପାର୍କ+ ସହିତ ଏକ ସହବନ୍ଧିତାର ଘୋଷଣା କରାଯାଇଛି । ପାର୍କ+ ଫାଷ୍ଟଟ୍ୟାଗ ମାଧ୍ୟମରେ ପାର୍କିଙ୍ଗ ସ୍ଥଳକୁ ସ୍ୱୟଂଚାଳିତ କରିବାରେ ବଜାର ଅଗ୍ରଣୀ ଅଟେ ଏବଂ ଭାରତରେ ଅଧିକାଂଶ ପାର୍କିଙ୍ଗ ଫାଷ୍ଟଟ୍ୟାଗ ନେଣଦେଣ ବର୍ତମାନ ପାର୍କ+ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟକାରୀ ହେଉଛି । ଏହି ସହବନ୍ଧିତା ଏୟାରଟେଲ ପେମେଂଟ ବ୍ୟାଙ୍କର ଗଭୀର ବିତରଣ ପହଂଚ ଏବଂ ଡିଜିଟାଲ ପେମେଂଟ ଷ୍ଟାକର ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛି ଯାହାଦ୍ୱାରା ଯାନ ସହିତ ଜଡ଼ିତ ଫାଷ୍ଟଟ୍ୟାଗର ବ୍ୟବହାର କରି ପାର୍କିଙ୍ଗ ଇକୋସିଷ୍ଟମକୁ ଆଧୁନିକୀକରଣ କରାଯାଇପାରିବ । ପାର୍କ+ ଏୟାରେଟେଲ ପେମେଂଟ ବ୍ୟାଙ୍କକୁ ଏହାର ସମଗ୍ର ଫାଷ୍ଟଟ୍ୟାଗ ସେବା ଯଥା ଇସ୍ୟୋଆନ୍ସ, ଆକ୍ୱାରିଙ୍ଗ ଏବଂ ଟେକ୍ନୋଲୋଜି ସହାୟତା ପ୍ରଦାନ କରିବ । ଏୟାରଟେଲ ପେମେଂଟ ବ୍ୟାଙ୍କ ଦେଶର ପମୁଖ ପାଂଚୋଟି ଫାଷ୍ଟଟ୍ୟାଗ ପ୍ରଦାନକାରୀଙ୍କ ମଧ୍ୟରେ ରହିଛି । ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କସ ଆପର ବ୍ୟାଙ୍କିଙ୍ଗ ବିଭାଗରେ ମାତ୍ର କିଛି କ୍ଲିକରେ ସହଜରେ ଏକ ଫାଷ୍ଟଟ୍ୟାଗ କ୍ରୟ କରିପାରିବେ । ଦେଶର ୧୫୦୦ ରୁ ଅଧିକ ସୋସାଇଟି, ୩୦ ରୁ ଅଧିକ ମଲ ଏବଂ ୧୫୦ ରୁ ଅଧିକ କର୍ପୋରେଟ ପାର୍କରେ ପାର୍କ+ ପରିଚାଳିତ ନିୟନ୍ତ୍ରଣ ବ୍ୟବସ୍ଥା ସଂସ୍ଥାପିତ ହୋଇଛି ।
ଏହି ସେବା ସାଉଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏସଡିଏମସି) ଠାରେ କାର୍ଯ୍ୟକାରୀ ହୋଇଯାଇଛି ଏବଂ ବହୁତ ଶୀଘ୍ର ଅଉରଙ୍ଗାବାଦ ଏୟାରପୋର୍ଟ ଏବଂ ଗୁରୁଗ୍ରାମ (୩୨ତମ ମାଇଲଖୁଂଟ) ୩୨ତମ ମାର୍ଗରେ ଉପଲବ୍ଧ ହୋଇଯିବ । ଏୟାରଟେଲ ଫାଷ୍ଟଟ୍ୟାଗ ଗ୍ରାହକମାନେ ପାର୍କ + ଦ୍ୱାରା ପ୍ରଦାନ କରାଯାଉଥିବା ଅଭିନବ ଆନାଲିଟିକ ଆଧାରିତ ସମାଧାନ ଉପଲବ୍ଧ କରିପାରିବେ । ଏଥିରେ ଟୋଲ ପ୍ରେଡିକ୍ଟର, ଠିକ ସମୟରେ କମ୍ ବାଲାନ୍ସ ଆଲର୍ଟ ଏବଂ ସ୍ୱୟଂଚାଳିତ ରିଚାର୍ଜ ଟପ-ଅପ ଭଳି ସମାଧାନ ସାମିଲ ରହିଛି ।
ଗଣେଶ ଅନନ୍ତନାରାୟଣ, ସିଓଓ, ଏୟାରଟେଲ ପେମେଂଟ ବ୍ୟାଙ୍କ କହିଛନ୍ତିଯେ, “ଆମର ଗ୍ରାହକମାନଙ୍କୁ ଅଭିନବ ଫାଷ୍ଟଟ୍ୟାଗ ଆଧାରିତ ପାର୍କିଙ୍ଗ ସମାଧାନ ପ୍ରଦାନ କରିବାକୁ ପାର୍କ+ ସହିତ ଯୋଡ଼ି ହୋଇ ଆମେ ଆନନ୍ଦିତ । ଚଳିତ ଦିନଗୁଡ଼ିକରେ ବହୁ ସଂଖ୍ୟକ ଲୋକ ଯାତ୍ରା କରିବାକୁ ଘରୋଇ ଯାନକୁ ପସନ୍ଦ କରୁଥିବାରୁ ଏହି ସମାଧାନଗୁଡ଼ିକ ଗ୍ରାହକଙ୍କୁ ସମୟ ବଂଚାଇବା ଏବଂ ସେମାନଙ୍କ ଭ୍ରମଣ ଅନୁଭୂତିକୁ ସହଜ କରିବ ।” ପାର୍କ+ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ଅମିତ ଲଖୋଟିଆ କହିଛନ୍ତିଯେ, “ଆମେ ଆଗକୁ ଫାଷ୍ଟଟ୍ୟାଗ ଇକୋସିଷ୍ଟମର ବିକାଶକୁ ଅପେକ୍ଷା କରିଛୁ ଏବଂ ଏୟାରଟେଲ ପେମେଂଟ ବ୍ୟାଙ୍କ ସହିତ ସହଭାଗିତା ଏହି ଦିଗରେ ଏକ ସକରାତ୍ମକ ପଦକ୍ଷେପ ଅଟେ । ଫାଷ୍ଟଟ୍ୟାଗର କାର ମାଲିକମାନଙ୍କର ଡିଫଲ୍ଟ ୱାଲେଟ ହେବାର କ୍ଷମତା ରହିଛି । ।”
ଏନପିସିଆଇ, ସିଓଓ, ପ୍ରବୀଣା ରାଏ କହିଛନ୍ତିଯେ, “ ସମଗ୍ର ଦେଶରେ ଏନଇଟିସି ଫାଷ୍ଟଟ୍ୟାଗ ସକ୍ଷମ କଂଟାକ୍ଟଲେସ କାର ପାର୍କିଙ୍ଗର ବଢ଼ୁଥିବା ଗତିକୁ ଦେଖି ଆମେ ଆନନ୍ଦିତ । ଏହିଭଳି ପଦକ୍ଷେପଗୁଡ଼ିକ ଏନଇଟିସି ଫାଷ୍ଟଟ୍ୟାଗର ରଣନୀତିକ ସଂପ୍ରସାରଣରେ ଅଧିକ ମୁଲ୍ୟବୋଧ ଯୋଡ଼ିବ । ପାର୍କ+ ମାଧ୍ୟମରେ ଏୟାରଟେଲ ପେମେଂଟ ବ୍ୟାଙ୍କର ଗ୍ରାହକମାନେ ଏକ ବାଧାମୁକ୍ତ କାର ପାର୍କିଙ୍ଗ ଅନୁଭୂତି ପାଇବେ ବୋଲି ଆମର ବିଶ୍ୱାସ ।”


Share It

Comments are closed.